ପ୍ରଜାପତିରେ ନେତାଜୀ - ପ୍ରଜାପତିରେ ନେତାଜୀଙ୍କ ଚିତ୍ର

🎬 Watch Now: Feature Video

thumbnail

By

Published : Jan 23, 2021, 8:38 PM IST

ଚଣ୍ଡିଗଡ: ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀଙ୍କୁ ଦେଶର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଏହାରି ମଧ୍ୟରେ ଚଣ୍ଡିଗଡର ଜଣେ ଚିତ୍ରକାର ପ୍ରଜାପତିରେ ନେତାଜୀଙ୍କୁ ଅତି ସୁନ୍ଦର ଭାବେ ଆଙ୍କିଛନ୍ତି । ଯାହାର ଲମ୍ବ 17 ଫୁଟ ହୋଇ ଥିବାବେଳେ ଓସାର 7 ଫୁଟ ରହିଛି । ଏହି ଚିତ୍ରରେ କାଗଜରେ ତିଆରି ଏକ ହଜାର ପ୍ରଜାପତି ବ୍ୟବହାର କରିଛନ୍ତି ଚିତ୍ରକାର । ତେବେ ଏହି ଚିତ୍ର ଚଣ୍ଡିଗଡ ସେକ୍ଟର-35 ରେ ଥିବା ବଙ୍ଗ ଭବନରେ ନିର୍ମାଣ କରାଯାଇଛି । ପ୍ରଜାପତିକୁ ମୁକ୍ତର ପ୍ରତୀକ ମନାଯାଏ ଏବଂ ନେତାଜୀ ସବୁବେଳେ ସ୍ବାଧୀନତା ପାଇଁ ଲଢିବା ଶିଖାଇଛନ୍ତି । ଏଥିପାଇଁ ପ୍ରଜାପତିରେ ନେତାଜୀଙ୍କ ଚିତ୍ର ଅଙ୍କନ କରାଯାଇଛି ବୋଲି ବଙ୍ଗ ଭବନର ଇନଚାର୍ଜ ପିବି ଶର୍ମା କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.