ହାଇଦ୍ରାବାଦ: ସନାତନ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ବାସ କରାଯାଏ । ପ୍ରତ୍ୟେକ ହିନ୍ଦୁଙ୍କ ଘର ଅଗଣାରେ ତୁଳସୀ ଗଛ ରଖାଯାଇ ପୂଜା କରାଯାଏ । ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହୋଇଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ତୁଳସୀ ଗଛ ପୂଜା କରାଯାଏ । ତେବେ ଆମ ଜାଣତରେ କିମ୍ବା ଅଜାଣତରେ ତୁଳସୀ ଗଛ ଲଗାଇବା ବା ପୂଜା କରିବା ସମୟରେ ତୁଳସୀ ସହ ଜଡି଼ତ କିଛି ନିୟମକୁ ଅଣଦେଖା କରିଦେଇଥାନ୍ତି । ଯାହାଦ୍ବାରା ଭବିଷ୍ୟତରେ ଗମ୍ଭୀର ପରିଣାମର ସାମ୍ନା କରିବାକୁ ପଡ଼ିପାରେ ।
ଲକ୍ଷ୍ନୌର ଜ୍ୟୋତିଷ ଡ.ଉମାଶଙ୍କର ମିଶ୍ରଙ୍କ କହିବା ଅନୁସାରେ, ତୁଳସୀ ଗଛ ପୂଜା କରିବା ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ । ହିନ୍ଦୁ ପରମ୍ପରା ଅନୁସାରେ ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ପୂଜା କରାଯାଏ । ଶାସ୍ତ୍ରରେ ତୁଳସୀଙ୍କୁ ପବିତ୍ର ଓ ଦେବୀଙ୍କ ସ୍ବରୂପ ଭାବରେ ବର୍ଣ୍ଣନା କରାଯାଇଛି । ଯଦି ଘରେ ତୁଳସୀ ଗଛ ପୂଜା କରୁଛନ୍ତି ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ । ଯଦି ଏହି ଜିନିଷକୁ ଧ୍ୟାନରେ ରଖାଯାଏ ତେବେ ଘର ଉପରେ ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ବୃଷ୍ଟି ହୋଇଥାଏ । ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ଘରେ କଦାପୀ ଅର୍ଥର ସମସ୍ୟା ନ ରହିବା ସହ ପରିବାର ସଦସ୍ୟ ସୁସ୍ଥ ରହିଥାନ୍ତି ।
ତୁଳସୀକୁ ନେଇ ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଖାସ କଥା...
ଏହି ଦିନରେ ତୁଳସୀ ଛିଡ଼ାଇବା ଅନୁଚିତ:
ଏକାଦଶୀ, ରବିବାର, ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀ ଗଛରୁ ପତ୍ର ଛିଣ୍ଡାଇବା ଅନୁଚିତ । ଏହି ଦିନଗୁଡ଼ିକରେ ଦିନ କିମ୍ବା ରାତିରେ ପତ୍ର ଛିଣ୍ଡାଇବା ଘର ପ୍ରତି ଅଶୁଭ ହୋଇଥାଏ । ସେହିପରି ଆବଶ୍ୟକ ନଥିଲେ ତୁଳସୀ ପତ୍ରକୁ ଛିଣ୍ଡାନ୍ତୁ ନାହିଁ । ଏଭଳି କରିବା ଦ୍ବାରା ଦୋଷ ଲାଗିଥାଏ ।
ଶିବଲିଙ୍ଗ ଉପରେ ତୁଳସୀ ଦିଆଯିବା ଉଚିତ ନୁହେଁ:
ଜ୍ୟୋତିଷ କହିଛନ୍ତି ଯେ, ଶିବପୂରାଣ ଅନୁସାରେ, ଶିବଲିଙ୍ଗ ଉପରେ ତୁଳସୀ ପତ୍ର ଚଢ଼ାଇବା ଉଚିତ ନୁହେଁ ।
ପ୍ରତିଦିନ ତୁଳସୀଙ୍କୁ ପୂଜା କରନ୍ତୁ:
ତୁଳସୀଙ୍କୁ ପ୍ରତିଦିନ ପୂଜା କରିବା ଉଚିତ । ସବୁଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଦୀପ ଜଳାଇବା ଉଚିତ । ଯେଉଁ ଲୋକ ପ୍ରତିଦିନ ସନ୍ଧ୍ୟାରେ ତୁଳସୀଙ୍କ ପାଖରେ ଦୀପ ଜାଣେ ସେମାନଙ୍କୁ ସର୍ବଦା ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହାସହ ଘର ଅଗଣାରେ ତୁଳସୀ ଗଛ ଥିଲେ ଘରୁ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ । ପିରବାରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହା ଶୁଭ ପ୍ରଭାବ ପକାଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ...ସଫଳତା ପାଇବାକୁ ଚାହୁଁଛନ୍ତି ? ମାନନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ଏହି 7 ଉପଦେଶ ଏହା ମଧ୍ୟ ପଢ଼ନ୍ତୁ...ଜୀବନରେ ମାନନ୍ତୁ ଏହି 7 ଚାଣକ୍ୟ ନୀତି, ପାଦ ଛୁଇଁବ ସଫଳତା |
ଶୁଖିଥିବା ତୁଳସୀ ଗଛ ରଖିବା ଅନୁଚିତ:
ଯଦି ଘରେ ଲଗାଇଥିବା ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ପବିତ୍ର ନଦୀ କିମ୍ବା ପୋଖରୀରେ ଭସାଇଦେବା ଉଚିତ । ଶୁଖିଯାଇଥିବା ତୁଳସୀ ଗଛ ଘରେ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ଗୋଟିଏ ଗଛ ଶୁଖିଯିବା ମାତ୍ରେ ଏହାକୁ ପାଣିରେ ଭସାଇ ଆଉ ଏକ ଗଛ ଲଗାଇବା ଉଚିତ ।
ତୁଳସୀ ପତ୍ର ଚୋବାଇବା ଅନୁଚିତ୍:
ତୁଳସୀ ପତ୍ରକୁ ସେବନ କରିବା ସମୟରେ ଏହାକୁ ଚୋବାଇବା ଉଚିତ ନୁହେଁ । ଏହାକୁ ନ ଚୋବାଇ ଗିଳିଦେବା ଉଚିତ । ତୁଳସୀ ପତ୍ରକୁ ଏଭଳି ସେବନ କରିବା ଦ୍ବାରା ଅନେକ ରୋଗରୁ ଆରାମ ମିଳିଥାଏ । ତୁଳସୀ ପତ୍ରରେ ପାରା ଧାତୁ ( Mercury Metal Elements) ଥାଏ । ତୁଳସୀ ପତ୍ରକୁ ଚୋବାଇବା ବେଳେ ଏହି ଉପାଦାନ ଦାନ୍ତର ଲାଗିଥାଏ । ଯାହା ଦାନ୍ତ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ପତ୍ରକୁ ନ ଚୋବାଇବା ଗିଳିଦେବ ଉଚିତ ।