ହାଇଦ୍ରାବାଦ: ରଚିନ୍ ରବିନ୍ଦ୍ରଙ୍କ ଦମଦାର ଶତକ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗତକାଲି କିଓ୍ବି ଟିମ୍ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ବାଂଲାଦେଶକୁ 5 ୱିକେଟରେ ପରାସ୍ତ କରିଛି । ନ୍ୟୁଜିଲ୍ୟାଣ୍ଡ ବିଜୟ ଲକ୍ଷ୍ୟ 237 ରନ 46.1 ଓଭରରେ 5 ୱିକେଟ୍ ହରାଇ ସ୍କୋର କରିଥିଲା ।
RACHIN RAVINDRA - THE FIRST PLAYER IN HISTORY TO SCORE:
— Mufaddal Vohra (@mufaddal_vohra) February 24, 2025
- World Cup century on debut. 🥶
- Champions Trophy century on debut. 🤯 pic.twitter.com/6M8PtGyuA6
ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ-ଭାରତ-
ଏହି ବିଜୟ ସହିତ ଆୟୋଜକ ପାକିସ୍ତାନ ଏବଂ ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ରୁ ବାଦ୍ ପଡିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ମାର୍ଚ୍ଚ ୨ ରବିବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗ୍ରୁପ୍-ବି ଟପରେ ରହିବାକୁ ଲଢେଇ ହେବ । ଯେଉଁ ଦଳ ଜିତିବ ସିଏ ଗ୍ରୁପ- ଟପ୍ କରିବ ।
RACHIN RAVINDRA BECOMES THE FIRST PLAYER TO SCORE HUNDRED IN WORLD CUP & CHAMPIONS TROPHY DEBUT 🙇 pic.twitter.com/D8MWcT0jak
— Johns. (@CricCrazyJohns) February 24, 2025
ବିଶ୍ୱ ରେକର୍ଡ କଲେ ରବିନ୍ଦ୍ର-
ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ର ଷଷ୍ଠ ମ୍ୟାଚ ମ୍ୟାଚରେ ଭାରତୀୟ ମୂଳର କିୱି ଖେଳାଳି ରଚିନ୍ ରବିନ୍ଦ୍ର ଏକ ଚମତ୍କାର ଶତକ ହାସଲ କରି ନ୍ୟୁଜିଲ୍ୟାଣ୍ଡର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଶତକୀୟ ଇନିଂସ ସହିତ ରାଚିନ୍ ତାଙ୍କ ନାମରେ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି କରି ଇତିହାସ ରଚିଛନ୍ତି । ନ୍ୟୁଜିଲ୍ୟାଣ୍ଡର ବାମହାତୀ ତାରକା ଅଲରାଉଣ୍ଡର ରାଚିନ୍ ରବିନ୍ଦ୍ର ଉଭୟ ଆଇସିସି ଦିନିକିଆ ବିଶ୍ୱକପ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏକ ଶତକ ହାସଲ କରିବା ପୂର୍ବରୁ ସେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ 2023 ବିଶ୍ୱକପ୍ର ଡେବ୍ୟୁ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ ।
Another ICC ODI event, another century for Rachin Ravindra! At the age of just 25 he has now scored more centuries at ICC ODI events (4) than any other New Zealand men’s player ✍️ #ChampionsTrophy #CricketNation pic.twitter.com/Mm1BuJeUfT
— BLACKCAPS (@BLACKCAPS) February 24, 2025
କ୍ରିକେଟ୍ ଇତିହାସରେ 19 ଜଣ ଖେଳାଳି ନିଜର ପ୍ରଥମ ODI ବିଶ୍ୱକପ୍ ମ୍ୟାଚ୍ ରେ ଏକ ଶତକ ହାସଲ କରିବାର ସଫଳତା ହାସଲ କରିଥିବାବେଳେ 15 ଜଣ ଖେଳାଳି ସେମାନଙ୍କର ପ୍ରଥମ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ରେ ଏପରି କରିଛନ୍ତି । କିନ୍ତୁ, ନ୍ୟୁଜିଲ୍ୟାଣ୍ଡର ରାଚିନ୍ ରବିନ୍ଦ୍ର ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରଥମ ଖେଳାଳି ଯିଏ ଦୁଇଟି ଆଇସିସି ଇଭେଣ୍ଟର ଡେବ୍ୟୁ ମ୍ୟାଚରେ ଶତକ ମାରିଛନ୍ତି ।
RACHIN RAVINDRA MADE HIS ODI DEBUT IN 2023 🥶
— Johns. (@CricCrazyJohns) February 24, 2025
- This is insane stat for 25 year old Rachin. pic.twitter.com/8QsffVt3il
ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ଶତକ-
ରାଚିନ୍ ରବିନ୍ଦ୍ରଙ୍କୁ ମାତ୍ର 25 ବର୍ଷ ବୟସ । ଏତେ କମ ବୟସରେ ସେ ଆଇସିସି ODI ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ଶତକ (4) ସ୍କୋର କରିବାରେ ଖେଳାଳି ହୋଇପାରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ରାଚିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇପାରିଛନ୍ତି । ଯିଏ କ୍ରମାଗତ ଭାବରେ ଉଭୟ ବଲ୍ ଏବଂ ବ୍ୟାଟ୍ ସହିତ ଚମତ୍କାର କରୁଛନ୍ତି । ମାତ୍ର 11ଟି ଇନିଂସରେ ରବିନ୍ଦ୍ର ଏହି ସଫଳତା ପାଇଛନ୍ତି ।
The first two semi-finalists of #ChampionsTrophy 2025 🏆
— ICC (@ICC) February 24, 2025
Details: https://t.co/EVdyKNzUp2 pic.twitter.com/F9zyoGhOXL
ପାକିସ୍ତାନ ବିପକ୍ଷରେ ଆହତ-
ଲାହୋରରେ ପାକିସ୍ତାନ ବିପକ୍ଷ ତ୍ରିକୋଣୀୟ ODI ସିରିଜର ଉଦଘାଟନୀ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ରାଚିନ୍ ରବିନ୍ଦ୍ର ଆହତ ହୋଇଥିଲେ । ଏହି କାରଣରୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡର ଶେଷ ମ୍ୟାଚରୁ ଦୂରେଇ ରହିବାକୁ ପଡିଥିଲା । ସେ ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି 2025 ର ଓପନିଂ ମ୍ୟାଚରେ ମଧ୍ୟ ଖେଳିପାରିନଥିଲେ । ତେବେ ଆହତ ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରାଚିନ୍ ରବିନ୍ଦ୍ର ଏକ ଚମତ୍କାର ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ।