ହାଇଦ୍ରାବାଦ:ଅଯୋଧ୍ୟାରେ ପ୍ରତିଷ୍ଠା ହେଲା ଶ୍ରୀରାମଲାଲାଙ୍କ ଭବ୍ୟ ମନ୍ଦିର । ଏହାକୁ ନେଇ ରାମନଗରୀ ସମେତ ସାରା ବିଶ୍ବରେ ସେଲିବ୍ରେସନ ଦେଖିବାକୁ ମିଳିଛି । ଅନେକ ସେଲିବ୍ରିଟି ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ଅଯୋଧ୍ୟା ପହଞ୍ଚିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏଥିରେ ସାମିଲ ହୋଇପାରି ନାହାନ୍ତି । ଉଭୟ ଅଭିନେତା ଏକ ଭିଡିଓ ପୋଷ୍ଟ କରି ଏହି ସମାରୋହରେ ସାମିଲ ନହେବାର କାରଣ ଦର୍ଶାଇଛନ୍ତି ।
ଅକ୍ଷୟ କୁମାରଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ନିଜ ଆଗାମୀ ଫିଲ୍ମର ସୁଟିଂ ପାଇଁ ଏହି ସମାରୋହରେ ସାମିଲ ହୋଇପାରି ନାହାନ୍ତି । ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହ 'ବଡ଼େ ମିୟାଁ ଛୋଟେ ମିୟାଁ'ର ସୁଟିଂ କରୁଛନ୍ତି, ଏହି କାରଣରୁ ସେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରତିଷ୍ଠାରେ ସାମିଲ ହୋଇପାରି ନାହାନ୍ତି। ନିଜ ଇନଷ୍ଟାଗ୍ରାମରେ ଅକ୍ଷୟ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି, ଶ୍ରୀ ରାମଙ୍କ ଶୁଭ ଦିନରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଜୟ ଶ୍ରୀ ରାମ । ଆଜି ସାରା ବିଶ୍ବରେ ରାମ ଭକ୍ତଙ୍କ ପାଇଁ ବହୁତ ବଡ଼ ଦିନ । ପାଞ୍ଚ ଶହ ବର୍ଷ ଅପେକ୍ଷା କରିବା ପରେ ଏହି ଦିନ ଆସିଛି ଯେ ରାମଲାଲା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ନିଜ ଘରକୁ ଫେରିଛନ୍ତି ।