୭୫ତମ ସ୍ବାଧୀନତା ଦିବସ; ଆଇସକ୍ରିମ କାଠିରେ ଇଣ୍ଡିଆ ଗେଟ୍ - ୭୫ତମ ସ୍ବାଧୀନତା ଦିବସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12778909-thumbnail-3x2-puri.jpg)
ପୁରୀ: କିଛି କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି କରିପାରିବ ମଣିଷ। ପୁରୀର ଏମିତି ଜଣେ ଯୁବଶିଳ୍ପୀ ଯିଏ କିଛି ଭିନ୍ନ ପ୍ରକାରେ ସାରା ଦେଶକୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି। 75 ତମ ସ୍ଵାଧୀନତା ଦିବସ ଅବସରରେ ପୁରୀର ଜଣେ ଦଶମ ଶ୍ରେଣୀ ଛାତ୍ରୀ ନନ୍ଦିନୀ ପଟ୍ଟନାୟକ ଆଇସକ୍ରିମ କାଠିରେ ଇଣ୍ଡିଆ ଗେଟର ପ୍ରତିକୃତି ତିଆରି କରିବା ସହ happy independence dayର ମଡେଲ କରିଛନ୍ତି। ଏହି ମଡେଲ ତିଆରି ପାଇଁ ସେ 5 ହଜାର ଆଇସକ୍ରିମ କାଠି ବ୍ୟବହାର କରିଥିବା ବେଳେ 5 ଦିନ ସମୟ ଲାଗିଥିଲା । ନନ୍ଦିନୀଙ୍କ ଭଉଣୀ ସୁସ୍ମିତା ପଟ୍ଟନାୟକ ମଧ୍ୟ ଏହି କଳାକୃତି ତିଆରିରେ ସାମିଲ ହୋଇଥିଲେ। ଏହି ଆର୍ଟର ଉଚ୍ଚତା 3 ଫୁଟ ଥିବାବେଳେ ଓସାର 2 ଫୁଟ ।