ଓଡିଶା

odisha

ଅଡୁଆରେ ପ୍ରଜ୍ଜ୍ବଳ ରେବନ୍ନା; ବଢିଲା ନ୍ୟାୟିକ ହେପାଜତ ଅବଧି - Prajwal Revanna

By ETV Bharat Odisha Team

Published : Jun 10, 2024, 5:23 PM IST

PRAJWAL REVANNA: ଅଡୁଆରେ ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା । ବଢିଲା ନ୍ୟାୟିକ ହେପାଜତ ଅବଧି । ଅଧିକ ପଢନ୍ତୁ

PRAJWAL REVANNA
PRAJWAL REVANNA (ETV Bharat)

ବେଙ୍ଗାଲୁରୁ: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ଓ ଯୌନ କେଳେଙ୍କାରୀ ଘଟଣା । ଅଡୁଆରେ ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା । ଏକାଧିକ ମହିଳାଙ୍କ ଯୌନ ଶୋଷଣ ମାମଲାରେ ଜଡିତ ପ୍ରଜ୍ଜ୍ବଳଙ୍କ ନ୍ୟାୟିକ ହେପାଜତ ଅବଧି ଆଉ 14 ଦିନ ବଢାଇ ଦିଆଯାଇଛି । ଆଜି ଏସଆଇଟି ଟିମ ପକ୍ଷରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଫେରାର ଥିଲେ ପ୍ରଜ୍ଜ୍ବଳ ।

ପ୍ରଜ୍ଜ୍ବଳଙ୍କୁ ମେ’ 31 ତାରିଖରେ ଗିରଫ କରାଯାଇଥିବା ବେଳେ କୋର୍ଟ ଜୁନ 6 ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ପଠାଇଥିଲେ । ଏହାପରେ ଏହି ଅବଧିକୁ ଜୁନ 10 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ଆଜି ଅବଧି ଶେଷ ହେବାକୁ ଥିବାରୁ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବିପକ୍ଷରେ ତଦନ୍ତ ଜାରି ଥିବା ବେଳେ ମାମଲାଟି ସମ୍ବେଦନଶୀଳ ଥିବାରୁ କୋର୍ଟ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି । ଏପଟେ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ ପ୍ରଜ୍ଜ୍ବଳଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି ।

ଏହା ବି ପଢନ୍ତୁ- କର୍ଣ୍ଣାଟକ ଜନାଦେଶ: ଜେଡିଏସ ଗଡ଼ରେ ହାତର କମାଲ୍‌, ହାସନରୁ ହାରିଲେ ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ଜ୍ବଳ

33 ବର୍ଷୀୟ ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ାଙ୍କ ନାତି । ସେ ଜେଡିଏସ ସାଂସଦ ଭାବେ ହାସନ ଲୋକସଭା ଆସନରୁ ସାଂସଦ ରହିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ସେ ଦଳର ପାରମ୍ପରିକ ଆସନରୁ ନିର୍ବାଚନ ଲଢିଥିଲେ ସୁଦ୍ଧା ଏଥର ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଅଞ୍ଚଳବାସୀ । ଜେଡିଏସର ଗଡ଼ ଥିବା ହାସନରେ ଏଥର କଂଗ୍ରେସ ବାଜିମାତ କରିଛି । ଏପ୍ରିଲ 26 ତାରିଖରେ ହାସନରେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଏହା ପର ଦିନ ଅର୍ଥାତ ଏପ୍ରିଲ 27 ତାରିଖରେ ପ୍ରଜ୍ଜ୍ବଳ ବିଦେଶ ଖସି ପଳାଇଥିଲେ ।

ତାଙ୍କୁ କାବୁ କରିବା ଲାଗି ବ୍ଲୁ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ପରିବାର ପକ୍ଷରୁ ତାଙ୍କୁ ଆତ୍ମସମର୍ପଣ ପାଇଁ ତାଗିଦ କରାଯିବା ପରେ ଶେଷରେ ସେ ସ୍ବଦେଶ ଫେରିଥିଲେ । ମେ 31ରେ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ଏସଆଇଟି ଟିମ । ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ରହିଛି । ସେ ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ପ୍ରାୟ 3000 ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ । ପ୍ରଜ୍ଜ୍ବଳଙ୍କ ଘରକୁ କାମ କରିବାକୁ ଆସୁଥିବା ଜଣେ 47ବର୍ଷୀୟ ସେ ଦୁଷ୍କର୍ମ କରିଥିବା ମଧ୍ୟ ଅଭିୟୋଗ ରହିଛି । ଏହି ମାମଲାରେ ପ୍ରଜ୍ଜ୍ବଳଙ୍କ ପିତା ତଥା ବିଧାୟକ ଏଚ.ଡି ରେବନ୍ନାଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details