ହାଇଦ୍ରାବାଦ: ନିକଟରେ ଟେକ୍ ଜାଏଣ୍ଟ ଆପଲ୍ ନୂଆ ସ୍ମାର୍ଟଫୋନ iPhone 16e ଲଞ୍ଚ କରିବା ପରେ ଏବେ ନୂଆ ଲାପଟପ୍ ଆଣିବାକୁ ଯାଉଛି । ଆପଲ୍ ଆନାଲିଷ୍ଟ ମାର୍କ ଗୁର୍ମାନ୍ଙ୍କ ଅନୁସାରେ କମ୍ପାନୀ ଆସନ୍ତା ମାସ ମାର୍ଚ୍ଚରେ ନୂଆ MacBook Air ମଡେଲ ନେଇ ଅଫିସିଆଲ ଘୋଷଣା କରିପାରେ । ଏହା ଲାଟେଷ୍ଟ M4 ଚିପ୍ ପାୱାର ସହ ଆସିବ । ଗତବର୍ଷ ମାର୍ଚ୍ଚ 8 ତାରିଖରେ କମ୍ପାନୀ ଏହାର ପୂର୍ବ ମଡେଲ M3 MacBook Airକୁ ଭାରତରେ ଲଞ୍ଚ କରିଥିଲା ।
13 ଇଞ୍ଚ ଓ 15 ଇଞ୍ଚରେ ମିଳିପାରେ ଅପଡେଟ୍
କମ୍ପାନୀ ଏହାର 13 ଓ 15 ଇଞ୍ଚ ଉଭୟ MacBook Air ମଡେଲକୁ ଏକାସହିତ M4 ଅପଗ୍ରେଡ୍ ସହିତ ଆଣିପାରେ । MacBook Pro ମଡେଲକୁ M4 ରିଫ୍ରେସ୍ ମିଳିବାର କିଛି ମାସ ପରେ ଏବେ ନୂଆ ମ୍ୟାକବୁକ୍ ଏୟାର ଏହି ଚିପସେଟ୍ ସହ ଆସିବାକୁ ଯାଉଛି । ଯଦି ଏପରି ହୁଏ ତେବେ ଆପଲ୍ ଲାପଟପ୍ ଲାଇନରେ M4 ପ୍ରୋସେସର ଟ୍ରାଞ୍ଜିସନକୁ ପୂରା କରିବ ।

ଆଉ କଣ ମିଳିବ ସୁବିଧା ?
ନୂଆ MacBook Air କମ ଅପଗ୍ରେଡ୍ ସହ ଆସିପାରେ । ଖାସ୍ କରି M4 ଚିପ୍ ଅପଗ୍ରେଡେସନ ମିଳିବ, ଯାହାକି ବେସ୍ ଭାରିଏଣ୍ଟରେ 16GB RAM ସହିତ ଯୋଡ଼ିହେବ । ଏଥିରେ ଏକ ଥଣ୍ଡରବୋଲ୍ଟ ପୋର୍ଟ ଆସିପାରେ ଯାହାକି ବିଦ୍ୟମାନ ଥଣ୍ଡରବୋଲ୍ଟ 3 ଏବଂ USB 4 ବିକଳ୍ପଗୁଡ଼ିକ ତୁଳନାରେ କନେକ୍ଟିଭିଟିକୁ ବୃଦ୍ଧି କରିବ । ଏହା ସହିତ ଆପଲ୍ ଏହାର ସେଣ୍ଟର୍ ଷ୍ଟେଜ୍ କ୍ୟାମେରା ଟେକ୍ନୋଲୋଜି ଆଣିପାରେ, ଯାହାକି ଅଧିକ ଗତିଶୀଳ ଭିଡିଓ କଲ୍ ପାଇଁ ଅନୁମତି ଦେଇଥାଏ । ପୂର୍ବରୁ କେବଳ ହାଇ-ଏଣ୍ଡ୍ ମ୍ୟାକ୍ଗୁଡିକରେ ଉପଲବ୍ଧ ଥିବା ଏକ ନାନୋ-ଟେକ୍ସଚର୍ ଡିସପ୍ଲେ ଅପଗ୍ରେଡ୍ ଏଥିରେ ଆସିପାରେ ।
କହି ରଖୁଛୁ କି, ଏହି ଅପଡେଟ୍ ପରେ ଆପଲ୍ର କେବଳ Mac Studio ଓ Mac Proରେ ହିଁ ପୁରୁଣା ଜେନେରେସନର ଆପଲ୍ ସିଲିକନ୍ ପ୍ରୋସେସର ରହିଯିବ । ଏହି ପ୍ରଫେସନାଲ ଡେସ୍କଟପ୍ ମେସିନକୁ ଚଳିତ ବର୍ଷ M4 ଅପଡେଟ୍ ମିଳିବ ବୋଲି ଆଶା କରାଯାଉଛି । Mac Studioକୁ M4 ଅପଡେଟ୍ ମାର୍ଚ୍ଚ କିମ୍ବା ଜୁନ୍ ସୁଦ୍ଧା ମିଳିପାରେ ଓ Mac Pro ଅପଡେଟ୍ ଜୁନ ସୁଦ୍ଧା ମିଳିପାରେ ।