ବାଲୁକା କଳାରେ ବଡ଼ଦିନ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ - CHRISTMAS 2024
🎬 Watch Now: Feature Video
Published : 12 hours ago
ପୁରୀ: ବଡ଼ଦିନ ତଥା ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରାଶିଳ୍ପୀ ମାନସ ସାହୁ । ଏହି ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ପାର୍କରେ ବଡଦିନ ଉପଲକ୍ଷେ ସେ 3ଟି ମୂର୍ତ୍ତି କରିଛନ୍ତି । ତାଙ୍କର ସମସ୍ତ ବାଲୁକା କଳାରେ ସାରା ବିଶ୍ୱକୁ କେଉଁଥିରେ Save Nature ତ କେଉଁଥିରେ World Peaceର ବାର୍ତ୍ତା ଦେଇଛନ୍ତି ମାନସ । ତେବେ ଏହି ବାଲୁକା କଳାମାନ କରିବାକୁ ମାନସ ସାହୁଙ୍କୁ 10 ଦିନ ସମୟ ଲାଗିଥିଲା । ସେଥି ମଧ୍ୟରୁ ସାଣ୍ଟାକ୍ଲଜ (Santa Claus) ବାଲୁକା ମୂର୍ତ୍ତିକୁ ତିଆରି କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହି ସାଣ୍ଟାକ୍ଲଜ ମୂର୍ତ୍ତିଟି ୧୫ ଫୁଟ ଓସାର ଏବଂ ୫ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ଏଥିରେ ୨ ଟନ ବାଲି ଉପଯୋଗ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ରେକର୍ଡ଼ରେ ସ୍ଥାନ ପାଇଲା ସୁଦର୍ଶନ ପଟ୍ଟନାୟକଙ୍କ ଚକୋଲେଟ୍ ସାଣ୍ଟାକ୍ଲଜ - SANTA CLAUS SAND ART
ଇଟିଭି ଭାରତ, ପୁରୀ