ମେଷ: ଆଜି ଆପଣଙ୍କ ମାନସିକ ସୁସ୍ଥତା ଯୋଗୁଁ ପ୍ରଫୁଲ୍ଳ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବିଭିନ୍ନ ଯାଗା ପରିଭ୍ରମଣ କରିବେ ଏବଂ ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ଖାଇ ତୃପ୍ତ ହେବେ । ନିଜର ମନକୁ ଚିନ୍ତାରୁ ଦୂରେଇ ରଖନ୍ତୁ । ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟରେ ଲିପ୍ତ, ସେମାନଙ୍କରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।
ବୃଷ: ଆଜି ପୁରା ଦିନଟିରେ ଆପଣଙ୍କର ମନରେ ଶିଥିଳତା ଦେଖାଦେବ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେବ । ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ । ପିତାମାତାଙ୍କ ପାଖରୁ ଶୁଭଖବର ପାଇବେ । ଶାରିରୀକ ସୁସ୍ଥତା ବଜାୟ ରହିବ ।
ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହାଦ୍ୱାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ । ପ୍ରେମ ସମ୍ପର୍କ ସୁଦୃଢ଼ ହେବ । ଅତିପ୍ରିୟ ଲୋକଙ୍କ ସହ ସାକ୍ଷାତ ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
କର୍କଟ: ଆଜି ଆପଣ ଦେଖିଚାହିଁ ଚଳିବାକୁ ପଡ଼ିବ । ଆପଣଙ୍କ ଶାରିରୀକ ଶକ୍ତିର ସୁରକ୍ଷା ରଖିନପାରନ୍ତି । ମାନସିକ ଶାନ୍ତି ମଧ୍ୟ ବ୍ୟାହତ ହୋଇପାରେ । ରାତିରେ ଯନ୍ତ୍ରଣା ତଥା ଅନ୍ୟାନ୍ୟ ଶାରିରୀକ ପିଡା ଆପଣଙ୍କୁ କଷ୍ଟ ଦେଇପାରେ । ପରିବାରର ସଦସ୍ୟମାନଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣଙ୍କୁ ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ । ନିଦ୍ରାହୀନତା ଆପଣଙ୍କୁ କଷ୍ଟ ଦେଇପାରେ ।
ସିଂହ: ନକ୍ଷତ୍ର ଚଳନ ପ୍ରଭାବରେ ଆଜି ଆପଣଙ୍କୁ ସମସ୍ତେ ସାହାଯ୍ୟ କରିବେ । ପୁରୁଣା ବନ୍ଦୁଙ୍କ ସହ ମିଶି ବଣଭୋଜି କିମ୍ବା ଦର୍ଶନୀୟ ସ୍ଥାନକୁ ବୁଲୁବାକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣଙ୍କୁ ଆଜି ଉପହାର ମିଳିପାରେ । ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହୁନ୍ତୁ ।
କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ମିଠା କଥା କହି ସମସ୍ତଙ୍କ ପ୍ରିୟଭାଜନ ହେବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୁର୍ବରୁ ସମାପ୍ତ କରିପାରିବେ । ସହକର୍ମୀଙ୍କ ଠାରୁ ସାହଯ୍ୟ ପାଇବେ । ଆକଷ୍ମିକ ଦାନ ଲାଭ ହେବାର ଯୋଗ ରହିଛି ।
ତୁଳା: ଆଜି ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିପାରେ । ବଡ଼ଦିନରେ ଉଚ୍ଚାଭିଳାଶି ହେବେ । ସାହିତ୍ୟ, ସଂଗୀତ ଓ ଲେଖାଲେଖିରେ ମନ ଦେବେ ।ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ । ପରିବାର ସହ ବୁଲିବାକୁ ଯିବେ । ସୁସ୍ବାଦୁ ଖାଦ୍ୟ ଖାଇବେ । ଋଣକୁ ଦେଇଥିବା ଟଙ୍କା ଫେରସ୍ତ ପାଇବେ ।
ବିଛା: ଆପଣଙ୍କ ଭଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ରଖନ୍ତୁ । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଙ୍ଗ୍ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ ।
ଧନୁ: ଆଜି ଦୂରଯାତ୍ରା କରିପାରନ୍ତି । ମନରେ ଅସ୍ଥିରତା ଦେଖାଦେଇପାରେ । ଛୋଟ କଥାରେ ଉତ୍ତେଜିତ ହୋଇପାରନ୍ତି । ଆଜି କାହାକୁ ଟଙ୍କା ଦେଉଥିଲେ ଭାବି ଚିନ୍ତି କାରବାର କରନ୍ତୁ । କର୍ମ ଅନୁସାରେ ଫଳ ମିଳିବାରେ ବିଳମ୍ବ ହୋଇପାର । ସନ୍ଧ୍ୟା ସମମରେ ଅନେକ ସମସ୍ୟାର ସମାଧାନ ହୋଇଯିବ ।
ମକର: ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ ଓ ଅନ୍ୟ ଦିନମାନଙ୍କ ପରି ସହକର୍ମୀମାନେ ଈର୍ଷା କରିବେ ନାହିଁ । ଆପଣଙ୍କ ପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ରହିବ । ଚାକିରୀ ପରିଵର୍ତ୍ତନ ପାଇଁ ଇଚ୍ଛୁକ ଵ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ନୁହେଁ । ପ୍ରଚୁର ଅର୍ଥର ଆଗମନ ହେବ ।
କୁମ୍ଭ: କର୍ମମୟ ଦିନର ଆରମ୍ଭ ଦୀର୍ଘ ସୂଚୀ ବିଶିଷ୍ଟ ହେବ ଓ ସୌଭାଗ୍ୟରେ ଆପଣ ସେସବୁକୁ ଗୋଟିକ ପରେ ଗୋଟିଏ ପୁରା କରିଦେବେ । ଏହା ଆପଣଙ୍କୁ ଭାରାକ୍ରାନ୍ତ କରିଦେବ ସେଥିପାଇଁ ଗରମ ପାଣିରେ ସ୍ନାନ କରନ୍ତୁ ଆରାମ ମିଳିବ ।
ମୀନ: ଈଶ୍ଵର ବିଶ୍ଵାସୀ ହୁଅନ୍ତୁ । ଆଜି କିଛି ନକରାତ୍ମକ ପରିସ୍ଥିତି ଉପୁଜିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଅଙ୍ଗ ପାଇଁ ଅନେକ ଅର୍ଥ ସାରିପାରନ୍ତି । ଧୈର୍ଯ୍ୟର ସହ ପରିବାରଜନଙ୍କ ସହ ମିଶିବାକୁ ପଡିବ । ଚିନ୍ତା କରିନଥିବା ଅର୍ଥର ଆଗମନ ପାଇଁ ଖୁସି ହେବେ । ବ୍ୟବସାୟୀଙ୍କ ବାକିଥିବା ଅର୍ଥ ଆଦାୟ ହୋଇପାରେ ।