ସାର୍ଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ ପିଲା - ସାରଙ୍କ ବଦଳି ହେବାରୁ କାନ୍ଦିଲେ ପିଲା
🎬 Watch Now: Feature Video

ଲକ୍ଷ୍ନୌ: ସାର୍ ସ୍କୁଲ ଛାଡି ଚାଲିଯାଉଥିବାରୁ ପିଲାଙ୍କ ଆଖିରୁ ଧାର ଧାର ହୋଇ ଝରିପଡୁଛି ଲୁହ । ନିଜର ପ୍ରିୟ ସାରଙ୍କୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି କୁନି କୁନି ପିଲା । ସାର୍ ଯେତେ ବୁଝାଉଥିଲେ ବି କେହି ଶୁଣିବାକୁ ନାରାଜ । ଗୁରୁଶିଷ୍ୟ ସମ୍ପର୍କର ଏହି ମଧୁର ଚିତ୍ର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଚନ୍ଦୌଲିରୁ । ଏଠାରେ ଥିବା କମ୍ପୋଜିଟ ସ୍କୁଲର ଜଣେ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି । କିନ୍ତୁ କୁନି କୁନି ଛାତ୍ରଛାତ୍ରୀ ସେହି ସାରଙ୍କୁ ଛାଡିବାକୁ ଅମଙ୍ଗ ହୋଇଛନ୍ତି । ତେଣୁ ସାର୍ ଯାଉଥିବା ସମୟରେ ସେମାନେ ତାଙ୍କୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ।