କେନ୍ଦ୍ରାପଡ଼ାରେ ଜମିଲା ଭଷାଣୀ ଯାତ୍ରା, ବିଶାଳ ଶୋଭାଯାତ୍ରାରେ ମେଲାଣି ନେଲେ ମାଆ - ବିଦାୟ ନେଲେ ଧନଦାତ୍ରୀ
🎬 Watch Now: Feature Video

ବିଦାୟ ନେଲେ ଧନଦାତ୍ରୀ । ଦୀର୍ଘ ୯ ଦିନ ଧରି କେନ୍ଦ୍ରାପଡ଼ା ସହରର ବିଭିନ୍ନ ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ପୂଜା ଚାଲିଆସୁଥିବାବେଳେ ଭଷାଣୀ ଯାତ୍ରା ଶେଷ ହୋଇଛି । ଦୁଇ ଦିନିଆ ବିଶାଳ ଶୋଭାଯାତ୍ରାରେ ମା ଲକ୍ଷ୍ମୀଙ୍କୁ ମେଲଣ ଦିଆଯାଇଥିଲା । ଏଥିରେ ପ୍ରାୟ 10 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆଜି ସକାଳ ସୁଦ୍ଧା ସମସ୍ତ ମେଢ଼କୁ ଜଳଛାୟା କରାଯାଇଥିବାବେଳେ ଦୁଇ ଥାନପତି ଆଜି ସନ୍ଧ୍ୟାରେ ମେଲାଣି ନେବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୫ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ମୁତୟନ ହୋଇଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା