ETV Bharat / bharat

ମହାକୁମ୍ଭ ମେଳାରେ ବିଶ୍ବ ରେକର୍ଡ, ଏକା ସହ ସଫା କଲେ 15 ହଜାର ସଫେଇ କର୍ମୀ - MAHAKUMBH 2025

ମହାକୁମ୍ଭରେ ଏକା ସହ ସଫା କରି ଗିନିଜ ବୁକ ଅଫ ବିଶ୍ବ ରେକର୍ଡ କରିଛନ୍ତି 15 ହଜାର ସଫେଇ କର୍ମୀ ।

ମହାକୁମ୍ଭରେ ବିଶ୍ବ ରେକର୍ଡ
ମହାକୁମ୍ଭରେ ବିଶ୍ବ ରେକର୍ଡ (ETV Bharat)
author img

By ETV Bharat Odisha Team

Published : Feb 25, 2025, 7:19 PM IST

ପ୍ରୟାଗରାଜ: ଭବ୍ୟ ଓ ଦିବ୍ୟ ମହାକୁମ୍ଭ ମେଳାର ଦିନ ସରି ଆସୁଛି । ଅନ୍ତିମ ଦିନ ପାଖେଇ ଆସୁଥିବାବେଳେ ଭିଡ ମଧ୍ୟ ବଢିବାରେ ଲାଗିଛି । ସଙ୍ଗମ ସ୍ଥଳରେ ଜୋରଦାର ଭିଡ ଦେଖିବାକୁ ମିଳୁଛି । ସୋମବାର ଦିନ ଦେଢ କୋଟିରୁ ଅଧିକ ଲୋକେ ମହାକୁମ୍ଭରେ ବୁଡ ପକାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହାକୁମ୍ଭ ମେଳାରେ 3.36 କୋଟି ଲୋକେ ମହାସ୍ନାନ କରିସାରିଲେଣି ।

  • ମହାକୁମ୍ଭରେ ବିଶ୍ବ ରେକର୍ଡ

ପ୍ରତିଦିନ ମହାକୁମ୍ଭର ନୂଆ ରୂପ ଦେଖିବାକୁ ମିଳୁଛି । ଗତ ସୋମବାର ପ୍ରୟାଗରାଜ ମେଳା ପ୍ରାଧିକରଣ ଅର୍ଦ୍ଧକୁମ୍ଭ 2019ରେ କରିଥିବା ରେକର୍ଡକୁ ଭାଙ୍ଗି ଦେଇଛି । ମେଳାର 4ଟି ଜୋନରେ ଏକା ସହ 15 ହଜାର ସଫେଇ କର୍ମୀ ସଫା କରି ଗିନିଜ ବୁକ ଅଫ ବିଶ୍ବ ରେକର୍ଡ କରିଛନ୍ତି । ଏହି ଅବସରରେ ପ୍ରୟାଗରାଜ ମେୟର ଗଣେଷ କେସରୱାନି, ନହାକୁମ୍ଭର ସ୍ବତନ୍ତ୍ର କାର୍ଯ୍ୟଧିକାରୀ ଆକାଂକ୍ଷା ରଣା ଓ ଗିନିଜ ବୁକ ଅଫ ରେକର୍ଡର ଅବଜରଭେସନ ଟିମ ଉପସ୍ଥିତ ଥିଲେ । ଏହାର ଫାଇନାଲ ରିପୋର୍ଟ ତିନି ଦିନ ପରେ ଜାରି କରାଯିବ । ଗିନିଜ ବୁକ ଅଫ ବିଶ୍ବ ରେକର୍ଡ ସଂସ୍ଥାର ମୁଖ୍ୟ ଅବଜରଭର ଏବଂ ନିର୍ଣ୍ଣାୟକ ରିଷି ନାଥ ନିଜ ଟିମ ସହ ପ୍ରୟାଗରାଜରେ ପହଞ୍ଚିଥିଲେ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଅବଜରଭେସନ ଓ ଅଲଟରେସନ କାମ ନିରଜ ପ୍ରକାଶ ଆସୋସିଏଟେଡ ଚାର୍ଟାଡ ଆକାଉଣ୍ଟାଣ୍ଟ ଫାର୍ମ ତଦାରଖ କରୁଛି । ସ୍ବଚ୍ଛକର୍ମୀଙ୍କ ସଂଖ୍ୟା ଗଣନା ତାଙ୍କ ହାତରେ ଲଗାଯାଇଥିବା ସ୍କାନ କୋର୍ଡ ଯୁକ୍ତ ବ୍ୟାଣ୍ଡରୁ ଜଣାପଡିଥାଏ ।

ମହାକୁମ୍ଭରେ ବିଶ୍ବ ରେକର୍ଡ
ମହାକୁମ୍ଭରେ ବିଶ୍ବ ରେକର୍ଡ (ETV Bharat)

ଅର୍ଦ୍ଧକୁମ୍ଭରେ 10 ହଜାର ସଫେଇ କର୍ମୀ ଏକା ସହ ଝାଡୁ ମାରି ରେକର୍ଡ କରିଥିଲେ । ଏଥର ଗଙ୍ଗା ସେବାଦୂତ ଓ ସେକ୍ଟର ମାଜିଷ୍ଟ୍ରେଟଙ୍କ ମାର୍ଗଦର୍ଶନରେ ସେକ୍ଟର 2ର ହେଲିପ୍ୟାଡ, ସଲୋରୀ ନାଗବାସୁକି କ୍ଷେତ୍ର, ଅରୈଲ ଓ ଝୁନ୍ସିର ସ୍ବଚ୍ଛ କର୍ମୀ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସ୍ବଚ୍ଛତାରେ ଏହି ବିଶ୍ବ ରେକର୍ଡ ପ୍ରୟାଗରାଜର ପବିତ୍ର ଭୂମିରୁସମଗ୍ର ବିଶ୍ବକୁ ମହାନ ବାର୍ତ୍ତା ଦେବ ବୋଲି ମେୟର ଗଣେଷ କେସରୱାନି କହିଛନ୍ତି ।

  • ମହାକୁମ୍ଭରେ 10 କିଲୋମିଟର ପର୍ଯ୍ୟନ୍ତ ଚାଲିଲା ସଫେଇ ଅଭିଯାନ

ଉତ୍ତର ପ୍ରଦେଶର ନଗର ବିକାଶ ଏବଂ ଶକ୍ତି ମନ୍ତ୍ରୀ ଏକେ ଶର୍ମା କହିଛନ୍ତି ‘‘ମହାକୁମ୍ଭ ବିଶ୍ବର ସବୁଠାରୁ ବଡ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଆୟୋଜନ ଅଟେ । ଏହା ସଫଳ କରିବା ପାଇଁ ଆମର ସଫେଇ କର୍ମୀଙ୍କ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି । ମେଳା କ୍ଷେତ୍ରରେ ସୋମବାର 15 ହଜାର ସଫେଇ କର୍ମୀ ପାଖାପାଖି 10 ହଜାର କିଲୋମିଟର ସଫେଇ ଅଭିଯାନ ଚଳାଇ ନୂଆ ରେକର୍ଡ କରିଛନ୍ତି । ଏହି ସ୍ବଚ୍ଛତା ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ଏହି ରେକର୍ଡ ଆମ ସ୍ବଚ୍ଛ କର୍ମୀଙ୍କ ସମର୍ପଣ ଓ ଏକଜୁଟତାର ଅଦ୍ଭୂଦପୂର୍ଣ୍ଣ ଉଦାହରଣ ଅଟେ । ହଜାର ହଜାର ସଫେଇ କର୍ମୀ ମିଳିମିଶି ଏହି ପବିତ୍ର ଆୟୋଜନକୁ ସ୍ବଚ୍ଛ କରିବା ପାଇଁ ଯୋଗଦାନ ରହିଛି । ଏହି ଐତିହାସିକ ଅବସରରେ ଆମେ ସମସ୍ତେ ସଂକଳ୍ପ ନେବା କି ସ୍ବଚ୍ଛତା କେବଳ ଦିନକର କାର୍ଯ୍ୟ ନୁହେଁ । ବରଂ ଏହା ଆମ ଜୀବନର ଏକ ଭାଗ । ମହାକୁମ୍ଭର ଏହି ଅଦ୍ଭୁଦ କିର୍ତ୍ତୀ ଆମକୁ ପ୍ରତିଦିନ ନିଜ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରେରଣା ଦେଇଥାଏ’’।

ମହାକୁମ୍ଭରେ ବିଶ୍ବ ରେକର୍ଡ
ମହାକୁମ୍ଭରେ ବିଶ୍ବ ରେକର୍ଡ (ETV Bharat)
  • ମହାକୁମ୍ଭରେ ମହାଶିବରାତ୍ରିରେ ମହାଆୟୋଜନ

ମହାକୁମ୍ଭରେ ମହାଶିବରାତ୍ରିରେ ହେବ ମହାଆୟୋଜନ । ମେଳା ପରିସରରେ ଥିବା ଶିବିରରେ ଭଗବାନ ଭୋଳାନାଥଙ୍କ ରୁଦ୍ରାଭିଷେକ କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ । ଭଗବାନ ଶିବଙ୍କ ପାଇଁ ଭଜନ, ଭୋଗ ସହ ପ୍ରସାଦ ସେବନର ଆୟୋଜନ କରାଯିବ । ଜୁନା ଆଖେଡାର ସନ୍ଥ ମାଧବାନନ୍ଦ ମହାରାଜ କହିଛନ୍ତି ଶିବରାତ୍ରିରେ ଦିନ ସହ ରାତିର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ଶିବରାତ୍ରିର ରାତି ସିଦ୍ଧିଦାତ୍ରୀ ହୋଇଥାଏ । ସେହି ରାତିରେ ଭକ୍ତଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ । ମାଧବାନନ୍ଦ ମହାରାଜଙ୍କ ଅନୁସାରେ 4ଟି ପର୍ବ ରହିଛି । ଏହି 4ଟି ରାତ୍ରିରେ ଦୀପାବଳି ଅମାବାସ୍ୟା, ହୋଲି ଦହନ ପୂର୍ଣ୍ଣିମା, ନବରାତ୍ରିର ଅଷ୍ଟମୀ ଓ ଶିବରାତ୍ରି ଆଦି ଫଳଦାୟକ ହୋଇଥାଏ ।

ମହାକୁମ୍ଭରେ ବିଶ୍ବ ରେକର୍ଡ
ମହାକୁମ୍ଭରେ ବିଶ୍ବ ରେକର୍ଡ (ETV Bharat)

ମାଧବାନନ୍ଦ ମହାରାଜ ଆହୁରି ମଧ୍ୟ କହିଛନ୍ତି ‘‘ଏହି ରାତ୍ରିରେ ସତସଙ୍ଗ କଲେ ମନସ୍କାମନା ପୂରଣ ହୋଇଥାଏ । ମହାରୁଦ୍ରାଭିଷେକ, ପ୍ରସାଦ ବଣ୍ଟନ, ଯଜ୍ଞ ଓ ହୋମ ସହ ଶିବାର୍ଚ୍ଚନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମହାଶିବରାତ୍ରିରେ ମହାକୁମ୍ଭ ମେଳା ସମାପନ ହେବାକୁ ଯାଉଛି । ଏହି ଦିନ ମହାମୃତ୍ୟୁଞ୍ଜୟ ଯଜ୍ଞ ହେବ । ଆନନ୍ଦ ଆଖଡାର ନାଗା ସନ୍ୟାସୀ ସ୍ବାମୀ ଶିବ ଜ୍ଞାନାନନ୍ଦ ସରସ୍ବତୀ ମହାରାଜଙ୍କ ଶିବିରରେ ଯଜ୍ଞ ସହ ହୋମ ପୂଜା ଓ ପ୍ରସାଦ ସେବନ ଚାଲିଛି । ଏହା ମହାଶିବରାତ୍ରି ଦିନ ସମାପନ ହେବ ’’।

ସ୍ବାମୀ ଶିବ ଜ୍ଞାନାନନ୍ଦ ସରସ୍ବତୀ କହିଛନ୍ତି ‘‘ଶିବିରରେ ଭଗବାନ ଭୋଳାନାଥଙ୍କ ସ୍ଫଟିକ ଶିବଲିଙ୍ଗ ଓ ପାର୍ଥିବ ଶିବଲିଙ୍ଗର ମହାରୁଦ୍ରାଭିଷେକ କରାଯିବ । ମହାକାଳଙ୍କୁ ପ୍ରସନ୍ନ କରିବା ପାଇଁ ମହାମୃତ୍ୟୁଞ୍ଜୟ ମହାଯଜ୍ଞ କରାଯିବ । ଏହି ଯଜ୍ଞରେ ବିଶ୍ବକଲ୍ୟାଣ ଓ ସମସ୍ତଙ୍କ ସୁସ୍ଥ ରଖିବା ପାଇଁ କାମନା କରାଯିବ । ଏହାପରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯିବ । ଏହାପରେ ସେମାନେ ପ୍ରୟାଗରାଜରୁ କାଶୀ ଅଭିମୁଖେ ବାହାରିବେ’’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.