ଭୁବନେଶ୍ବର: ସକାଳୁ ସକାଳୁ ଥରିଲା ଓଡ଼ିଶାରେ । ରାଜ୍ୟରେ ଭୂମିକମ୍ପ ଝଟ୍କା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ବଙ୍ଗୋପସାଗରରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ଭୂକମ୍ପ ଫଳରେ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳ ଗୁଡ଼ିକରେ କମ୍ପନ ସୃଷ୍ଟି ହୋଇଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।
EQ of M: 5.1, On: 25/02/2025 06:10:25 IST, Lat: 19.52 N, Long: 88.55 E, Depth: 91 Km, Location: Bay of Bengal.
— National Center for Seismology (@NCS_Earthquake) February 25, 2025
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/J6q53lzNd1
ଓଡ଼ିଶାରେ ଭୂମିକମ୍ପ:
ଆଜି (ମଙ୍ଗଳବାର) ସକାଳ ୬ଟା ୧୦ ମିନିଟ୍ ୨୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋସାଗର । ବଙ୍ଗୋପସାଗରରେ ୯୧ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଭୂମିକମ୍ପ ଝଟ୍କା ବିଶେଷ ଭାବରେ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବର ସହ ପୁରୀ, ବାରିପଦା, ବାଲେଶ୍ବର, ପାରାଦ୍ବୀପ ଓ ବ୍ରହ୍ମପୁରରେ ବି ଭୂକମ୍ପର ଝଟ୍କା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ପ୍ରାୟ ୨ରୁ୩ ସେକେଣ୍ଡ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଓଡ଼ିଶା ଠାରୁ ବଙ୍ଗୋପସାଗର ମଧ୍ୟରେ ୧୭୫ କିମି ଦୂରରେ କମ୍ପନର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ... ଦିଲ୍ଲୀରେ ବଡ଼ ଧରଣର ଭୂକମ୍ପ, ଆଲର୍ଟ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ନେପାଳ ଶକ୍ତିଶାଳୀ ଭୂକମ୍ପରେ; ତିବ୍ଦତ ସୀମାରେ 53 ମୃତ, ଥରିଲା ଉତ୍ତର ଭାରତ |
ପୁରୀରୁ ୨୮୬ କିମି ଓ ଭୁବନେଶ୍ବରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିଲା । ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଭୂକମ୍ପ ଝଟ୍କା ରହିଥିବା ବେଳେ ହଲଦିଆ ଠାରୁ ୨୮୬ କିମି ଓ କୋଲକାତାରୁ ୩୪୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି । ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୧ ଥିବା ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology)
EQ of M: 3.2, On: 25/02/2025 00:23:02 IST, Lat: 25.14 N, Long: 94.43 E, Depth: 10 Km, Location: Ukhrul, Manipur.
— National Center for Seismology (@NCS_Earthquake) February 24, 2025
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/cAyW5FJHWr
ଗୋଟିଏ ଦିନରରେ ୨ ଟି ଭୂକମ୍ପ:
ସେହିପରି ଅନ୍ୟ ଏକ ଭୂକମ୍ପ ଆଜି ରାତି ୧୨ଟା ୨୩ ମିନିଟ ୨ ସେକେଣ୍ଡ ସମୟରେ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ତୀବ୍ରତା ୩.୨ ଥିବା ବେଳେ ଏହା ମଣିପୁରର ଉଖ୍ରୁଲ ଠାରେ କେନ୍ଦ୍ରସ୍ଥଳ ରହିଥିବା କୁହାଯାଇଛି । ଏହା ଭୂ ପୃଷ୍ଠଠାରୁ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ପ୍ରଭାବରେ ମଣିପୁରର ବିଭିନ୍ନ ଅଞ୍ଚଳ ସହ ଅରୁଣାଚଳ ପ୍ରଦେଶ, ସିଜୋରାମ ଓ ଆସାମରେ ଭୂକମ୍ପ ଅନୁଭୂତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର