ETV Bharat / state

୩ ଦିନ ଘନ କୁହୁଡ଼ି: ଦେଖାଯିବନି ରାସ୍ତାଘାଟ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - IMD ODISHA WEATHER PREDICTION

ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ଖରା । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି ।

Odisha Weather Latest Update
Odisha Weather Latest Update (ETV Bharat Odisha)
author img

By ETV Bharat Odisha Team

Published : Jan 24, 2025, 6:01 PM IST

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ଗରମ ଅନୁଭୂତ ହେଲାଣି । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବାବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି । ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସେପଟେ ଘନ କୁହୁଡ଼ି ଜନ ଜୀବନ ଅସ୍ତବ୍ୟସ୍ତ କରୁଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିକୁ ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Odisha Weather Latest Update (ETV Bharat Odisha)

ଘନ କୁହୁଡ଼ି ୱାର୍ଣ୍ଣିଂ:

ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତା । ରାତି ୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ରହିବ । ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି ।

ସତର୍କ ! ରାସ୍ତା ଘାଟ କିଛି ଦେଖାଯିବନି:

ସେହିଭଳି ୨୬ ତାରିଖରେ ଘନ କୁହୁଡି ନେଇ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୭ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି, କଲାହାଣ୍ଡି, କନ୍ଧମାଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ କ୍ଷମତା ରହିବ । କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଭୋର ସମୟରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଏହାସହ ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ।

Odisha Weather Latest Update
Odisha Weather Latest Update (IMD)

ଆହୁରି ବଢ଼ିବ ତାପମାତ୍ରା:

ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି । ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଘନ କୁହୁଡି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି । ସ୍ୟାଟେଲାଇନ ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ , ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ ଘନକୁହୁଡିର ଆଚ୍ଛାଦନ ଦେଖିବାକୁ ମିଳିଛି । ସେପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରିଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ପରେ ପୂର୍ବ ଉତ୍ତର-ପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହୋଇଥିବା ହେତୁ ଏହାର ପ୍ରଭାବ କମିବା ସହ, ରାଜ୍ୟର ଉତ୍ତର-ପଶ୍ଚିମ ଭାଗରେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି l ପ୍ରଭାବରେ ଧିରେ ଧିରେ ଗୁରୁଚାପ ବଳୟ ଦକ୍ଷିଣ ମୁହାଁ ହେବାର ସମ୍ଭାବନା ସହ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ସହ ରାତ୍ରି ତାପମାତ୍ରା ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତଳ ମୁହାଁ ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ ।

Odisha Weather Latest Update
Odisha Weather Latest Update (IMD)

ଏହା ମଧ୍ୟ ପଢ଼ନ୍ତୁ...ଜାନୁଆରୀରେ କଲବଲ କଲାଣି ତାତି, ଆହୁରି ତିନି ଦିନ ପାରଦ ଉପରମୁହାଁ

ଏହା ମଧ୍ୟ ପଢ଼ନ୍ତୁ...ପଶ୍ଚିମା ଝଡ଼ ପ୍ରଭାବ: କମିବ ଶୀତ, ୩ ଜିଲ୍ଲାରେ ଘନ କୁହୁଡ଼ି ଆଲର୍ଟ

କେଉଁଠି କେତେ ତାପମାତ୍ରା:

ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୧୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପାରଳାଖେମୁଣ୍ଡି ଓ ଝାରସୁଗୁଡ଼ାରେ ସର୍ବାଧିକ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ୧୯.୫ ଡିଗ୍ରୀ, କଟକରେ ୧୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନୁଗୋଳ, ତାଳଚେର, ଭୁବନେଶ୍ବର, ବାଲେଶ୍ବର, ଗୋପାଳପୁର, ଖୋର୍ଦ୍ଧା ଓ ଢେଙ୍କାନାଳରେ ଘନ କୁହୁଡ଼ି ଦେଖାଦେଇଥିବାବେଳେ ଦୃଶ୍ୟମାନର ଦୂରତା ୫୦ ମିଟର ରହିଥିଲା ।

Odisha Weather Latest Update
Odisha Weather Latest Update (IMD)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.