thumbnail

By

Published : Jun 19, 2022, 10:57 PM IST

ETV Bharat / Videos

ଗଞ୍ଜାମରୁ ବହୁତ ଶିଖିଛି, BMC ବିକାଶରେ ସହାୟକ ହେବ କହିଲେ IAS ବିଜୟ ଅମୃତ କୁଲାଙ୍ଗେ

ବ୍ରହ୍ମପୁର: ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ IAS ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ । ସେ ବିଏମ୍‌ସି କମିଶନର ଭାବରେ ଦାୟିତ୍ବ ତୁଲାଇବେ । ସେ ରାଜ୍ୟ ସରକାରଙ୍କ ୫ଟି ପରିକଳ୍ପନାକୁ ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଗଞ୍ଜାମ ଜିଲ୍ଲାପାଳର ଉନ୍ନତି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାରେ ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ ଠାରୁ ଆରମ୍ଭ କରି ଗୋପାଳପୁର ବେଳାଭୂମିର ଉନ୍ନତିକରଣ, ମା' ତାରାତାରିଣୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ହୋଇ ପାରିଛି । ତେବେ ବାକି ରହି ଯାଇଥିବା କାର୍ଯ୍ୟକୁ ନୂତନ ଜିଲ୍ଲାପାଳ ଆଗକୁ ନେବେ ବୋଲି ସେ କହିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ନୂତନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ରାଜଧାନୀର ଜନପ୍ରତିନିଧି ଓ ରାଜଧାନୀ ବାସିନ୍ଦାଙ୍କ ମୁଖ୍ୟ ଦାବି ଓ ବିକାଶକୁ ନେଇ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାରେ ଯେପରି ଶତପ୍ରତିଶତ ସଫଳ ହେବ ସେନେଇ ସେ ଟିମ୍‌ୱର୍କ କରିବେ ବୋଲି କହିଛନ୍ତି । ଏଭଳି ଅନେକ ପ୍ରସଙ୍ଗକୁ ନେଇ ବିଦାୟୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.