thumbnail

By

Published : Jun 24, 2021, 10:23 PM IST

ETV Bharat / Videos

ଘୋଡା ଉଠିଲେ ଆନ୍ଦୋଳନ ହେବ: ସୁର

ରାଜଧାନୀ ଭୁବନେଶ୍ବରର ପରିଚୟ ମାଷ୍ଟର କ୍ୟାଣ୍ଟିନ ଛକ ଉପରେ ଥିବା ଘୋଡା ଓ ଯୋଦ୍ଧା, ଉଭୟ ଗୋଟିଏ ପଥରରେ ନିର୍ମିତ ହୋଇଛି। ଘୋଡା ସ୍ଥାନାନ୍ତର ହେଲେ ଏହା ଭାଙ୍ଗି ଯାଇପାରେ ତେଣୁ ଏହାକୁ ସ୍ଥାନାନ୍ତର କରିବାକୁ ଦିଆଯିବନି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ସ୍ମାର୍ଟସିଟି ଆଳରେ ଭୁବନେଶ୍ବରକୁ ନଷ୍ଟ କରାଯାଉଛି । ବର୍ଷା ହେଲେ ଭୁବନେଶ୍ବରର ରାସ୍ତା ଉପରେ ଆଣ୍ଠୁଏ ପାଣି ଜମୁଛି । ବସ୍ତି ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନୈରାଶ୍ୟ ଜନକ ସ୍ଥିତି ଉପୁଜୁଛି । ସ୍ମାର୍ଟସିଟି କର୍ତ୍ତୃପକ୍ଷ ଭୁବନେଶ୍ବରର ବିକାଶରେ କିଛି କରିନାହାନ୍ତି। ତେଣୁ ଘୋଡାକୁ ସ୍ଥାନାନ୍ତର କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ସୁର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.