ଜଗତସିଂହପୁରରେ ଭସାଣ ଉତ୍ସବ, ଧୁମଧାମରେ ମେଲାଣି ନେଲେ ମାଆ

By

Published : Oct 8, 2022, 7:50 AM IST

thumbnail
ଜଗତସିଂହପୁର: ଧରାଧାମରୁ ମେଲାଣି ନେଇଛନ୍ତି ମା' ଜଗତଜନନୀ । ଜଗତସିଂହପୁର ସହରରେ ମହାମାୟୀଙ୍କ ଭସାଣ ଉତ୍ସବ ଖୁବ୍ ଧୁମଧାମରେ ଅନୁଷ୍ଠିତ ହୋଇଛି । ସହରର ସମସ୍ତ ମେଢ଼ଗୁଡିକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଏକାଠି ହୋଇଥିଲେ । ପ୍ରଥମେ ଥାନପତି ମହାଦେବ କ୍ଲବର ମେଢ଼ ମେଳଣ ପଡିଆକୁ ଆସିବା ପରେ ଅନ୍ୟ 30ଟି ମେଢ଼ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମେଲଣ ପଡିଆରେ ପହଞ୍ଚି ଥିଲେ । ଭସାଣ ଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ବିରାଟ ପଟୁଆରରେ ମା'ଙ୍କୁ ନେଇ ବିସର୍ଜିତ କରାଯାଇଥିଲା । ନିର୍ଦ୍ଧାରିତ ସମୟରୁ କିଛି ବିଳମ୍ବରେ ମେଢ଼ଗୁଡିକ ପହଞ୍ଚିବା ପରେ ରାତି 9ଟା ସୁଦ୍ଧା ସମସ୍ତ ମେଢ଼ ଗୁଡିକୁ ଅସ୍ଥାୟୀ ପୋଖରୀରେ ବିସର୍ଜନ ପାଇଁ ନିଆଯାଇଥିଲା । ହଜାର ହଜାର ଲୋକେ ଦୁଇ ପାର୍ଶ୍ଵରେ ରହି ମା'ଙ୍କୁ ବିଦାୟ ଦେଇଥିଲେ। ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.