Sardar Sarovar Dam: ଫୁଲିଲା ସରଦାର ସରୋବର ଡ୍ୟାମ, ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ

By

Published : Sep 15, 2022, 10:59 PM IST

thumbnail
ଅହମ୍ମଦାବାଦ: ଦୁଇ ବର୍ଷ ପରେ ପୁଣି ଫୁଲିଲା ଗୁଜୁରାଟର ଜୀବନ ରେଖା ନର୍ମଦା ନଦୀ (Narmada Nariver) ରେ ନିର୍ମିତ ସରଦାର ସରୋବର ଡ୍ୟାମ (Sardar Sarovar Dam) । ଚଳିତ ବର୍ଷ ଭଲ ବର୍ଷା କାରଣରୁ ନଦୀବନ୍ଧର ଜଳସ୍ତର ବୃଦ୍ଧି ପାଇବା ସହ ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ପହଞ୍ଚିଛି । ଏଥିପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ (Chief Minister Bhupendra Patel) ଡ୍ୟାମ ସ୍ଥଳକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ 2019 ଓ 2020 ପରେ ଚଳିତ ବର୍ଷ ଜଳସ୍ତର ବୃଦ୍ଧି ପାଇଛି । ଡ୍ୟାମର ଜଳଧାରଣ କ୍ଷମତା 138.62 ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର 138.68 ମିଟର ରହିଛି । ଅର୍ଥାତ ଜଳଭଣ୍ଡାରରେ ବର୍ତ୍ତମାନ 4.93 ମିଲିୟନ ଏକର ଫୁଟ ତଥା 5.76 ଲକ୍ଷ ଲିଟର ପାଣି ରହିଛି । ଯାହା ରାଜ୍ୟ ପାଇଁ ଜଳ ସଂକଟ ସମସ୍ୟା ରହିବ ନାହିଁ । ଏହାସହ ପାନୀୟ ଓ କୃଷି କାର୍ଯ୍ୟରେ ଜଳ ବ୍ୟବହାର ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.