ହାଇଦ୍ରାବାଦ: ସନାତନ ଧର୍ମରେ, ଏପରି ଅନେକ ବୃକ୍ଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଇ ପୂଜା କରାଯାଏ । ଅନେକ ସମୟରେ ବୃକ୍ଷଗୁଡ଼ିକୁ ପୂଜା କରିବା ବେଳେ ଡୋର ବା ସୂତା (ଲାଲ ଓ ହଳହିଆ ରଙ୍ଗର) ବନ୍ଧାଯାଏ । ତେବେ ଏମିତି କିଛି ବୃକ୍ଷ ଅଛି ଯାହାକୁ ପୂଜା କରିବା ସମୟରେ ଡୋର ବାନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଏ । ସୂତା ବା ଡୋର ବାନ୍ଧିବା ଦ୍ବାରା ଜଣେ ବ୍ୟକ୍ତିର ଅନେକ ସମସ୍ୟାର ସମାଧାନ ହୋଇଥାଏ । ଏହାସହ ଧନଧାନ୍ୟରେ ଘର ପରିପୂର୍ଣ୍ଣ ହୋଇଉଠେ । ଆସନ୍ତୁ ଜାଣିବା କେଉଁ ସମସ୍ୟା ପାଇଁ କେଉଁ ଗଛରେ ଡୋର ବାନ୍ଧିବା ଶୁଭ..
ଜ୍ୟୋତିଷ ଆଦିତ୍ୟ ଝାଙ୍କ କହିବା ଅନୁସାରେ, କେଉଁ ବୃକ୍ଷରେ ସୂତା ବାନ୍ଧିବା ଶୁଭ ବୋଲି ବିବେଚନା କରାଯାଏ ଆସନ୍ତୁ ଜାଣିବା ।
କ୍ୟାରିୟର ସମସ୍ୟା:
ଧାର୍ମିକ ବିଶ୍ବାସ ଅନୁସାରେ, ସମସ୍ତ ଦେବୀ ଦେବତା ଅଶ୍ବତ୍ଥ (ଓସ୍ତ) ଗଛରେ ବାସ କରନ୍ତି ବୋଲି ବିଶ୍ବାସ କରାଯାଏ । ସେହିପରି, ପୂର୍ବପୁରୁଷମାନେ ମଧ୍ୟ ଏହି ବୃକ୍ଷରେ ବାସ କରନ୍ତି । ତେଣୁ ଅଶ୍ବତ୍ଥ ଗଛରେ ସୂତା ବାନ୍ଧିବା ଦ୍ବାରା ସମସ୍ତ ଦେବା-ଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ କ୍ୟାରିୟର ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଟଙ୍କା ସମସ୍ୟାର ସମାଧାନ:
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଏହି ଗଛରେ ଧନ ଓ ଐଶ୍ବର୍ଯ୍ୟର ଦେବୀ ମା' ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ଯଦି ଆପଣ ତୁଳସୀ ଗଛରେ ସୂତା ବାନ୍ଧିବେ, ତେବେ ଏହା ଜୀବନରୁ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାସହ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବା ସହ କେବେ ବି ଅର୍ଥ ସମସ୍ୟା ରହେନାହିଁ ।
ଗ୍ରହମାନଙ୍କର ଖରାପ ପ୍ରଭାବ ହେବ ଦୂର:
ଶାମି ଗଛକୁ ଶନି ଗ୍ରହଙ୍କ ସହିତ ଜଡିତ ବୋଲି ବିବେଚନା କରାଯାଏ । ଯଦି କୌଣସି ବ୍ୟକ୍ତି ଶାମି ଗଛରେ ଏକ ପବିତ୍ର ସୂତା ବାନ୍ଧିନ୍ତି, ତେବେ ଏହା ଭଗବାନ ଶନିଙ୍କ କୁପ୍ରଭାବକୁ ହ୍ରାସ କରିଥାଏ । ଶାମି ଗଛରେ ସୂତା ବାନ୍ଧିବା ଦ୍ୱାରା ରାହୁ ଏବଂ କେତୁଙ୍କ ନକାରାତ୍ମକ ପ୍ରଭାବ ମଧ୍ୟ କମିଥାଏ । ଏହାସହ ବ୍ୟକ୍ତିକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।
ଏହା ମଧ୍ୟ ପଢ଼ନ୍ତୁ...ପର୍ସରେ ରଖନ୍ତୁ ଏହି ଗଛର ପତ୍ର, ଦୂର ହୋଇଯିବ ଅର୍ଥ ସମସ୍ୟା ! - RELIGIOUS SIGNIFICANCE OF SHAMI ଘରେ ଝଗଡ଼ା ଲାଗି ରହୁଛି କି ? ଆପଣାନ୍ତୁ ଏହି ବାସ୍ତୁ ଉପାୟ |
ଯଦି କୌଣସି ବ୍ୟକ୍ତିଙ୍କ ଜୀବନରେ ଲଗାତାର ସମସ୍ୟା ଲାଗିରହୁଛି, ତେବେ ଆପଣ ସୂତାକୁ ବଟବୃକ୍ଷ (ବରଗଛ)ରେ ବାନ୍ଧିବା ଉଚିତ । ଏହା ଶୁଭ ଫଳ ପ୍ରଦାନ କରିଥାଏ । ବରଗଛରେ ସୂତା ବାନ୍ଧିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ, ବାସ୍ତୁଶାସ୍ତ୍ର ଏବଂ ବିଦ୍ୱାନମାନଙ୍କ ମତ ଉପରେ ଆଧାରିତ । ETV Bharat ବ୍ୟକ୍ତିଗତ ଭାବରେ କୌଣସି ଦାବିକୁ ସମର୍ଥନ କରେନାହିଁ ।)