ETV Bharat / bharat

ମହାକୁମ୍ଭ ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା ରାଶି, ଯୋଗୀ ସରକାରଙ୍କ ନୂଆ ଏସଓପି - MAHA KUMBH SECURITY

ଦଳାଚକଟା ଘଟଣା ପରେ ଆଜି କିପରି ରହିଛି ସ୍ଥିତି ? ବସନ୍ତ ପଞ୍ଚମୀରେ ପୁଣି ଅମୃତ ସ୍ନାନ । କିପରି ହେବ ସୁରକ୍ଷା ବ୍ୟବସ୍ଥା?

Maha kumbh Security
Maha kumbh Security (ETV Bharat)
author img

By ETV Bharat Odisha Team

Published : Jan 30, 2025, 7:54 AM IST

Updated : Jan 30, 2025, 5:47 PM IST

ପ୍ରୟାଗରାଜ(ଉତ୍ତରପ୍ରଦେଶ): 18 ଦିନରେ ପହଞ୍ଚିଛି ମହାକୁମ୍ଭ । ପ୍ରୟାଗରାଜରେ ଘଟିଥିବା ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି । ଏହି ଅଘଟଣରେ 30 ଜଣଙ୍କ ଜୀବନ ଯାଇଥିବାବେଳେ ପାଖାପାଖି 90 ଜଣ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହାସହ ଘଟଣା ସମ୍ପର୍କରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତୁ ଜାଣିବା ଆଜି କିଭଳି ରହିଛି ପ୍ରୟାଗରାଜ ମହାକୁମ୍ଭ ମେଳାର ସ୍ଥିତି।

ପୋଲିସ ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା:

ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଦଳାଚକଟା ଘଟଣା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ଆଜି(ଗୁରୁବାର) ଶ୍ରଦ୍ଧାଳୁମାନେ ଗଙ୍ଗାରେ ସ୍ନାନ କରୁଛନ୍ତି । ସେପଟେ ମଙ୍ଗଳବାର ସୁଦ୍ଧା ସର୍ବମୋଟ୍ 19କୋଟି 94 ଲକ୍ଷ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିବା ଜଣାପଡ଼ିଛି । ବୁଧବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଭିଡିଓ କନଫରେନ୍ସ ଜରିଆରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ । ପ୍ରୟାଗରାଜ, କୌଶାମ୍ବୀ, ବାରାଣାସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୋନପୁର, ଚିତ୍ରକୋଟ, ବାନ୍ଦା, ଆମ୍ବେଦକର ନଗର, ପ୍ରତାପଗଡ, ସନ୍ଥକବୀରନଗର, ଭଦୋହୀ, ରାଏବରେଲି, ଗୋରଖପୁରର ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏଡିଜି ଏବଂ ପ୍ରୟାଗରାଜ ଜିଲ୍ଲା ଅଧିକାରୀଙ୍କଠାରୁ ଅପଡେଟ୍ ନେବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବସନ୍ତ ପଞ୍ଚମୀରେ ଅମୃତ ସ୍ନାନ:

ଆସନ୍ତା 3 ତାରିଖ ବସନ୍ତ ପଞ୍ଚମୀ ଅବସରରେ 'ଅମୃତ ସ୍ନାନ' ହେବ । ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଗୁରୁବାର ମହାକୁମ୍ଭ ମେଳା ଅଞ୍ଚଳରେ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ରହିଥିଲା। ଏହାସହ ବସନ୍ତ ପଞ୍ଚମୀରେ ଟିକନିକ କରି ସବୁ ବ୍ୟବସ୍ଥା ଉପରେ ଫୋକସ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ...ଅଯୋଧ୍ୟା, ବାରାଣାସୀ, ମିର୍ଜାପୁର ଏବଂ ଚିତ୍ରକୋଟ ଜିଲ୍ଲା ପ୍ରଶାସନ ସତର୍କ ରହିବା ଉଚିତ୍ ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ଠୋସ୍ ବ୍ୟବସ୍ଥା କରାଯିବା ଉଚିତ୍।
ଏହା ବି ପଢନ୍ତୁ...ସାମ୍ନାକୁ ଆସିଲା ମହାକୁମ୍ଭ ଦଳାଚକଟାର କାରଣ: 30 ମୃତ, 60ରୁ ଊର୍ଦ୍ଧ୍ବ ଆହତ

ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ:

  • ମହାକୁମ୍ଭ ମେଳା ଅଞ୍ଚଳ କିମ୍ବା ପ୍ରୟାଗରାଜରୁ ବାହାରିବା ରାସ୍ତାରେ ଆଦୌ ଟ୍ରାଫିକ୍ ବନ୍ଦ ହେବା ଉଚିତ୍ ନୁହେଁ ।
  • ପ୍ରୟାଗର ସମସ୍ତ ଷ୍ଟେସନରେ ଅତ୍ୟଧିକ ଜନସମାଗମ ହେବା ଉଚିତ୍ ନୁହେଁ, ସ୍ୱତନ୍ତ୍ର ଟ୍ରେନ୍ ଏବଂ ପରିବହନ ନିଗମର ଅତିରିକ୍ତ ବସ୍ ଚଲାଇବା ଉଚିତ୍ ।
  • ପ୍ରୟାଗରାଜ ଆଡକୁ ପ୍ରତ୍ୟେକ ମାର୍ଗରେ ପାଟ୍ରୋଲିଂ ବଢାନ୍ତୁ । କୌଣସି ଟ୍ରାଫିକ୍ ଜାମ୍ ହେବା ଉଚିତ୍ ନୁହେଁ ।
  • ହୋଲଡିଂ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବା ଉଚିତ୍ ।
  • ଅଯୋଧ୍ୟା, ବାରାଣାସୀ, ମିର୍ଜାପୁର ଏବଂ ଚିତ୍ରକୋଟ ଜିଲ୍ଲା ପ୍ରଶାସନ ସତର୍କ ରହିବା ଉଚିତ୍ ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ଠୋସ୍ ବ୍ୟବସ୍ଥା କରାଯିବା ଉଚିତ୍।

Last Updated : Jan 30, 2025, 5:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.