ବିଶ୍ଵ ଆଦିବାସୀ ଦିବସ ପାଳନ କଲେ ମହିଳା ସଂଗଠନ - ବିଶ୍ଵ ଆଦିବାସୀ ଦିବସ ପାଳନ ଖବର ଝାରସୁଗୁଡା
🎬 Watch Now: Feature Video
ଝାରସୁଗୁଡ଼ା: ଆଜି ବିଶ୍ଵ ଆଦିବାସୀ ଦିବସ । ଏହି ଅବସରରେ ଝାରସୁଗୁଡା ଆଦିବାସୀ ମହିଳା ସଂଗଠନ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି । ପ୍ରଥମେ ବସଷ୍ଟାଣ୍ଡ ଛକ୍ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିବା ପରେ ଏକ ବିରାଟ ଶୋଭାଯାତ୍ରା ଝାରସୁଗୁଡା ସହର ପରିକ୍ରମା କରିଥିଲା । ପରେ ଆଦିବାସୀ ମହିଳା ସଂଗଠନ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଝାରସୁଗୁଡ଼ାର ପାଞ୍ଚ ଟିବ୍ଲକର ଆଦିବାସୀ ମହିଳା ଯୋଗ ଦେଇଥିଲେ । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା । ଇଟିଭି ଭାରତ, ଝାରସୁଗୁଡ଼ା