ହାଇଦ୍ରାବାଦ: ଅଲ୍ଲୁ ଅର୍ଜୁନଙ୍କ ଆକ୍ସନ୍ ପ୍ୟାକ ସିକ୍ୱେଲ୍ 'ପୁଷ୍ପା ୨: ଦ ରୁଲ' ଭାରତୀୟ ବକ୍ସ ଅଫିସରେ ରାଜ୍ କରୁଛି । ବର୍ତ୍ତମାନ, ଏହି ଚଳଚ୍ଚିତ୍ର ରିଲିଜର ଚତୁର୍ଥ ସପ୍ତାହରେ ପହଞ୍ଚିଛି କିନ୍ତୁ ଏହାର କ୍ରେଜ୍ କମିବାର ନା ନେଉନି । ରିଲିଜ ଦିନ ଠାରୁ ସାରା ବିଶ୍ୱରେ ଜଲୱା ଦେଖାଇଛି 'ପୁଷ୍ପା ୨' । ଫିଲ୍ମ ଲୋକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରୁଛି । ଫିଲ୍ମ ରିଲିଜର 22ଦିନରେ ବି ରୋଜଗାରରେ 50 ପ୍ରତିଶତରୁ ଅଧିକ ହ୍ରାସ ଘଟିବା ସତ୍ତ୍ୱେ ଫିଲ୍ମ ତାର ଜଲୱା ବଜାୟ ରଖିଛି । ଏହି କ୍ରମରେ ଫିଲ୍ମ ବିଶ୍ୱରେ 1700 କୋଟି ପାର୍ କରିଥିବା ବେଳେ ଦେଶରେ କେତେ କୋଟି ଆୟ କଲାଣି? ଜାଣନ୍ତୁ,
'ପୁଷ୍ପା 2' ବକ୍ସ ଅଫିସ କଲେକ୍ସନ
'ପୁଷ୍ପା ୨' ପ୍ରଥମ ଥର ପାଇଁ ଏକକ ସଂଖ୍ୟା ଲାଭ କରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨' ଗୁରୁବାର ଦିନ ଅର୍ଥାତ୍ ଏହାର 22 ତମ ଦିନରେ 9.6 କୋଟି ଟଙ୍କା ଆୟ କରିଛି । ଏହା ତେଲୁଗୁ ଭାଷାରେ 2.02 କୋଟି, ହିନ୍ଦୀରେ 7.25 କୋଟି, ତାମିଲରେ 0.3 କୋଟି, କନ୍ନଡରେ 0.02 କୋଟି ଏବଂ ମାଲାୟାଲମରେ 0.01 କୋଟି ଟଙ୍କା ଆୟ କରିଛି । 21 ଦିନ ଏହି ଚଳଚ୍ଚିତ୍ରଟି ଭାରତର ସମସ୍ତ ଭାଷାରେ 19.5 କୋଟି ଟଙ୍କା ରୋଜଗାର କରିଥିଲା । ଯାହା 22ଦିନରେ 50 ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ଏହା ସତ୍ତ୍ୱେ ଫିଲ୍ମ ଭାରତରେ ମୋଟ କଲେକ୍ସନ 1119.2 କୋଟି ଟଙ୍କା ହୋଇଛି । ଏହି ଚଳଚ୍ଚିତ୍ରଟି ଖୁବଶୀଘ୍ର 1200 କୋଟି ଆୟ କରିବ ।
ଏହା ମଧ୍ୟ ପଢନ୍ତୁ: ଥିଏଟରରେ ଦଳାଚକଟା ମାମଲା; ମୃତକଙ୍କ ପରିବାରକୁ 2 କୋଟି ଦେଲେ ଅଲ୍ଲୁ ଅର୍ଜୁନ
ବିଶ୍ୱରେ 1700 କୋଟି ପାର୍
'ପୁଷ୍ପା ୨'ର ନିର୍ମାତା ଗୁରୁବାର ଦିନ ବିଶ୍ୱ ଚଳଚ୍ଚିତ୍ର କଲେକ୍ସନର ଲାଟେଷ୍ଟ ରିପୋର୍ଟ ସେୟାର କରିଛନ୍ତି। ନିର୍ମାତାମାନେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ 'ପୁଷ୍ପା 2' 21 ଦିନରେ ସାରା ବିଶ୍ୱରେ 1705 କୋଟି ଟଙ୍କା ଆୟ କରିଛି। ସେମାନେ ପୁଷ୍ପା ରାଜ ଭାବରେ ଅର୍ଜୁନଙ୍କର ଏକ ନୂତନ ପୋଷ୍ଟର ପ୍ରକାଶ କରିଥିଲେ, ଯେଉଁଥିରେ ଲେଖାଥିଲା, '2024 ମସିହାରେ ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ରେକର୍ଡ ଭାଙ୍ଗିବାରେ ଲାଗିଛି। 'ପୁଷ୍ପା 2' ହେଉଛି ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ଯାହାକି 1700 କୋଟି ଟଙ୍କା ଅତିକ୍ରମ କରି 21 ଦିନରେ 1705 କୋଟି ଟଙ୍କା ଆୟ କରିଛି ।
ଖୁବଶୀଘ୍ର 'ବାହୁବଲୀ 2' ରେକର୍ଡ ଭାଙ୍ଗିପାରେ
'ପୁଷ୍ପା 2' ମାତ୍ର 15 ଦିନ ମଧ୍ୟରେ ବିଶ୍ୱରେ 1508 କୋଟି ଆୟ କରି ସର୍ବାଧିକ ଆୟ କରିଥିବା ଫିଲ୍ମ ବନିପାରିଛି । ବର୍ତ୍ତମାନ ସୁଦ୍ଧା 'ପୁଷ୍ପା 2' , ପ୍ରଭାସଙ୍କ 'କଲ୍କି 2898AD' (1,042.25 କୋଟି), 'କେଜିଏଫ୍: ଚାର୍ପ୍ଟର 2'(1215 କୋଟି), 'RRR' (1230 କୋଟି ଟଙ୍କା), 'ଜବାନ' (1160 କୋଟି ଟଙ୍କା)ର ଆଜୀବନ ବ୍ୟବସାୟକୁ ପଛରେ ପକାଇଛି । ଏହିପରି 'ପୁଷ୍ପା 2' ଦେଶର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ଏବଂ ବର୍ତ୍ତମାନ ଆଗାମୀ ଦିନରେ ଏହି ଫିଲ୍ମ 'ବାହୁବଲୀ 2'(1788.06 କୋଟି), ଏବଂ ଦଙ୍ଗଲ (2070.3 କୋଟି) କୁ ପଛରେ ପକାଇବାକୁ ପ୍ରସ୍ତୁତ ଅଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ