ETV Bharat / state

ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ; ମାର୍ଗଦର୍ଶନ ଦେଲେ ନବୀନ - BJD FOUNDATION DAY

ଶଙ୍ଖ ଭବନରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ । ସାମିଲ ହୋଇ ନେତାଙ୍କୁ ମାର୍ଗଦର୍ଶନ ଦେଲେ ନବୀନ ।

Etv Bharat
Etv Bharat (ETV BHARAT ODISHA)
author img

By ETV Bharat Odisha Team

Published : 16 hours ago

Updated : 11 hours ago

ଭୁବନେଶ୍ବର: ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ରାଜ୍ୟବ୍ୟାପି ପାଳନ ହୋଇଛି । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ''ଡ଼ିସେମ୍ବର ୨୬ ତାରିଖରେ ଗଠନ ହୋଇଥିବା ବିଜୁ ଜନତା ଦଳ ଆଜି ୨୮ ବର୍ଷରେ ପଦାର୍ପଣ କରିଛି । ଦଳ ପ୍ରତି ଲୋକଙ୍କ ଭଲ ପାଇବା ଜାରୀ ରହିଛି । ବିଭିନ୍ନ କ୍ଷେତ୍ରରେ ବିଜେଡି ସରକାର ସଫଳତା ପାଇଛନ୍ତି । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସେବା କରିବ । ଓଡିଶାର ସ୍ୱାର୍ଥ ସର୍ବାଗ୍ରେ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥର ସୁରକ୍ଷା, କେନ୍ଦ୍ର ଅବିଚାର ବିରୁଦ୍ଧରେ ଲଢେଇ ଜାରି ରଖିବ । ଓଡିଶା ବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜେଡି ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି । ''

ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ବିଜେଡି ଜନସାଧାରଣଙ୍କ ଆଶୀର୍ବାଦରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ ପ୍ରମୁଖ ରାଜନୈତିକ ଦଳ ଭାବେ ଉଭା ହୋଇଛି । ୨୭ ବର୍ଷ ଉଲ୍ଲେଖନୀୟ ବର୍ଷ ଅତିବାହିତ ହୋଇଛି । ଦଳ ଆଜି ୨୮ ବର୍ଷରେ ପଦାର୍ପଣ କରିଛି । ସାରା ରାଜ୍ୟରେ ଆଜି ଏହା ପାଳନ ହେଉଛି । ଭୁବନେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶଙ୍ଖ ଭବନରେ ପାଳନ ହେଉଛି । ନବୀନ ବାବୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିଗଦର୍ଶନ ଦେଇଛନ୍ତି । ବିକାଶ ହେଉଛି ବିଜେଡିର ଆଭିମୁଖ୍ୟ । ଏହା ଆମର ସବୁଦିନ ରହିବ । କେନ୍ଦ୍ର ଓ ବିଶ୍ୱସ୍ତରୀୟ ସମ୍ମାନ ଆମକୁ ମିଳିଛି । ଏହି ଯାତ୍ରା ଆଗାମୀ ଦିନରେ ଜାରୀ ରହିବ ।"

BJD celebrates 28th foundation day (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-‘BJP ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର - DHARMENDRA COUNTER NAVEEN

ଏହା ମଧ୍ୟ ପଢନ୍ତୁ-ପେପର ବାଲଟ ସପକ୍ଷରେ ବିଜେଡି: ନବୀନଙ୍କ ଇସାରା, EVM ଚଞ୍ଚକତା ପରାଜୟର କାରଣ - BJD FOUNDATION DAY

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି ଗଠନ ସମୟରେ ଓଡିଶା ନେତୃତ୍ୱ ଶୂନ୍ୟ ଥିଲା । ବିଜୁ ବାବୁଙ୍କ ଅବର୍ତମାନରେ ଏପରି ହୋଇଥିଲା । ତତ୍କାଳୀନ ସରକାର ଜନସାଧାରଣଙ୍କ ବିଶ୍ୱାସ ହରେଇ ଥିଲା । ମନୁଷ୍ୟକୃତ ଓ ପ୍ରାକୃତିକ ଦୁର୍ବିପାକ ଓଡିଶାକୁ ମାଡି ବସିଥିଲା । ଦରମା ଦେବାକୁ ରାଜକୋଷରେ ଅର୍ଥ ନଥିଲା । ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶା ଆଗକୁ ଯାଇଛି । ମୁଣ୍ଡ ପିଛା ଆୟ ବଢିଛି । ବିରୋଧୀ ଦଳ ଭାବେ ବିଜେଡି ପାଖରେ ଅନେକ ଚ୍ୟାଲେଞ୍ଜ ଅଛି । ସେହିପରି ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ଓଡିଶାର ବିକାଶ ନବୀନ ପଟ୍ଟନାୟକଙ୍କ ବିନା ହୋଇପାରିବ ନାହିଁ । ବଡ଼ ବଡ଼ ଇଭେଣ୍ଟ ନକରି ନୂଆ ସରକାର କାମରେ ମନ ଦିଅନ୍ତୁ । ପ୍ରକଳ୍ପ ଶେଷ କରନ୍ତୁ । ଓଡିଶାବାସୀଙ୍କ ଦୁଃଖ ଦୁର୍ଦ୍ଦଶାର ସାଥୀ ହୁଅନ୍ତୁ । କୃଷକଙ୍କ ବିକାଶ ଓ ଦରଦାମ ନିୟନ୍ତ୍ରଣ ବିଜେଡି ସରକାର ପ୍ରାଧାନ୍ୟ ଦେଇଥିଲା ।"

BJD celebrates 28th foundation day

''ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ଗତ ୨୮ ବର୍ଷ ମଧ୍ୟରେ ବିଜୁ ଜନତା ଦଳ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପ୍ରଗତିର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ବିଜୁ ଜନତା ଦଳ ସରକାର ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାରେ ନୂଆ ପରିଚୟ ସୃଷ୍ଟି କରିଛି । ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ବିଜୁ ଜନତା ଦଳର ୨୮ ବର୍ଷର ଯାତ୍ରା ଓ ସଂଘର୍ଷ ଏବଂ ସଫଳତାର ମୂକସାକ୍ଷୀ । ''କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ ପ୍ରମୁଖ ମଧ୍ୟ ଅଭିଭାଷଣ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 11 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.