ହାଇଦ୍ରାବାଦ: ଆପଣଙ୍କ ଜିଓ ମୋବାଇଲ ନମ୍ବରକୁ ରିଚାର୍ଜ କରିବା ଲାଗି MyJio ଆପ୍ ଏକ ଦ୍ରୁତତମ ପ୍ଲାଟଫର୍ମ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆପଣ ଜାଣନ୍ତି କି ଏହି ଆପ୍ ଜରିଆରେ ଆପଣ ୟୁଟିଲିଟି ବିଲ୍ ମଧ୍ୟ ଦେଇପାରିବେ । ଯଦି ଆପଣ ବିଜୁଳି ବିଲ୍ ଦେବା ଲାଗି ଇଲେକ୍ଟ୍ରିକ୍ ଅଫିସକୁ ଯାଉଛନ୍ତି, ତେବେ ଏପରି ଆଉ କରିବାକୁ ପଡ଼ିବ ନାହିଁ । ଘରେ ବସି କିଛି କ୍ଲିକ୍ ଦ୍ବାରା ଆପଣ ବିଜୁଳି ବିଲ୍ ଦେଇପାରିବେ ।
MyJio ଆପ୍ରେ କିପରି ଭରିବେ ବିଜୁଳି ବିଲ୍ ?
- Step 1: ସର୍ବପ୍ରଥମେ Apple App Store ଓ Google Play Storeକୁ ଯାଇ MyJio ଆପ୍ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ ।
- Step 2: ଏହାପରେ ନିଜ ମୋବାଇଲ୍ ନମ୍ବର ଦେଇ Log in କରନ୍ତୁ ।
- Step 3: ହୋମସ୍କ୍ରିନରେ ତଳେ ଦିଆଯାଇଥିବା 'Finance' ସେକ୍ସନକୁ ଯାଆନ୍ତୁ ଓ 'Bills' ଉପରେ ଟାପ୍ କରନ୍ତୁ ।
- Step 4: ଏବେ 'Electricity' ଅପସନ୍କୁ ଚୟନ କରନ୍ତୁ, ଯେଉଁଥିରେ ବିଜୁଳି ଅପରେଟରଙ୍କ ନାଁ ଆସିବ ।
- Step 5: ଆପଣଙ୍କ ବିଜୁଳି ଅପରେଟରଙ୍କୁ ଚୟନ କରନ୍ତୁ (ଯଦି ଜାଣିନାହାନ୍ତି ତେବେ ଆପଣଙ୍କ ବିଜୁଳି ବିଲ୍ରେ ନାମ ଦେଖନ୍ତୁ ) ।
- Step 6: କଷ୍ଟମର ନମ୍ବର (Customer ID) ଦିଅନ୍ତୁ ଓ 'Proceed' ବଟନ୍ ଉପରେ କ୍ଲିକ୍ କରନ୍ତୁ ।
- Step 7: ଏବେ ବିଜୁଳି ଶୁଳ୍କ କେତେ ଲେଖନ୍ତୁ ଓ ପେମେଣ୍ଟ ଲାଗି ନିଜର ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ UPI ମଧ୍ୟରୁ କୌଣସି ବିକଳ୍ପ ଚୟନ କରନ୍ତୁ ।
- Step 8: ଆବଶ୍ୟକ ବିବରଣୀ ଭରନ୍ତୁ ଓ ପେମେଣ୍ଟ ସମାପ୍ତ କରନ୍ତୁ ।

ଆଉ ଉପଲବ୍ଧ ନାହିଁ JioMoney ଆପ୍
ଅନଲାଇନ ବିଲ୍ ପେମେଣ୍ଟ ଲାଗି ଯଦି ଆପଣ JioMoney ଆପ୍ ସମ୍ପର୍କରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ କହି ରଖୁଛୁ କି ରିଲାଏନ୍ସ ଜିଓ ଏହି ଆପ୍କୁ ଉଭୟ ଆପଲ୍ ଓ ଗୁଗଲ୍ ଷ୍ଟୋରରୁ ହଟାଇ ଦେଇଛି । ଜିଓ ମନି ଆପ୍ରେ ଥିବା ସମାନ ଫିଚର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ । କିନ୍ତୁ ଯଦି ଆପଣ ଜଣେ ଜିଓ ୟୁଜର ତେବେ MyJio ଆପ୍ର ସହାୟତା ନେଇପାରିବେ । ଏଥିରେ ଅନଲାଇନ ବିଲ୍ ପେମେଣ୍ଟ ପୂର୍ବାପେକ୍ଷା ଅଧିକ ସହଜ ଓ ସୁବିଧାଜନକ ହୋଇଛି ।