ETV Bharat / sports

ମେଲବର୍ଣ୍ଣ ଟେଷ୍ଟ: ଭାରତ ଆଗରେ ବିଶାଳ ରନ ଛିଡା କଲା ଅଷ୍ଟ୍ରେଲିଆ, 474ରେ ଅଲଆଉଟ - IND VS AUS

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଚେଷ୍ଟର ଆଜି ଦ୍ବିତୀୟ ଦିନ । 474 ରନରେ ପ୍ରଥମ ଇନିଂସ ଶେଷ କଲା କଙ୍ଗାରୁ ଦଳ ।

Etv Bharat
Etv Bharat (AP)
author img

By ETV Bharat Odisha Team

Published : 16 hours ago

ହାଇଦ୍ରାବାଦ: ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟିଂ । ଭାରତ ଆଗରେ ବିଶାଳ ରନ ଛିଡା କଲା କଙ୍ଗାରୁ ଦଳ । 474 ରନରେ ଘରୋଇ ଦଳର ପ୍ରଥମ ଇନିଂସ ଶେଷ । ଭାରତ ବିପକ୍ଷରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦମଦାର ଶତକ । ଟେଷ୍ଟ କ୍ୟାରିୟର୍‌ରେ 34ତମ ଶତକ ହାସଲ କଲେ ସ୍ମିଥ । ବୁମରା 4 ଓ୍ବିକେଟ ନେଇଥିବା ବେଳେ ଆକାଶ ଦୀପ 2 ଓ ଜାଡେଜା 3ଟି ଓ୍ବିକେଟ ନେଇଛନ୍ତି । ଓ୍ବିକେଟ ନେବାରେ ବିଫଳ ହେଲେ ମହମ୍ମଦ ସିରାଜ । 23 ଓଭର ବୋଲିଂ କରି ଦେଲେ 122 ରନ । ଏବେ ଆରମ୍ଭ ହୋଇଯାଇଛି ଭାରତୀୟ ଦଳର ପ୍ରଥମ ଇନିଂସ । 6 ଓଭରରେ 25 ରନ କରି ଗୋଟିଏ ଓ୍ବିକେଟ ହରାଇଛି ଭାରତ ।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସ:

5ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଗତକାଲି ସକାଳ ସମୟରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ କଙ୍ଗାରୁ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଦମଦାର ପାଳି ଆରମ୍ଭ କରିଥିଲେ ସାମ କନଷ୍ଟାସ ଓ ଉସମାନ । 3 ଜଣଙ୍କ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜଣେ ଶତକ ହାସଲ କରିଥିଲେ । ମେଲବର୍ଣ୍ଣରେ କାମ ଦେଇନଥିଲା ଭାରତୀୟ ବୋଲରଙ୍କ ଯାଦୁ । ଭାରତୀୟ ବୋଲରଙ୍କ ଗୋଟିଏ ଗୋଟିଏ ବଲକୁ ଲମ୍ବା ଲମ୍ବା ସଟ ମାରିଥିଲେ କଙ୍ଗାରୁ ବ୍ୟାଟର । ସାମ କନଷ୍ଟାସ 60, ଉସମାନ 57, ମରୁନସ 72, ସ୍ମିଥ 140 (ଶତକ), ଆଲେକ୍ସ 31, କମିନ୍ସ 49 କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବକ୍ସିଂ ଡେ ଟେଷ୍ଟ: ଭାରତ ପାଇଁ କର ବା ମର ପରିସ୍ଥିତି, ରଣନୀତି ବଦଳାଇଲେ ରୋହିତ - IND VS AUS

ଏହା ମଧ୍ୟ ପଢନ୍ତୁ-ବ୍ରିସବେନ ଟେଷ୍ଟ ଚତୁର୍ଥ ଦିନ: ବାଧକ ସାଜିଲା ବର୍ଷା, 193 ରନରେ ପଛୁଆ ଭାରତ - BORDER GAVASKAR TROPHY

ଏହା ମଧ୍ୟ ପଢନ୍ତୁ-ବ୍ରିସବେନ ଟେଷ୍ଟ: ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ, ବର୍ଷା ସାଜିଲା ବାଧକ - AUSTRALIA VS INDIA

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି:

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ମେଲବର୍ଣ୍ଣରେ ଭାରତୀୟ ଖେଳାଳି ମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜି ସକାଳୁ ମ୍ୟାଚର ଦ୍ବିତୀୟ ଦିନ ଆରମ୍ଭ ହୋଇଥିବା ବେଳେ ସମସ୍ତ ଖେଳାଳି ହାତରେ କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇଥିଲେ । ଏହା ମନମୋହନଙ୍କ ପ୍ରତି ଭାରତୀୟ ଦଳର ଶ୍ରଦ୍ଧାଞ୍ଜଳି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.