ହାଇଦ୍ରାବାଦ: ତାଇୱାନ ଇଲେକଟ୍ରୋନିକ୍ ବ୍ରାଣ୍ଡ ଏସର (Acer) ବଜେଟ ଫ୍ରେଣ୍ଡଲି ଲାପଟପ୍ 2025 Aspire 3 ଲାପଟପ୍କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ଲାପଟପ୍ଟି Intel Celeron N450 ପ୍ରୋସେସର ସହ ଆସିଥିବା ବେଳେ ଏହା ସ୍ଲିକ୍ ଓ ହାଲୁକା ଡିଜାଇନର ରହିଛି । କମ୍ପାନୀର କହିବାନୁସାରେ, ପ୍ରତିଦିନ କମ୍ପ୍ୟୁଟି ଟାସ୍କ ଲାଗି ଏହା ବେଶ ଲାଭଦାୟକ । ବିଶେଷ କରି ବଜେଟ୍ ସଚେତନ ଉପଭୋକ୍ତା ଓ ପାଠ ପଢୁଆ ପିଲା ବେଶ ଉପକୃତ ହୋଇପାରିବେ ।
ଏ ନେଇ ଏସର ଇଣ୍ଡିଆର ଚିଫ୍ ବିଜନେସ୍ ଅଫିସର ସୁଧୀର ଗୋଏଲ କହିଛନ୍ତି, "ଏହି ଲାପଟପ୍ରେ ୟୁଜର ପାୱାର, ପୋର୍ଟେବିଲିଟି ଏବଂ ସୁଲଭତା ପାଇପାରିବେ । ଏହା ଛାତ୍ର, ଯୁବ ବୃତ୍ତିଗତ ଏବଂ ଏକ କମ୍ପାକ୍ଟ ଡିଜାଇନ ଉପରେ ନିର୍ଭରଶୀଳ କାର୍ଯ୍ୟଦକ୍ଷତା ଖୋଜୁଥିବା ୟୁଜରଙ୍କ ପାଇଁ ଏକ ଉପଯୁକ୍ତ ଲାପଟପ୍ ହୋଇପାରିବ ।"
Acer Aspire 3: ଦାମ ଓ ଉପଲବ୍ଧତା
- ଭାରତରେ ଏହି ଲାପଟପ୍ର ଦାମ Rs 15,990 ଟଙ୍କା ରହିଛି ।
- ବର୍ତ୍ତମାନ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଗ୍ରାହକ ଏହାକୁ କିଣିପାରିବେ ।
Acer Aspire 3: ସ୍ପେଶିଫିକେସନ
- ଡିସପ୍ଲେ: 11.6-ଇଞ୍ଚ LED-ବ୍ୟାକଲିଟ୍ ଡିସପ୍ଲେ, HD ରିଜୋଲ୍ୟୁସନ
- ପ୍ରୋସେସର: Intel Celeron N4500
- RAM: 8GB DDR4
- ଷ୍ଟୋରେଜ: 128GB-1TB PCIe NVMe SSD
- ପୋର୍ଟ: USB 3.2 Gen 1 ପୋର୍ଟ୍ସ, 1x USB ଟାଇପ-ସି ପୋର୍ଟ, 1x HDMI ପୋର୍ଟ, Micro SD କାର୍ଡ ରିଡର
- ୱେବକ୍ୟାମ: 720p HD
- ସ୍ପିକର: ଷ୍ଟେରିଓ
କଣ ମିଳିବ ସୁବିଧା ?
- ଏହି ଲାପଟପ୍ରେ 11.6 ଇଞ୍ଚର LED-ବ୍ୟାକଲିଟ୍ ଡିସପ୍ଲେ ମିଳିବ, ଯାହାକି ଇଣ୍ଟେଲ ସେଲିରୋନ ଏନ4500 ପ୍ରୋସେସର ଉପରେ ଦ୍ବାରା ଚାଳିତ ।
- ଏଥିରେ Intel UHD ଗ୍ରାଫିକ୍ସ ରହିଛି ଯାହାଦ୍ବାରା ଭିଡିଓ ଭଲ ଭାବେ ଚାଲିବା ସହ ଆପଣ ଏଥିରେ ଏକା ସମୟରେ ଅନେକ କାର୍ଯ୍ୟ କରିପାରିବେ ।
- ଏହି ଲାପଟପ୍ଟି 16GB ପର୍ଯ୍ୟନ୍ତ ବିସ୍ତାରିତ ହେଉଥିବା 8GB DDR4 RAM ମିଳିବ ।
- ଏଥିରେ 128GBରୁ 1TB PCIe NVMe SSD ଷ୍ଟୋରେଜ ଅପସନ ମିଳିବ ।
- ଡିଜାଇନ କଥା କହିବାକୁ ଗଲେ ଏଥିରେ 16.8ମିମି ସ୍ଲିକ୍ ପ୍ରୋଫାଇଲ ମିଳିବ ।
- ଏହା ଏକ ହାଲୁକା ଲାପଟପ୍ ହୋଇଥିବା ବେଳେ ଏହାର ଓଝନ 1କେଜି ପାଖାପାଖି ରହିବ ।