ରାସ୍ତାକଡରେ ଦୁଇ ଜଣଙ୍କୁ ଧକ୍କା ଦେଲା କାର୍, CCTVରେ କଏଦ ଦୁର୍ଘଟଣାର ଛାତିଥରା ଦୃଶ୍ୟ

By

Published : Aug 25, 2022, 11:42 AM IST

thumbnail
ରାସ୍ତାକଡ ଦୋକାନରୁ ଚା ପିଉଥିବା ସମୟରେ ଦୁଇ ଜଣଙ୍କୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣା ସମୟର ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ତାମିଲନାଡୁ ଇରୋଡ ସହର ଅନ୍ତର୍ଗତ ଜମ୍ବାଇ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ନନ୍ଦଗୋପାଳ ଏବଂ ଶକ୍ତିବେଲ ନାମକ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେଠାରେ ଉପସ୍ଥିତ ଲୋକେ ଦୁହିଁଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ରାସ୍ତାକଡରେ ଦୁହିଁଙ୍କୁ କାର୍ ପିଟିବା ସମୟର ଲୋମଟାଙ୍କୁରା ଦୃଶ୍ୟ CCTVରେ କଏଦ ହୋଇଛି । ଦେଖନ୍ତୁ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.