ସତ୍ୟନଗରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ - FIRE MISHAP

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 23, 2024, 10:24 PM IST

ଭୁବନେଶ୍ୱର: ଜଳିଗଲା ସତ୍ୟନଗର‌ ସ୍ଥିତ ଗୋଦାମ ଗୃହ । ସତ୍ୟନଗର ଅଞ୍ଚଳରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୋଦାମରେ ଭୟଙ୍କର‌ ଅଗ୍ନିକାଣ୍ଡ ଘଟିଛି । ଫଳରେ ସମ୍ପୂର୍ଣ୍ଣ ଗୋଦାମ ଘର ଜଳିଯାଇଛି । ଝାରପଡ଼ା ଓଭରବ୍ରିଜ‌ ନିକଟ ଗୋଡଡାଉନରେ ନିଆଁ ଲାଗିଥିବାବେଳେ ସେଠାରେ ପ୍ଲାଷ୍ଟିକ ଟିଭି ଓ ଫ୍ରିଜ ମହଜୁଦ ଥିଲା । ସେସବୁ ଜଳିଯିବାରୁ ନିଆଁ ଭୟଙ୍କର ଭାବେ ବ୍ୟାପି ଯାଇଥିବା ଦେଖିବାକୁ ମିଳିଛି । ନିକଟରେ ଥିବା ଲୋକ‌ ଭୟରେ ବାହାରକୁ ବାହାରି ଆସିଥିଲେ ।

ସୂଚନା ଅନୁସାରେ, 15ଟି ଅଗ୍ନିଶମ ଗାଡ଼ି ସହିତ ରୋବଟ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ଖବର ପ୍ରକାଶ ସୁଦ୍ଧା, କେହି ମୃତାହତ ହୋଇନାହାନ୍ତି । ତେବେ ଅଗ୍ନିକାଣ୍ଡର ଅସ୍ପଷ୍ଟ ରହିଛି । ଗୋଟିଏ ପଟେ ନିଆଁର ମାତ୍ରା ଅଧିକ ଥିବାବେଳେ ଗୋଦାମ ଗୃହରେ ରହିଛି ବହୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । ଯାହା ଜଳିବା କାରଣରୁ ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଥିଲା ।

ନିଆଁ ଲିଭା କାର୍ଯ୍ୟରେ 15 ଦମକଳ ଗାଡି:

ଏନେଇ ଚିଫ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି, ‘ସମୟ ସାଢ଼େ ସାତଟାରୁ ନିଆଁ ଲାଗିବାର ଖବର ଆସିଥିଲା । ଏନେଇ ଫାୟାର ଷ୍ଟ୍ରାଇକି ଅଫିସର ଘଟଣା ସ୍ଥଳରେ ପହଞ୍ଚିଥିଲା । ପର୍ଯ୍ୟାୟକ୍ରମେ କଳ୍ପନା ଦମକଳ କେନ୍ଦ୍ର ଓ ବରମୁଣ୍ଡା ଓ ୨୫୦ଜଣ ଅଗ୍ନିଶମ ଖର୍ମଚାରି ପହଞ୍ଚି ୧୫ଟି ନିଆଁ ଲିଭା ଗାଡି ସହ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ।  ନିଆଁ ଲିଭାଇବା ପାଇଁ ଫାୟାର ଫାଇଟି ରୋବଟିକ ଭେଇକିଲ ନିୟୋଜିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ 90 ପ୍ରତିଶତ ନିଆଁ ଆୟତ୍ତ ହୋଇଛି ।  ଗୋଦାମ ବହୁତ୍ ବଡ଼ ହୋଇଥିବାରୁ ଏବଂ ଗୋଦାମ ମଧ୍ୟରେ ଅନେକ ଯାନ୍ତ୍ରିକ ଉପକରଣ ରହିଥିବାରୁ ନିଆଁ ଅଧିକ ଜୋରରେ ପରିବ୍ୟାପ୍ତ ହୋଇଥିଲା ।’



ସେପଟେ ଏନେଇ ଏହି ଡିଷ୍ଟ୍ରିବ୍ୟୁଟର ମାଲିକଙ୍କ ଭାଇ ରବି କୁମାର ପାତ୍ର କହିଛନ୍ତି, ଏହା ପିଏସପି ଡିଷ୍ଟ୍ରିବ୍ୟୁଟର ଯାହାକି ଟି ପ୍ରମୋଦ କୁମାର ପାତ୍ରଙ୍କର । ସେଠାରେ ହୋମ୍ ଆପ୍ଲିଏନସ ରହିଥାଏ । ଯେହେତୁ ବିଭିନ୍ନ ଜିନିଷ ଥାଏ ଯେପରିକି ନୂଆ ନୂଆ ଜିନିଷ ପେଟିରେ ସୋଲ ଭିତରେ ଥାଏ । ତେଣୁ ସହଜରେ ନିଆଁ ବ୍ୟାପିଥିଲା । ଏନେଇ ପାଞ୍ଚରୁ ସାତ କୋଟି ଟଙ୍କାର ଜିନିଷ ବୋଲି ଅନୁମାନ କରାଯାଉଛି ।

 

ନିଆଁ ଲିଭାଇବାରେ ସହାୟକ ହେଲା ରୋବଟିକ ଫାୟାର ଭେଇକିଲ:


ଏହା ଛୋଟ ମେସିନ ଯେଉଁଥିରେ ପାଣି ପାଇପ ଲାଗିଥାଏ । ଜଣେ ସାଧାରଣ ଲୋକ ଯେତିକି ତାପମାତ୍ରାରେ ନିଆଁ ଲିଭାଇବାକୁ ଚେଷ୍ଟା କରେ ତାର ଅଧିକ ତାପମାତ୍ରା ନିଆଁ ଭିତରେ ଯାଇ ନିଆଁ ଲିଭାଇଥାଏ ଏହି ମେସିନ । ଏହି ମେସିନ ୩୦ରୁ ୨୦ଜଣଙ୍କ କାମ କରିଥାଏ ।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ: 

ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ନିଆଁ ଲିଭାଇବା ପାଇଁ ଯାହା ସରଞ୍ଜାମ ରହିବା କଥା ତାହା ରହିଛି । କିନ୍ତୁ ବାସ୍ତବରେ ଯେଭଳି ନିଆଁ ଲିଭା ପାଇଁ ରହିବା କଥା ତାହା ଏଠାରେ ନାହିଁ । ଅଗ୍ନିଶମ ପକ୍ଷରୁ ଏନେଇ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଯାହା ସୂଚନା ରହିଛି, ଗୋଦାମରେ ଯେତିକି ଷ୍ଟକ ରହିବା କଥା ତା ଠାରୁ ଅଧିକ ଷ୍ଟକ ରହିଥିଲା ।

ଏହା ବି ପଢନ୍ତୁ...CNG ଟ୍ୟାଙ୍କର ବିସ୍ଫୋରଣ; 11 ମୃତ, ଜଳିଗଲା ୪୦ ଗାଡ଼ି

ଏହା ବି ପଢନ୍ତୁ...ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ, ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.