ବ୍ରହ୍ମପୁର: ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା । ଜଣେ ଦୁବୃର୍ତ୍ତ କୁଳପତିଙ୍କୁ ଗତ ଚାରି ଦିନ ହେଲା ଫୋନ କରି ଡିଜିଟାଲ ଆରେଷ୍ଟରେ ଫସାଇଥିଲା । ଦୁବୃର୍ତ୍ତ ଜଣକ ନିଜକୁ ଇଡି ଅଫିସର ବୋଲି କୁଳପତିଙ୍କୁ ପରିଚୟ ଦେଇଥିଲେ । ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ୍ ରହିଥିବା ନେଇ କୁଳପତିଙ୍କୁ କହିଥିଲେ ଦୁବୃର୍ତ୍ତ । ଏଭଳି ତଥ୍ୟ ଦୁବୃର୍ତ୍ତ ଦେବା ପରେ ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି କୁଳପତିଙ୍କୁ କୁହାଯାଇଥିଲା ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର । ଭିସି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକେଇ । ଡିଜିଟାଲ୍ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ । ଇଡି ଅଫିସର କହି ଡିଜିଟାଲ ଆରେଷ୍ଟ କରାଯାଇଥିବା ଭିସିଙ୍କୁ କହିଥିଲେ । ଡିଜିଟାଲ ଆରେଷ୍ଟ ଭୟରେ କୁଳପତି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର
- ଭିସି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକେଇ
- ଡିଜିଟାଲ୍ ଆରେଷ୍ଟରେ ୧୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
- ଇଡି ଅଫିସର କହି ଡିଜିଟାଲ ଆରେଷ୍ଟ କରାଯାଇଥିବା ଭିସିଙ୍କୁ କହିଥିଲେ ସାଇବର ଅପରାଧୀ
- ସାଇବର ଥାନାରେ ଅଭିଯୋଗ ହୋଇଥିବା ଏସ୍ପି ଡା.ଶର୍ବଣା ବିବେକ ଏମଙ୍କ ସୂଚନା
ଏହା ବି ପଢନ୍ତୁ- ବିଜୁଳି ବିଲ ପୈଠ ନାଁରେ ଠକୁଛନ୍ତି ସାଇବର ଠକ, ଆପଣଙ୍କୁ ଆସୁନି ତ ଏପରି ମେସେଜ ? - CYBER FRAUD
ଡିଜିଟାଲ ଆରେଷ୍ଟ ଭୟରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି କୁଳପତି-
ଡିଜିଟାଲ ଆରେଷ୍ଟ ଭୟରେ ନିଜର ସମସ୍ତ ତଥ୍ୟ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପ୍ରଦାନ କରିଛନ୍ତି କୁଳପତି ଗୀତାଞ୍ଜଳି ଦାସ । ଫୋନ କଲର କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ ଦୁବୃର୍ତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ । ଡିଜିଟାଲ ଆରେଷ୍ଟର ଶୀକାର ନେଇ କୁଳପତି ବ୍ରହ୍ମପୁର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଠକେଇର ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ।
କୁଳପତିଙ୍କଠୁ ୧୪ ଲକ୍ଷ ଠକେଇ-
- ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ସାଇବର ଠକେଇର ଶିକାର
- ପ୍ରଫେସର ଗୀତାଞ୍ଜଳି ଦାସଙ୍କଠାରୁ ୧୪ ଲକ୍ଷ ଟଙ୍କା ଲୁଟ
- ଡିଜିଟାଲ ଆରେଷ୍ଟ ନାଁରେ ଫସାଇଥିଲେ ସାଇବର ଠକ
- ସୁପ୍ରିମକୋର୍ଟର ଏକ ମାମଲାରେ ସଂପୃକ୍ତି ଥିବା ଦର୍ଶାଇଥିଲେ
- ନିଜକୁ ED ଅଫିସର କହିଥିଲେ ସାଇବର ଠକ
- ଡିଜିଟାଲ ଆରେଷ୍ଟ ଭୟରେ ସବୁ ତଥ୍ୟ ଦେଇଥିଲେ କୁଳପତି
"ଗତିକାଲି ସାଇବର ପୋଲିସ ଷ୍ଟୋସନରେ ଗୋଟିଏ ରିପୋର୍ଟ ଦେଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ । କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ ମାଧ୍ୟମରେ ସାଇବର ଅପରାଧୀମାନେ ଲୁଟ କରିଛନ୍ତି । ଏହି ମାମଲାରେ ଆମେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛୁ । କିଛି ଦିନ ହେଲା ତାଙ୍କୁ କିଏ ଜଣେ ଅଜଣା ନମ୍ବରରୁ କଲ କରି ନିଜକୁ ଇଡି ଅଫିସର କହି ସୁପ୍ରିମକୋର୍ଟ ତତ୍ୱାବଧାନରେ ତଦନ୍ତ ଚାଲିଥିବା କହି ଥିଲା । ଅପରାଧୀ କହିଥିଲା ଇଡି ଗୋଟିଏ ଅପରାଧୀର ଲିଙ୍କରେ ଭିସିଙ୍କ ପାଖରେ ପହଞ୍ଚିଛନ୍ତି । ଏପରି ମିଛ କଥା କହି ଭିସିଙ୍କୁ କନଭିନ୍ସ କରି ତାଙ୍କ ଆକାଉଣ୍ଟରୁ 14 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଦେଲେ । ଲଗାତାର ଭାବେ 4 ଦିନ ଧରି ତାଙ୍କୁ ଅଫିସ ପରେ କଲ କରିଥିଲେ ସାଇବର ଅପରାଧୀ । ତେବେ ଆଜିକାଲି ଯେତେବେଳେ ବି କିଏ ଫୋନ କରୁଛନ୍ତି, ଆଉ ନିଜର ପରିଚୟ ସିବିଆଇ ଅଫିସର, ଜଜ ଦେଲେ ସେଭଳି କଲର ଶିକାର ହୁଅନ୍ତୁନି," ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶର୍ବଣା ବିବେକ ଏମ୍ ।
ବ୍ରହ୍ମପୁର ସାଇବର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ 318(4)/319(2)/336(2)/336(3)/340(2)/308(2)/351(2) BNS/66(C)/66(D) I.T. ଆକ୍ଟ ଆଧାରରେ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ଏହି ଘଟଣା ପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବାହାରେ ରହିଥିବାରୁ ଏନେଇ କୌଣସି ସିଧାସଳଖ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ବ୍ରହ୍ମପୁର