ସୂର୍ଯ୍ୟଙ୍କ ଚାରିପଟେ ଅଲୌକିକ ବଳୟ, ବିଶ୍ବ ପାଇଁ ଶୁଭ ସଙ୍କେତ କହିଲେ ଜ୍ୟୋତିର୍ବିତ - ସୂର୍ଯ୍ୟଙ୍କ ଚାରିପଟେ ଅଲୌକିକ ବଳୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7155316-thumbnail-3x2-sky-jp.jpg)
ସମ୍ବଲପୁର ଆକାଶରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ଲକ ଡାଉନ ଭିତରେ ପରିବେଶ ସ୍ବଚ୍ଛ ହୋଇଥିବା ବେଳେ ସୋମବାର ଦିନ ପ୍ରାୟ 10 ଟା ସମୟରେ ସମ୍ବଲପୁର ଆକାଶରେ ସୂର୍ଯ୍ୟଙ୍କ ଚାରିପଟେ ଏକ ଅଦ୍ଭୂତ ଓ ଅଲୌକିକ ବଳୟ ଦୃଶ୍ୟମାନ ହୋଇଥିଲା ।ଏହା ଦେଖି ଲୋକ ଉପଭୋଗ କରିବା ସହ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର କଥା ଚର୍ଚ୍ଚା କରୁଥିଲେ । ତେବେ କିଭିଡ 19 ମହାମାରୀର ପ୍ରକୋପ ଜାରି ରହି ଥିବାରୁ ଏହିଭଳି ଦୃଶ୍ୟର ଆଧ୍ୟାତ୍ମିକ ସଙ୍କେତ କଣ ଅଟେ ତାହା ଜାଣିବା ପାଇଁ ଆମେ ସମ୍ବଲପୁରର ଜ୍ୟୋତିଷ ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ରଙ୍କ ସହ କଥା ହୋଇଥିଲୁ । ଜ୍ୟୋତିର୍ବିଦ୍ୟା ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା ବିଶ୍ବ ପାଇଁ ଶୁଭ ସଙ୍କେତ ଅଟେ ବୋଲି ସେ କହିଥିଲେ । ଭଗବାନ ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ତାଙ୍କର ଚାରିପଟେ ଏଭଳି ବଳୟ ଦେଖାଯିବା ବିଶ୍ବ ପାଇଁ ମଙ୍ଗଳମୟ । ଖୁବଶୀଘ୍ର ବିଶ୍ଵରୁ କୋରୋନା ମହାମାରୀ ଦୂର ହେବାର ଏହା ସଙ୍କେତ ବୋଲି ସେ କହିଛନ୍ତି ।