୯ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଛାତ୍ରଛାତ୍ରୀ - ବନ୍ୟାପାଣି ଘେରରେ ଛାତ୍ରଛାତ୍ରୀ
🎬 Watch Now: Feature Video
କଟକ: ୯ ଘଣ୍ଟାର ରେସ୍କ୍ୟୁ ଅପରେସନ । ଶେଷରେ ଉଦ୍ଧାର ହେଲେ ପାଣି ଘେରରେ ଫସିଥିବା ଗତିରାଉତପାଟଣା ଆବାସିକ ସ୍କୁଲର ଛାତ୍ରଛାତ୍ରୀ । ମଙ୍ଗଳବାର ବିଳମ୍ବିତ ରାତିରେ ଖୋଦ କଟକ ଡିସିପି ଓ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫର ମିଳିତ ଉଦ୍ୟମରେ ସମସ୍ତ ପିଲାମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ପାଣି ଆସିବା ପୂର୍ବରୁ କାହିଁକି ପିଲାଙ୍କୁ ସ୍କୁଲରୁ ସ୍ଥାନାନ୍ତରିତ କରାଗଲା ନାହିଁ, ଏ ଦିଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଯଦି ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ତ୍ରୁଟି ରହିଥାଏ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସେ କହିଛନ୍ତି । ପ୍ରକାଶଥାଉ କି, ମୋଟ ୫୫୮ ଛାତ୍ରଛାତ୍ରୀ ଓ ୮୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ବନ୍ୟାଜଳ ଘେରରେ କେଶବ ଧାମ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲରେ ଫସି ରହିଥିଲେ । ମହାନଦୀରେ ବଢି ପାଣି ଆସିବା ପରେ ସ୍କୁଲ ଜଳବନ୍ଦୀ ଅବସ୍ଥାରେ ରହିଥିଲା ।