ଭୁବନେଶ୍ବର: ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାବେଳେ ବଦଳିବ ପାଗ । ରାଜ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳିବ । ଆଗକୁ ବଢିବ ପାରଦର ସ୍ତର । ବୃଦ୍ଧି ହେବ ତାପମାତ୍ରା, ପୁଣି ଅନୁଭବ ହେବ ଅସମ୍ଭାଳ ତାତି । ୩ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ପୁଣି ରାଜ୍ୟରେ ତାତି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ଆସନ୍ତାକାଲି ଜାଗର(ଶିବରାତ୍ରି) ଦିନ ମଧ୍ୟ ଭୀଷଣ ଗରମ ଅନୁଭୂତ ହେବ ।
୭ ଦିନ ଯାଏଁ ଶୁଖିଲା ପାଗ:
ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ତେବେ ରାଜ୍ୟରେ ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବାବେଳେ ବୁଧବାର ଜାଗରରେ ବି ପାଗ ସ୍ୱାଭାବିକ ରହିବ ବୋଲି ବିଭାଗ ଆକଳନ କରିଛି । ସେପଟେ ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୁବନେଶ୍ବର, ବାଲେଶ୍ବର, ପାରାଦୀପରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ରହିଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଥିଲା । ପୁରୀରୁ ୨୮୬ ଓ ଭୁବନେଶ୍ବରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ । ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ । ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି ।
ଏହା ବି ପଢନ୍ତୁ...୨୫ ଯାଏଁ ବର୍ଷାରୁ ନାହିଁ ନିସ୍ତାର, ବଜ୍ରପାତ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଏହା ବି ପଢନ୍ତୁ...3 ଦିନ ଯାଏଁ ଲାଗି ରହିବ ବର୍ଷା, ଏହି ଜିଲ୍ଲାରେ ହେବ କୁଆପଥର ମାଡ
ଏହା ବି ପଢନ୍ତୁ...ଓଡ଼ିଶାରେ ଭୂକମ୍ପ ଝଟ୍କା, ଥରିଲା ପୁରୀ, ବାଲେଶ୍ବର ଏବଂ ବ୍ରହ୍ମପୁର
ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା:
ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହୋଇଛି । ଚାନ୍ଦବାଲି ପାରଦ୍ବୀପ ଓ ଭୁବନେଶ୍ୱର ଅନୁଭୂତ ହୋଇଛି କୁହୁଡି । ସେପଟେ ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ସ୍ୱାଭାବିକ ଥିବାବେଳେ ଗତକାଲି(ସୋମବାର) ସର୍ବାଧିକ ତାପମାତ୍ରା ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୩୬ ଓ ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ ୧୧.୬ ମିମି ରେକର୍ଡ କରାଯାଇଛି । ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ କରାଯାଇଥିଲା । ବିଜୁଳି ଘଡଘଡି ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଇଥିଲା ପାଣିପାଗ ବିଭାଗ । ବର୍ତ୍ତମାନ ପାଗରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର