ମହାପ୍ରଭୁଙ୍କୁ ଅବମାନନା, ଗାଡି ପଛରେ ବାନ୍ଧି ନେଉଥିବା ଭିଡିଓ ଭାଇରାଲ

By

Published : Sep 9, 2022, 9:42 AM IST

Updated : Sep 9, 2022, 2:32 PM IST

thumbnail
ବାଲେଶ୍ବର: କୋଟି ଓଡିଆଙ୍କ ମଉଡମଣି ସେ କାଳିଆ ଠାକୁର । ତାଙ୍କ ବିନା ପତ୍ର ହଲେନାହିଁ । ସେହି ମହାପ୍ରଭୁଙ୍କୁ ଅବମାନନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରାଯାଇଛି। ଏକ ଗାଡିରେ ଜଗନ୍ନାଥଙ୍କୁ ବାନ୍ଧି ନିଆଯାଉଥିବା ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ବାଲେଶ୍ଵର 60 ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଏମିତି ମହାବାହୁଙ୍କୁ ନିଆଯାଉଥିବାର ଭିଡ଼ିଓ ଉତ୍ତୋଳନ କରାଯାଇଛି । ଜଳେଶ୍ବର ଅଞ୍ଚଳର ଯୁବକ ବିନୟ କୁମାର ପ୍ରଧାନ ଭୁବନେଶ୍ବରରୁ ଜଳେଶ୍ବର ଫେରୁଥିବା ସମୟରେ ଏମିତି ଦୃଶ୍ୟ ତାଙ୍କ ନଜରରେ ପଡିଥିଲା । ସେ ଏହାର ଭିଡିଓ ଉତ୍ତୋଳନ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଏମିତି କାର୍ଯ୍ୟପାଇଁ ତାଗିଦ ମଧ୍ୟ କରିଥିଲେ । ଏକ ଟେଣ୍ଟ ହାଉସର ସାମଗ୍ରୀ ଏମିତି ଭାବେ ସ୍ଥାନାନ୍ତର ହେଉଥିବା କଥା ଜାଣି ବିନୟ ନିଜ କାର ଅଟକାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଠିକ ଭାବେ ନେବାପାଇଁ କହିଥିଲେ । ଏହାପରେ ଟେଣ୍ଟ କର୍ମଚାରୀମାନେ ମଧ୍ୟ ଜଗନ୍ନାଥଙ୍କୁ ସଠିକ ଭାବେ ନେଇଥିବା ଜଣାପଡିଛି ।
Last Updated : Sep 9, 2022, 2:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.