ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ - VAJPAYEE STATUE UNVEILED

🎬 Watch Now: Feature Video

thumbnail

By ETV Bharat Odisha Team

Published : 13 hours ago

କଟକ: ବାଜପେୟୀଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ପୂର୍ବରୁ କଟକରେ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାର ବେଲଭ୍ୟୁ ଛକ ନିକଟରେ  ଆଜି(ମଙ୍ଗଳବାର) ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ବିଧାୟକଙ୍କ ଉପସ୍ଥିତିରେ ପୂବର୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି କଟକ ବେଲଭ୍ୟୁ ଛକ ନିକଟରେ ଅନାବରଣ କରାଯାଇଛି । ବାଜପେୟୀଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ପୂର୍ବରୁ କଟକରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ସମୀର ଦେଙ୍କର ମଧ୍ୟ ସ୍ୱପ୍ନ ରହିଥିଲା କଟକରେ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ । ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି  । ଓଡ଼ିଶା ବିକାଶ ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ମହାବାତ୍ୟା ପରେ ଯେତେବେଳେ ଓଡ଼ିଶାର ଅର୍ଥନୀତି ଭୁଶୁଡି ଯାଇଥିଲା, ଜନଜୀବନ ବିପର୍ଯ୍ୟସ୍ତ ହୋଇଯାଇଥିଲା ସେତେବେଳେ ବାଜପେୟୀ କହିଥିଲେ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ସତରେ ବି ସେତେବେଳେ ଅର୍ଥର ଅଭାବ ନଥିଲା ।"  

ଏହାମଧ୍ୟ ପଢନ୍ତୁ...

ମୁଁ ବି ଚିଟଫଣ୍ଡ ଠକେଇରେ ଶିକାର ହୋଇଥିଲି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ : ଧର୍ମେନ୍ଦ୍ର ପ୍ରଧାନ

ମହିଳାଙ୍କୁ ସ୍ବାବଲମ୍ବୀ କରାଇବାକୁ ନିଆରା ପଦକ୍ଷେପ, ଅକ୍ଟୋବରରୁ ନିଯୁକ୍ତି

ବାଜପେୟୀଙ୍କ ୯୦ କ୍ୱିଣ୍ଟାଲ ଓଜନର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ

ପ୍ରଥମ ଥର ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି କଟକରେ ସ୍ଥାପନ କରାଯାଇଛି । କଟକର ଶିଳ୍ପୀ ସଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ୨୨ ଜଣ କାରିଗରଙ୍କ ଦ୍ୱାରା କାଠଗଡ଼ା ସାହି ସ୍ଥିତ କାରଖାନାଠାରେ ଏହି ମୂର୍ତ୍ତି ତିଆରି କରାଯାଇଛି । ୯୦ କ୍ୱିଣ୍ଟାଲ ଓଜନର ବ୍ରୋଞ୍ଜରେ ତିଆରି ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍‌ ୬ ଇଞ୍ଚ ରହିଛି । ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ୨୫ ଡ଼ିସେମ୍ବର ।
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.