thumbnail

By

Published : Sep 17, 2022, 3:23 PM IST

ETV Bharat / Videos

ମହିଳା ଏସିଏସଓଙ୍କୁ ଦୁର୍ବ୍ୟବହାର, ଆନ୍ଦୋଳନକୁ ଓହ୍ଲାଇଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗୀର: ଜିଲ୍ଲା ବେସାମରିକ ଯୋଗାଣ ବିଭାଗର ମହିଳା ଏସିଏସଓ(ACSO)ଙ୍କୁ ସିଏସଓଙ୍କ ଦୁର୍ବ୍ୟବହାର ଅଭିଯୋଗ । ସିଏସଓଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଆଦିବାସୀ କଲ୍ୟାଣ ସଂଘ । ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଂପୃକ୍ତ ମହିଳାଙ୍କୁ ନ୍ୟାୟ ଦାବିରେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇ ଥିଲେ । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବା ସହ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ସଂଘର କର୍ମକର୍ତ୍ତା । ତେବେ ଏହି ଘଟଣାକୁ ଏକ ମାସ ବିତି ଥିବା ବେଳେ ପୋଲିସ ଓ ଜିଲ୍ଲା ପ୍ରଶାସନ ଏଯାଏଁ କୌଣସି ପଦକ୍ଷେପ ନେଇ ନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଛି, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବଲାଙ୍ଗୀର SDPO ତୁଫାନ୍ ବାଗ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.