thumbnail

By

Published : Jul 21, 2022, 9:40 AM IST

ETV Bharat / Videos

ମରଣ ମୁହଁରୁ ଜୀବନ ବଞ୍ଚାଇଲା ହେଲମେଟ

ନୂଆଦିଲ୍ଲୀ: ମରଣ ମୁହଁରୁ ଜୀବନ ବଞ୍ଚାଇଲା ହେଲମେଟ । ପ୍ରଥମେ କାର୍‌ ଧକ୍କା ଓ ପରେ ମୁଣ୍ଡରେ ବିଦ୍ୟୁତ ଖୁଣ୍ଟ ପଡିବା ପରେ ବି ଜୀବିତ ରହିଲେ ଯୁବକ । ସେ ହେଲମେଟ ପିନ୍ଧି ଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ଦିଲ୍ଲୀ ଡିସିପି ହରେନ୍ଦ୍ର ସିଂହ ଲୋକଙ୍କ ମଧ୍ୟରେ ହେଲମେଟ୍ ପିନ୍ଧିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଭିଡିଓଟିକୁ ଟ୍ବିଟ୍ କରିଛନ୍ତି । ବର୍ତ୍ତମାନ ଦେଶରେ ସଡକ ଦୁର୍ଘଟଣା ବଢୁଥିବା ବେଳେ ବିଶେଷ କରି ଦୁଇ ଚକିଆ ଗାଡି ଚାଳକଙ୍କ ଅଧିକ ମୃତ୍ୟୁ ହେଉଛି । ଲୋକେ ହେଲମେଟ ବ୍ୟବହାର କରୁନଥିବାରୁ ପ୍ରାଣ ହରାଉଛନ୍ତି । ତେବେ କିପରି ଗୋଟିଏ ହେଲମେଟ ଅମୂଲ୍ୟ ଜୀବନ ରକ୍ଷା କରିପାରେ ତାହା ଡିସିପି ଟ୍ବିଟ୍ କରିଥିବା ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.