ETV Bharat / bharat

ରାଶିଫଳ: ସମ୍ମାନିତ ହେବେ ଏହି ରାଶି, କିଏ ରହିବେ ସତର୍କ ? - DAILY ODIA HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ? କେଉଁ ରାଶିର ବ୍ୟକ୍ତି ହେବେ ସୌଭାଗ୍ୟଶାଳୀ ? କିଏ ରହିବେ ସତର୍କ ? ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Astrology Horoscope Odia
Astrology Horoscope Odia (ETV Bharat)
author img

By ETV Bharat Odisha Team

Published : Feb 14, 2025, 8:28 AM IST

ମେଷ: କୌଣସି ବନ୍ଧୁଙ୍କ ଘରକୁ ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଯାଇପାରନ୍ତି । ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ । ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି । ଯାହାଦ୍ବାରା ପରେ ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ । କୌଣସି ପ୍ରିୟ ବନ୍ଧୁଙ୍କ ସହ ଝଗଡା ଉତ୍ପର୍ଣ୍ଣ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଆପଣଙ୍କୁ ଚାନ୍ତାରେ ପକାଇପାରେ । ମାତ୍ର କୌଣସି କଥାକୁ ନେଇ ଅଧିକ ଚିନ୍ତିତ ଦୁଅନ୍ତୁ ନାହିଁ । କୌଣସି ଏକ ନିର୍ଦ୍ଦିିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଅନ୍ୟ ବାଟରେ ଖର୍ଚ୍ଚ ହୋଇପାରେ । ତେଣୁ ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ରହିବ ।

Astrology Horoscope Odia
Astrology Horoscope Odia (ARIES)

ବୃଷ: ଆଜିର ଦିନଟି ଆପଣଙ୍କର ଆମୋଦ ପ୍ରମୋଦରେ କାଟିବେ । ସାମାଜିକ ପ୍ରତିଷ୍ଠା ସହ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟମନେ କରିବେ । ଶାରୀରିକ ଓ ମାନସିକ ଭାବରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ପାରନ୍ତି । ପରିବାର ଲୋକଙ୍କ ସହ ଆଜିର ଦିନଟି ଅତ୍ୟନ୍ତ ଖୁସି ଆନନ୍ଦରେ କାଟିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି । ମାତ୍ର ଅତ୍ୟଧିକ ବାହାର ଖାଦ୍ୟଠାରୁ ଦୂରତା ରଖନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ସେହିପରି ମହିଳାମାନେ ନିଜ ପାଇଁ କୌଣସି ନୂତନ ଦ୍ରବ୍ୟ କିଣିପାରନ୍ତି ।

Astrology Horoscope Odia
Astrology Horoscope Odia (TAURUS)

ମିଥୁନ: ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ସାମାନ୍ୟ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧକୁ ନିଜ ଅଧିନରେ ନରଖିଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ବକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । କୌଣିସି କାର୍ଯ୍ୟକୁ ଅତି ତରବରିଆ ଭବରେ ନକରି ଭାବିଚିନ୍ତି କରନ୍ତୁ । ଯାହା ଆପଣଙ୍କୁ ସଫଳତା ଆଣିଦେବ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀତ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ଛାତ୍ରଛାତ୍ରୀମାନେ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ । ସେମାନଙ୍କ ସହ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ ।

Astrology Horoscope Odia
Astrology Horoscope Odia (GEMINI)

କର୍କଟ: ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ସଫଳତା ପାଇବା ପାଇଁ ଭଗବାନଙ୍କ ଉପରେ ଭରସା ରଖନ୍ତୁ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ । ଆଜି ଆପଣ ନିଜର ପୁରଣା ବନ୍ଧୁଙ୍କୁ ଭେଟି ପାରନ୍ତି । ଶତ୍ରୁଜୟ କରିବେ । ଯେଉଁ କାର୍ଯ୍ୟରେ ଆଜି ଆପଣ ହାତଦେବେ ସେଥିରେ ସୁଫଳ ପାଇବେ । ନିଜର ମିଷ୍ଟଭାଷୀ ଆଚରଣ ପାଇଁ ଆଜି ଅନେକ ସ୍ଥାନରେ ପ୍ରଶଂସିତ ହୋଇପାରନ୍ତି । ପ୍ରିୟଜନଙ୍କ ସହ ଦିନଟି ଖୁସିବାସିରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ ପାଇପାରନ୍ତି । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ ସମୟ ଅତିବାହିତ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲରେ କଟିବ ।

Astrology Horoscope Odia
Astrology Horoscope Odia (CANCER)

ସିଂହ: ଆଜିର ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ବଳ ରହିବ । କାର୍ଯ୍ୟର ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନଦେବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳାମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଙ୍କର ।

Astrology Horoscope Odia
Astrology Horoscope Odia (LEO)

କନ୍ୟା: ଶୁଭ ନକ୍ଷତ୍ରଗୁଡିକ ଆପଣଙ୍କ କୁଣ୍ଡଳୀରେ ସମାନ ଭାବରେ ରହିଛନ୍ତି । ନକ୍ଷତ୍ରଗୁଡିକ ଅତି ଶୁଭ ସ୍ଥାନରେ ଥିବାରୁ ଆଜି ଶୁଭ ଖବର ପାଇବେ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସି ବାଣ୍ଟିପାରନ୍ତି । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମନରେ ଭଗବାନଙ୍କୁ ସ୍ମରଣ କରନ୍ତୁ । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ବତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ । ଆଜି ସମାଜରେ ଆପଣଙ୍କର ଲାଭ ଓ ସମ୍ମାନ ବଢିବ । ଯାତ୍ରା ଶୁଭପ୍ରଦ ହେବ । ଛାତ୍ରଛାତ୍ରୀ ସଫଳତା ପାଇବେ ।

Astrology Horoscope Odia
Astrology Horoscope Odia (VIRGO)

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ଆଜି ଯୋଗ ଓ ଧ୍ୟାନ ମନ ଦିଅନ୍ତୁ । ଏହା ଦ୍ବାରା ଆପଣ ମାନସିକ ଶାନ୍ତି ପାଇପାରିବେ । ଆପଣଙ୍କ କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଫିସର ଓ ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତିମିଳିବ ନାହିଁ । ବହୁ ପ୍ରତିକ୍ଷୀତ କାର୍ଯ୍ୟର ସଫଳତା ଖବର ପାଇବାରେ ବିଳମ୍ବ ହୋଇପାରେ । ଅଟକିଥିବା କାମର ମନକୁ ଆନ୍ଦୋଳିତ କରିପାରେ । କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ସ୍ଥିର କରିଥିଲେ ମଧ୍ୟ ସେଠାକୁ ଯାଇପାରିବେନାହିଁ । ଶରରୀରରେ ଆଳସ୍ୟ ଓ ଥକ୍କାପଣ ଅନୁଭବ କରିପାରନ୍ତି । ଫଳରେ ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନହୋଇ ଆପଣଙ୍କ ଭଲ ଦିନକୁ ଅପେକ୍ଷା କରନ୍ତୁ । ଆଜି କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ସେତେ ଭଲ ରହିବ ନାହିଁ । ଖାଇବା ପିଇବାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ ।

Astrology Horoscope Odia
Astrology Horoscope Odia (LIBRA)

ବିଛା: କମ୍‌ ସମୟ ମଧ୍ୟରେ ଅଧିକ ଲାଭ ପାଇବେ । ମାତ୍ର ଅତ୍ୟଧିକ ଲୋଭ କରନ୍ତୁ ନାହିଁ । ଆଜି ସମସ୍ତ ପ୍ରକାର ଆଇନଗତ କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ । ଆର୍ଥିକ କାରବାର କରିବା ବେଳେ ସାବଧାନତା ଅବଲମ୍ବନ କରିବେ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନପାରନ୍ତି । ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ । ଧ୍ୟାନ ସହକାରେ କାର୍ଯ୍ୟ କଲେ ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପରିବାର ଲୋକଙ୍କ ସହ ସହନଶୀଳ ବ୍ୟବହାର କରନ୍ତୁ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ସେତେ ଭଲ ନ ରହିଲେ ବି ନିଜର ଇଚ୍ଛାଶକ୍ତି ବଳରେ କଠିନକୁ ବି ସରଳ କରିପାରିବେ ।

Astrology Horoscope Odia
Astrology Horoscope Odia (SCORPIO)

ଧନୁ: ଆଜି ଦିନଟି ଅତି ଆନନ୍ଦ ଉଲ୍ଲାସରେ କଟିବ । କାର୍ଯ୍ୟସ୍ଥଳରେ ସିନିଅର୍‌ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ କେବଳ ଯେ ଲାଭ ବଢିବ ତାହା ନୁହେଁ ଏହା ଆପଣଙ୍କର ବାକି ପଡିଥିବା ଟଙ୍କାକୁ ଫେରି ପାଇବେ । କର୍ମଚଞ୍ଚଳ ରହିବେ । କାର୍ଯ୍ୟେର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ମଧୁର କଥାରେ ପରକୁ ଆପଣାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ।

Astrology Horoscope Odia
Astrology Horoscope Odia (SAGITTARIUS)

ମକର: ଆପଣ ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ ଏବଂ ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମୟ କାଟିବେ । ଏହାଦ୍ବାରା ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସହିତ ଯଶ ବୃଦ୍ଧି ଘଟିବ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ ଏବଂ ଆପଣ ଅର୍ଥଲାଭ କରିବେ । ଆଜି ଆପଣ ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କର ସ୍ବାସ୍ଥ୍ୟରେ ଅବନତି ମଧ୍ୟ ଘଟିପାରେ, ତେଣୁ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଧ୍ୟାନ, ପ୍ରାର୍ଥନା ଓ ଯୋଗ କଲେ ମାନସିକ ଶାନ୍ତି ପାଇବେ ।

Astrology Horoscope Odia
Astrology Horoscope Odia (CAPRICORN)

କୁମ୍ଭ: ଆଜି ଦିନଟି ଶୁଭଫଳ ପ୍ରଦାନ କରିବ । ଆପଣ ନିଜର ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଯୋଗୁଁ ସବୁକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ମାତ୍ର ଆପଣ ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଆଜି ଦିନଟି ଶିଳ୍ପୀମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ଦିନ । ସେମାନେ ନିଜର ଆକର୍ଷଣୀୟ କଳାକୃତ୍ତିକୁ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରି ନିଜକୁ ଗୌରବନ୍ବିତ ମନେ କରିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ଓ ପ୍ରୀତିଦାୟକ ହୋଇପାରେ, ମାତ୍ର ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳାପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁମାନଙ୍କ ଗହଣରେ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ ସମୟ କାଟିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷାରେ ମନ ନିବେଶ କରିବେ ।

Astrology Horoscope Odia
Astrology Horoscope Odia (AQUARIUS)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । କର୍ମକ୍ଷେତ୍ର ଉଜ୍ଜ୍ବଳମୟ ହେବ । ଆପଣ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଦିନଟିର ଅଧିକାଂଶ ସମୟ ପ୍ରୁସ୍ତକ ପଢ଼ିବାରେ କଟାଇବେ । ଯେଉଁ ବିଦ୍ୟାର୍ଥୀମାନେ ଶିକ୍ଷା ଜଗତରୁ ବିଦାୟ ନେଇସାରିଛନ୍ତି, ସେହିମାନଙ୍କ ପାଇଁ ଏହା ଶୁଭ ସଂକେତ ଅଟେ । ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ପୁଞ୍ଜି ଲଗାଣକାରୀମାନେ ଆଜି ଯାହାକୁ ସ୍ପର୍ଶ କରିବେ, ତାହା ସ୍ୱର୍ଣ୍ଣରେ ପରିଣତ ହୋଇପାରେ । ଦିନ ତମାମ ଆପଣ ନିଜର ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଚରଣ ଓ ଉଚ୍ଚାରଣର ଶୁଦ୍ଧତା ଆପଣଙ୍କୁ ମହାନ୍‌ କରିବ । ଆଜି ଆପଣ ଧୈର୍ଯ୍ୟଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।

Astrology Horoscope Odia
Astrology Horoscope Odia (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.