ETV Bharat / bharat

ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା, 7 ମୃତ - ROAD ACCIDENT

ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 7 ମୃତ । ମୃତକମାନେ ଶ୍ରମିକ ବୋଲି ଜଣାପଡ଼ିଛି ।

Collision Between Truck And  Auto
Collision Between Truck And Auto (ETV Bharat)
author img

By ETV Bharat Odisha Team

Published : Feb 24, 2025, 8:41 AM IST

ପାଟଣା: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଆଉମଧ୍ୟ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଶ୍ରମିକ ବୋଲି ଜଣାପଡ଼ିଛି ।

ଟ୍ରକ୍-ଅଟୋ ଧକ୍କା, ୭ ଜଣଙ୍କ ମୃତ୍ୟୁ:

ସୂଚନା ଅନୁସାରେ, ବିହାର ପାଟଣାର ମସୌରିରୁ ଏକ ଅଟୋ କିଛି ଲୋକଙ୍କୁ ନେଇ ନୌବତପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ମସୌରିର ପିତବାସ ରାସ୍ତାର ନୁରା ବଜାର ବ୍ରିଜ ନିକଟରେ ଏକ ଟ୍ରକ୍ ସହ ଅଟୋର ଜୋରଦାର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଉଭୟ ଗାଡ଼ି ରାସ୍ତା କଡ଼ରେ ଥିବା ପାଣିରେ ପଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ଅଟୋରେ ପ୍ରାୟ 10 ଜଣ ଥିଲେ । ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ସହ ଆହତମାନଙ୍କୁ ଉଦ୍ଧାର କରିଛି । ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଦୁର୍ଘଟଣାରେ ଅଟୋଟି ଭାଙ୍ଗି ଚୁରମାର ହେଇଯାଇଛି ।

ମୃତକଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ :

ମୃତକଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ସମସ୍ତେ ପ୍ରତିଦିନ କାମ ପାଇଁ ପାଟନା ଯାଆନ୍ତି ଏବଂ ରାତିରେ ଫେରନ୍ତି । ଗତକାଲି (ରବିରାର) ରାତିରେ ମଧ୍ୟ କାମ ସାରି ମସୌରିରୁ ଅଟୋ ଯୋଗେ ଖରାଟ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହଂସଡିହ ନିବାସୀ ଅଟୋ ଡ୍ରାଇଭର ସୁଶୀଲ ରାମ (30), ଡୋରିପାର ନିବାସୀ ମେଶ ବିନ୍ଦ (40), ବିନୟ ବିନ୍ଦ (40), ମାତେନ୍ଦ୍ର ବିନ୍ଦ (30), 40 ଉମେଶ ବିନ୍ଦ (ପିତା ସୋମର ବିନ୍ଦ), 30 ବର୍ଷୀୟ ଉମେଶ ବିନ୍ଦ (ପିତା ମଛରୁ ବିନ୍ଦ) ଏବଂ ବେଗମଛକର ସୂରଜ ଠାକୁର (20) ବୋଲି ଚିହ୍ନଟ କରାଯାଇଛି ।

୧୦ ଲକ୍ଷ କ୍ଷତିପୂରଣ ଦାବି:

ସେପେଟ ଏ ସମ୍ପର୍କରେ ଖବର ପାଇ, ମସୌରି ବିଧାୟକ ରେଖା ଦେବୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେ କହିଛନ୍ତି, "ଏହା ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା । ଏ ପର୍ଯ୍ୟନ୍ତ 7 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆମେ ବିଳମ୍ବିତ ରାତିରୁ ଘଟଣାସ୍ଥଳରେ ଅଛୁ । ସରକାରଙ୍କ ନିକଟରେ ଦାବି କରିଛୁ ଯେ, ସମସ୍ତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ।"

ଏହା ମଧ୍ୟ ପଢ଼ନ୍ତୁ...

ମହାକୁମ୍ଭକୁ ଯିବାବେଳେ ଅଘଟଣ, ଟ୍ରକକୁ ପିଟିଲା ସ୍କର୍ପିଓ, ୪ ମୃତ

ନ୍ୟୁ ଜଲପାଇଗୁଡି ଟ୍ରେନରୁ ଖସିପଡିଲା ବ୍ୟାଟେରୀ ବକ୍ସ, ଯାତ୍ରୀ ହନ୍ତସନ୍ତ

ମହାକୁମ୍ଭ ଯାଉଥିଲେ: ଟ୍ରକକୁ ପିଟିଲା କାର୍, ୨ ଛୋଟ ପିଲାଙ୍କ ସମେତ ୫ ମୃତ

ପୋଲିସର ତଦନ୍ତ ଜାରି:

ଏନେଇ ମସୌରି ପୋଲିସ କହିଛି ଯେ, ମସୌରି ପୋଲିସ ଷ୍ଟେସନ ଅନ୍ତର୍ଗତ ନୁରା ବ୍ରିଜ ନିକଟରେ ଏକ ଟ୍ରକ୍ ଏବଂ ଏକ ଅଟୋ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ, ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉପ-ବିଭାଗୀୟ ପୋଲିସ ଅଧିକାରୀ-01, ମସୌରି ଘଟଣାସ୍ଥଳ ଯାଞ୍ଚ କରିଥିଲେ । ଯେଉଁଠାରେ 7 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଅଛି । ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏନେଇ ମସୌରି ପୋଲିସ ଷ୍ଟେସନ ଏସଏଚଓ ବିଜୟ ଯାଦବେନ୍ଦୁ କହିଛନ୍ତି, "ମସୌରିର ନୁରା ବଜାର ନିକଟରେ ଏକ ଟ୍ରକ୍ ଏବଂ ଏକ ଅଟୋ ମଧ୍ୟରେ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଶ୍ରେଣୀର । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ଏହାର ତଦନ୍ତ କରାଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.