thumbnail

By

Published : May 28, 2022, 1:15 PM IST

ETV Bharat / Videos

ଶିକ୍ଷକଙ୍କ ବଦଳି ଖବର ଶୁଣି ଭୋ ଭୋ ହୋଇ କାନ୍ଦିଲା ଛାତ୍ର

ସିମଲା: ଗୁରୁଶିଷ୍ୟ ସମ୍ପର୍କ ସବୁଠାରୁ ଭିନ୍ନ ଓ ପବିତ୍ର । ଶିଷ୍ୟଙ୍କ ପ୍ରତି ଗୁରୁଙ୍କ ଅବଦାନ କେବେ ସୁଝିହୁଏ ନାହିଁ । ଗୁରୁଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ନେଇ ଅନେକ ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର କସୌଲିର ସ୍କୁଲର ଏକ ସ୍କୁଲରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲର ହିନ୍ଦୀ ଶିକ୍ଷକଙ୍କ ବଦଳି ଖବର ଶୁଣି ଭୋ ଭୋ ହୋଇ କାନ୍ଦିବାରେ ଲାଗିଛି ଜଣେ ଛାତ୍ର । ଶିକ୍ଷକ ଯେତେ ବୁଝାଇଲେ ମଧ୍ୟ ସେ ଶୁଣିବା ପାଇଁ ନାରାଜ । ଏପରିକି ସାର୍‌ଙ୍କ ସହ ଯିବାକୁ ଜିଦ୍‌ ଧରିଛି ଛାତ୍ର ଜଣକ । ବାସ୍ତବରେ ଶିକ୍ଷକଙ୍କ ପ୍ରତି ଥିବା ଭଲ ପାଇବା ଏହି ଦୃଶ୍ୟରେ ଦେଖିବାକୁ ସ୍ପଷ୍ଟ ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.