ଓଡିଶା

odisha

ETV Bharat / entertainment

ଓଟିଟିରେ ଧମାକା କରିବ 'ଦ କେରଳ ଷ୍ଟୋରୀ', ଏହି ଦିନ ହେବ ଷ୍ଟ୍ରିମିଂ

The Kerala Story Ott Release: ବଡ଼ ପରଦାରେ ଧମାକା ପରେ ଏବେ ଓଟିଟିରେ ଜଲୱା ଦେଖାଇବ ଅଦା ଶର୍ମାଙ୍କ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' । ତେବେ ଏହି ଫିଲ୍ମ କେବେ ଏବଂ କେଉଁ ପ୍ଲାଟଫର୍ମରେ ରିଲିଜ ହେବ, ଜାଣନ୍ତୁ

By ETV Bharat Odisha Team

Published : Feb 7, 2024, 12:56 PM IST

ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ 'ଦ କେରଳ ଷ୍ଟୋରୀ', ଏହି ଦିନ ହେବ ଷ୍ଟ୍ରିମିଂ
ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ 'ଦ କେରଳ ଷ୍ଟୋରୀ', ଏହି ଦିନ ହେବ ଷ୍ଟ୍ରିମିଂ

ହାଇଦ୍ରାବାଦ:୨୦୨୩ ବର୍ଷର ସୁପରହିଟ୍ ଫିଲ୍ମ ମଧ୍ୟରେ ଅଦା ଶର୍ମାଙ୍କ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଅନ୍ୟତମ । ଏହି ଫିଲ୍ମ ବଡ଼ ପରଦାରେ ରିଲିଜ ପରେ ଦର୍ଶକଙ୍କ ବେଶ ମନ ଜିତିଥିଲା । କେବଳ ଏତିକି ନୁହେଁ ଫିଲ୍ମଟି ଭଲ ରୋଜଗାର ମଧ୍ୟ କରିଥିଲା । ଏହାରି ମଧ୍ୟରେ 'ଦ କେରଳ ଷ୍ଟୋରୀ' ବର୍ତ୍ତମାନ ଓଟିଟିରେ ରିଲିଜ ହେବାକୁ ପ୍ରସ୍ତୁତ । ୧୦ ମାସ ପରେ ନିର୍ମାତା ଫିଲ୍ମକୁ ଓଟିଟି ରିଲିଜ କରିବା ନେଇ ଘୋଷଣା କରିଛନ୍ତି । Zee5ରେ ଏହି ଫିଲ୍ମ ଷ୍ଟ୍ରିମିଂ ହେବ ।

ଅଦା ଶର୍ମା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ଭିଡିଓ ସେୟାର କରି ଓଟିଟି ରିଲିଜ ନେଇ ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଶେଷରେ 'ଦ କେରଳ ଷ୍ଟୋରୀ' ଓଟିଟି ରିଲିଜ ପାଇଁ ପ୍ରସ୍ତୁତ । ୧୬ ଫେବୃଆରୀରେ Zee5ରେ 'ଦ କେରଳ ଷ୍ଟୋରୀ' ଷ୍ଟ୍ରିମିଂ ହେବ । ଏହି ଘୋଷଣା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଥିବା ବେଳେ ଏହି ଫିଲ୍ମର ଓଟିଟି ରିଲିଜକୁ ଅପେକ୍ଷା କରି ରହିଛନ୍ତି ।

କହିରଖୁଛୁ କି, ଏହି ଫିଲ୍ମ ୫ ମେ' ୨୦୨୩ରେ ସିନେମା ହଲରେ ରିଲିଜ ହୋଇଥିଲା ​​। ଏହି ଫିଲ୍ମ ଟ୍ରେଲର ରିଲିଜ ପରଠାରୁ ହିଁ ବିବାଦ ମଧ୍ୟରେ ଛନ୍ଦି ହୋଇଥିଲା । ତଥାପି ଫିଲ୍ମ ପରଦାକୁ ଆସିଥିଲା ଏବଂ ଭଲ ପ୍ରଦର୍ଶନ କରିଥିଲା । ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ଫିଲ୍ମ ଭାରତରେ ମୋଟ ୨୪୨ କୋଟି ଆୟ କରିଥିବା ବେଳେ ବିଶ୍ୱରେ ୩୦୪ କୋଟି କଲେକ୍ସନ କରି ସଫଳତା ହାସଲ କରିଥିଲା । ଅଦାଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନିଆ ବାଲାନି, ଯୋଗିତା ବିହାନୀ ଏବଂ ସିଦ୍ଧ ଇଡନାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ବସ୍ତର' ଟିଜର ରିଲିଜ; ଆତଙ୍କବାଦୀଙ୍କଠାରୁ ବଦଲା ନେବାକୁ ପ୍ରସ୍ତୁତ ଅଦା ଶର୍ମା

'ଦ କେରଳ ଷ୍ଟୋରୀ' ଟ୍ରେଲରରେ ଦାବି କରାଯାଇଥିଲା ଯେ, କେରଳର 32,000 ଯୁବତୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରି ସେମାନଙ୍କୁ ଆଇଏସ୍ଆଇଏସରେ ସାମିଲ ପାଇଁ ପଠାଯାଇଛି । ଏହାପରେ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଅନେକ ଏହି ଫିଲ୍ମକୁ ଏକ ପ୍ରଚାର ଚଳଚ୍ଚିତ୍ର କହି ସମାଲୋଚନା କରିଥିବା ବେଳେ ଅନେକ ଏହାର ସାହସିକ କାହାଣୀ ପାଇଁ ସମର୍ଥନ କରି ପ୍ରଶଂସା କରିଥିଲେ । ଏପରିକି ଏହି ଫିଲ୍ମକୁ ଅଧିକ ସ୍ଥାନରେ ବ୍ୟାନ କରାଯାଇଥିଲା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଏକ ବିକୃତ କାହାଣୀ ବୋଲି କହିଥିଲେ ଏବଂ ଫିଲ୍ମ ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବ୍ୟାନ ହଟା ଯାଇଥିଲା ।

ABOUT THE AUTHOR

...view details