ହାଇଦ୍ରାବାଦ: ୨୦୨୩ ମସିହାରେ ଅଦା ଶର୍ମା 'ଦ କେରଳ ଷ୍ଟୋରୀ' ସହ ବକ୍ସ ଅଫିସରେ ଧମାକା କରିଥିଲେ । ଏହି ଚଳଚ୍ଚିତ୍ରରେ ଆଦା ମେଡିକାଲ କଲେଜରେ ଚାଲିଥିବା ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଆଇପିଏସ ହୋଇ ନକ୍ସଲମାନଙ୍କୁ ହଟାଇବାକୁ ପ୍ରସ୍ତୁତ ରହିଛନ୍ତି । ଆଦା ଶର୍ମାଙ୍କ ଆଗାମୀ ଚଳଚ୍ଚିତ୍ର 'ବସ୍ତର- ନକ୍ସଲ ଷ୍ଟୋରୀ' ସହ ପରଦାକୁ ଫେରୁଛନ୍ତି । ଗତ ବର୍ଷ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ସେବେଠାରୁ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ନିର୍ମାତା ଏହାର ଟିଜର ରିଲିଜ କରିଛନ୍ତି ।
ଅଦା ଶର୍ମା ଏକ୍ସରେ ବସ୍ତରର ଟିଜର ରିଲିଜ କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, 'ଏହା ସେହି ଲୋକଙ୍କ କାହାଣୀ, ଯାହାଙ୍କ ହାତ ନିରୀହ ଲୋକଙ୍କ ରକ୍ତରେ ଭିଜିଛି। 'ବସ୍ତର- ନକ୍ସଲ ଷ୍ଟୋରୀ ଟିଜର' ରିଲିଜ ହୋଇଛି । ଏହି ଟିଜରର ଆରମ୍ଭରେ ଅଦା ଶର୍ମା କହୁଛନ୍ତି- " ପାକିସ୍ତାନ ସହ ଆମର ମୁକାବିଲାରେ ୮ ହଜାର ୭୩୮ ଯବାନ ସହିଦ ହୋଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ନକ୍ସଲମାନେ ଆମ ଦେଶରେ ୧୫ ହଜାରରୁ ଅଧିକ ଯବାନଙ୍କୁ ହତ୍ୟା କରିଛନ୍ତି । ଆମର ୭୩ ଯବାନ ବସ୍ତରରେ ଅତି ନିର୍ମମ ଭାବରେ ନିହତ ହୋଇଥିଲେ, ଏବଂ ଏହା JNU ରେ ପାଳନ କରାଯାଇଥିଲା । ଏପରି ଚିନ୍ତାଧାରା କେଉଁଠୁ ଆସେ ? ଏହି ନକ୍ସଲମାନେ ବସ୍ତରରେ ଭାରତକୁ ବିଚ୍ଛିନ୍ନ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ମୁଁ ଏହି ବାମପନ୍ଥୀମାନଙ୍କୁ ରାସ୍ତାରେ ଠିଆ କରାଇ ସର୍ବସାଧାରଣରେ ଗୁଳି କରିବି । ତା'ପରେ ମୋତେ ଫାଶୀ ଦେଇଦିଅ । ଜୟ ହିନ୍ଦ। '