ETV Bharat / bharat

ମନମୋହନ ସିଂହଙ୍କ ବିୟୋଗ; ଶନିବାର ଶେଷକୃତ୍ୟ, 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ଦେଶ - MANMOHAN SINGH DEMISE

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ଶୋକରେ ବୁଡିଲା ଦେଶ । ବିଦେଶରୁ ଆସିଲା ଶୋକବାର୍ତ୍ତା ।

Etv Bharat
Etv Bharat (ANI)
author img

By ETV Bharat Odisha Team

Published : Dec 27, 2024, 7:25 AM IST

Updated : Dec 27, 2024, 8:58 AM IST

ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ.... ସେ ଥିଲେ ଦେଶର ଆର୍ଥିକ ସଂସ୍କାରର ପ୍ରମୁଖ ବିନ୍ଧାଣୀ । ଭାରତର ଅର୍ଥନୀତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗରେ ଏବେ ସାରା ଦେଶରେ ଶୋକ । ଦେଶଠୁ ଆରମ୍ଭ କରି ବିଦେଶରୁ ମଧ୍ୟ ଶୋକବାର୍ତ୍ତା ଆସୁଛି । ମନମୋହନ ସିଂହଙ୍କ ବିୟୋଗରେ କେନ୍ଦ୍ର ସରକାର 7 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

ଆଜି ନୁହଁ ଶନିବାର ହେବ ଶେଷକୃତ୍ୟ:

ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଗତକାଲି ବିଳମ୍ବିତ ରାତି 3ଟାରେ ଏମ୍ସରୁ ଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଡକ୍ଟର ସିଂହଙ୍କ ବାସଭବନରେ ପହଞ୍ଚିଥିଲେ। କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗୁରୁବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ବେଲାଗାଭିରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ମନମୋହନ ସିଂହଙ୍କ ଶେଷକୃତ୍ୟ ଆଜି ନୁହଁ ବରଂ କାଲି ହୋଇପାରେ । ଏନେଇ ଗଣମାଧ୍ୟମକୁ କହିଥିଲେ କଂଗ୍ରେସ ଜେନେରାଲ ସେକ୍ରେଟାରୀ କେସି ଭେନୁଗୋପାଲ । ଆଜି ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

ଏହା ମଧ୍ୟ ପଢନ୍ତୁ-ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କାଲି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ - MANMOHAN SINGH

କ୍ୟାବିନେଟ ବୈଠକରେ ଦିଆଯିବ ଶ୍ରଦ୍ଧାଞ୍ଜଳି:

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନମୋହନ ସିଂହଙ୍କ ବିୟୋଗରେ 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଶୋକ ପ୍ରକାଶ କରିବା ପାଇଁ ଆଜି ସକାଳ 11ଟାରେ କ୍ୟାବିନେଟ ବୈଠକ ବସିବ । ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ । ଅନ୍ୟପଟେ ମନମୋହନ ସିଂହଙ୍କ ମୃତ୍ୟୁ ପରେ କର୍ଣ୍ଣାଟକରେ 7 ଦିନିଆ ଶୋକ ଘୋଷଣା କରାଯାଇଛି। ଆଜିର ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର ।

ଶୋକରେ ବୁଡିଲା ଦେଶ:

ମନମୋହନ ସିଂହଙ୍କ ବିୟୋଗରେ ଶୋକରେ ବୁଡିଛି ଦେଶ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ନେତା ମାନେ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି, " ଦେଶର ବିଶିଷ୍ଠ ରାଜନେତାଙ୍କ ମଧ୍ୟରୁ ସେ ଜଣେ । ଭାରତୀୟ ଅର୍ଥନୀତିକୁ ସେ ସୁଦୃଢ କରିଥିଲେ । ତାଙ୍କର ସେବା, ତାଙ୍କର ନିଷ୍କଳଙ୍କ ରାଜନୈତିକ ଜୀବନ ଏବଂ ତାଙ୍କର ଅତ୍ୟନ୍ତ ନମ୍ରତା ପାଇଁ ସେ ମନେ ରହିବେ । ତାଙ୍କର ବିୟୋଗ ଦେଶ ପାଇଁ ବଡ କ୍ଷତି । ଭାରତର ଜଣେ ମହାନ ପୁତ୍ରଙ୍କ ପ୍ରତି ମୋର ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଜଣାଉଛି," ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ''ଦେଶର ଅନ୍ୟତମ ପ୍ରତିଷ୍ଠିତ ନେତା ଡକ୍ଟର ମନମୋହନ ସିଂହ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି। ସାଧାରଣ ପରିବାରରୁ ସେ ଜଣେ ବିଶିଷ୍ଠ ଅର୍ଥନୀତିଜ୍ଞ ହୋଇ ପାରିଥିଲେ। ସେ ଅର୍ଥମନ୍ତ୍ରୀ ସମେତ ବିଭିନ୍ନ ସରକାରୀ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ,ଦେଶର ଅର୍ଥନୈତିକ ନୀତିରେ ଏକ ଦୃଢ଼ ଛାପ ଛାଡିଥିଲେ। ସଂସଦରେ ତାଙ୍କର ହସ୍ତକ୍ଷେପ ମଧ୍ୟ ଦୂରଦୃଷ୍ଟିପୂର୍ଣ୍ଣ ଥିଲା। ଆମର ପ୍ରଧାନମନ୍ତ୍ରୀ ଭାବରେ, ସେ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ବ୍ୟାପକ ପ୍ରୟାସ କରିଥିଲେ।"

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ କହିଛନ୍ତି, '' ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଜୀଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ। ତାଙ୍କର ନିଷ୍ଠା, ସାଧୁତା ଏବଂ ଶାନ୍ତ ନେତୃତ୍ୱ ସର୍ବଦା ମନେ ରହିବ। ମହାପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ''

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, '' ମନମୋହନ ସିଂହ ଜୀ ଅତ୍ୟନ୍ତ ବୁଦ୍ଧିମାତା ଏବଂ ସାଧୁତାର ସହିତ ଭାରତର ନେତୃତ୍ୱ ନେଇଥିଲେ। ତାଙ୍କର ନମ୍ରତା ଏବଂ ଅର୍ଥନୀତିର ଗଭୀର ଜ୍ଞାନ ଦେଶକୁ ପ୍ରେରଣା ଦେଇଥିଲା। ମୁଁ ଜଣେ ଗୁରୁ ଏବଂ ମାର୍ଗଦର୍ଶକଙ୍କୁ ହରାଇଲି। ତାଙ୍କ ପ୍ରଶଂସା କରୁଥିବା ଲକ୍ଷ ଲକ୍ଷ ଲୋକ ତାଙ୍କୁ ଅତ୍ୟନ୍ତ ଗର୍ବର ସହିତ ମନେ ରଖିବୁ। ''

ସାରା ବିଶ୍ବରୁ ଆସିଲା ଶୋକବାର୍ତ୍ତା:

ମାଳଦ୍ୱୀପ ଏବଂ ଆଫଗାନିସ୍ତାନ ସମେତ ପଡ଼ୋଶୀ ଦେଶର ନେତାମାନେ ମନମୋହନ ସିଂହଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅବଦାନ ଏବଂ ସେମାନଙ୍କ ଦେଶ ସହିତ ଭଲ ସମ୍ପର୍କ ଉପରେ କହିଛନ୍ତି । ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି, ଭାରତ ତାର ଜଣେ ଭଲ ପୁଅକୁ ହରାଇଛି। ଆଫଗାନିସ୍ତାନ ଲୋକଙ୍କ ପାଇଁ ସେ ଜଣେ ସହଯୋଗୀ ଏବଂ ବନ୍ଧୁ ଥିଲେ । ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରୁଛି ଏବଂ ତାଙ୍କ ପରିବାର, ସରକାର ଏବଂ ଭାରତର ଜନସାଧାରଣଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ''

ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାଶିଦ ଏକ୍ସରେ ଲେଖିଛନ୍ତି ,'' "ମନମୋହନ ସିଂହଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗିଲା। ମୁଁ ସର୍ବଦା ତାଙ୍କ ସହିତ କାମ କରି ଖୁସି ପାଏ । ସେ ମାଳଦ୍ୱୀପର ଜଣେ ଭଲ ବନ୍ଧୁ ଥିଲେ।"

Last Updated : Dec 27, 2024, 8:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.