ହାଇଦ୍ରାବାଦ: ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ 23 ଫେବୃଆରୀରେ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିଥିଲେ । ବିରାଟ କୋହଲି ଏହି ମ୍ୟାଚ୍ରେ କେବଳ ୧୪୦୦୦ ରନ୍ ପୂରଣ କରି ନଥିଲେ ବରଂ ସର୍ବାଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଥିଲେ । ଯାହା ପରେ କିଙ୍ଗ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି ।

ଶୁଭେଚ୍ଛା ଜଣାଇଲେ ଅନୁଷ୍କା
ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୧୧ ବଲ୍ରେ ୭ଟି ଚୌକା ସହାୟତାରେ ଅପରାଜିତ ୧୦୦ ରନ୍ ସଂଗ୍ରହ କରିଥିଲେ ଏବଂ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଭାରତୀୟ ଦଳର ବିଜୟ ଏବଂ ବିରାଟଙ୍କ ଐତିହାସିକ ଶତକ ପାଳନ କରି ଅନୁଷ୍କା ତାଙ୍କ ସ୍ୱାମୀଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ବିରାଟ କୋହଲି କ୍ୟାମେରାକୁ ଥମ୍ବସ୍ ଅପ୍ ଦେଉଥିବାର ନଜର ଆସିଛନ୍ତି । ଅନୁଷ୍କା ଶର୍ମା ଏହି ଫଟୋରେ ଲାଲ ହାର୍ଟ ଏବଂ ହାତ ଯୋଡିଥିବା ଇମୋଜି ସେୟାର କରିଛନ୍ତି ।
Virat lifting his bat up at the sky and then kissing his ring from the chain around his neck will never not be Iconic.
— 𝓐𝓷𝓷𝓲𝓮♥️ (@WithhLoveAnnie) February 23, 2025
It always hit hard.
It will always be my Roman Empire.
❤️♥️#ViratKohli #KingKohli #INDvsPAK pic.twitter.com/lOoqgHKXab
ବିରାଟ କୋହଲିଙ୍କ ଖୁସିର ମୁହୂର୍ତ୍ତ
ସେହି ସମୟରେ, ଦୁବାଇ ଷ୍ଟାଡିୟମରୁ ବିରାଟ କୋହଲିଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଫଟୋରେ, ବିରାଟ ତାଙ୍କ ୱେଡିଂ ରିଙ୍ଗକୁ କିସ୍ କରୁଥିବା ଏବଂ ଶତକ ହାସଲ କରିବା ପରେ ଆକାଶ ଆଡକୁ ଚାହିଁ ରହିଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଆଉ ଏକ ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ମ୍ୟାଚ୍ ଶେଷ ହେବା ପରେ, କିଙ୍ଗ କୋହଲି ପଡ଼ିଆରେ ଏକ ଭିଡିଓ କଲରେ ଅନୁଷ୍କାଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି । ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛି ।
Virat Kohli kissing his wedding ring after completing his Hundred and winning the match for India.🥹💍
— Tanuj Singh (@ImTanujSingh) February 23, 2025
- BEST MOMENTS OF THE DAY. ❤️ pic.twitter.com/vqGNI1gxzy
କୋହଲିଙ୍କ 51ତମ ODI ସେଞ୍ଚୁରୀ:
କୋହଲିଙ୍କ ଶତକୀୟ ପାଳି ଯୋଗୁଁ ଆଜି ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଛି । 2023 ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଶତକ ହାସଲ କରିଥିଲେ । ଏହା ପରେ ଚାମ୍ପିଅନ୍ସ ଟ୍ରଫିରେ ଶତକ ମାରିଛନ୍ତି । ବିରାଟ କୋହଲି ତାଙ୍କ ODI କ୍ୟାରିୟରର 51ତମ ସେଞ୍ଚୁରୀ । ଏଥିସହ କ୍ରିକେଟର ସବୁ ଫର୍ମାଟର 82ତମ ଶତକ । ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ODI କ୍ରିକେଟରେ ସର୍ବାଧିକ ଶତକ ମାରିଛନ୍ତି । ମ୍ୟାଚର ଶେଷ ବଲରେ ଚୌକା ମାରି ବ୍ୟାକ୍ତିଗତ 100 (111) ରନ ପୂରଣ କରିଥିଲେ ସେ । ଏଥିରେ ଗୋଟିଏ ବି ଛକା ନଥିବା ବେଳେ 7ଟି ଚୌକା ରହିଛି । ସେପଟେ ଏହି ବିଜୟ ପରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ ।
Just in :-
— కాటేరమ్మ కొడుకు‼️ (@Sannu_Prabhas) February 23, 2025
Virat Kohli rejected anushka's call because he is in video call with Thala
The man , The legend , The Thala 🔥 pic.twitter.com/mVUwlzUAm8
ଏହା ମଧ୍ୟ ପଢନ୍ତୁ: ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, ଅକାୟ-ଭାମିକାଙ୍କ ସହ ମାଗିଲେ ଏହି ଆଶୀର୍ବାଦ
ସୂଚନା ଯୋଗ୍ୟ ଯେ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ହୋଇଥିଲା । ଏହାପରେ, ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖରେ ଏହି ଷ୍ଟାର ଦମ୍ପତି ଏକ କନ୍ୟା ସନ୍ତାନ ଭାମିକାଙ୍କ ପିତାମାତା ହୋଇଥିଲେ । ଏହାପରେ ଚଳିତ ବର୍ଷ ଫେବୃଆରୀ 15 ତାରିଖରେ ବିରାଟ ଓ ଅନୁଷ୍କା ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । 3 ବର୍ଷ ପରେ ମଧ୍ୟ ବିରୁଷ୍କା ଭାମିକାଙ୍କ ଚେହେରା ଦେଖାଇନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ