ETV Bharat / entertainment

ଜଙ୍ଗଲ ସୁରକ୍ଷାକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଲାଡ୍ଡୋ', ଏହି ଦିନ ପରଦାକୁ ଆସିବ - SUBHA MAHURAT OF ODIA FILM LADDO

ନୂଆ ଓଡ଼ିଆ ଫିଲ୍ମ 'ଲାଡ୍ଡୋ: ମାଟିର ମଣିଷ' ଶୁଭ ମହୁରତ ହୋଇଯାଇଛି । ଫିଲ୍ମର ପୋଷ୍ଟର ସହ ରିଲିଜ ତାରିଖ ମଧ୍ୟ ପ୍ରକାଶ ହୋଇଛି । ଜାଣନ୍ତୁ କେବେ ରିଲିଜ ?

SUBHA MAHURAT OF ODIA FILM LADDO
SUBHA MAHURAT OF ODIA FILM LADDO (ETV Bharat Odisha)
author img

By ETV Bharat Entertainment Team

Published : Feb 24, 2025, 5:03 PM IST

ଭୁବନେଶ୍ୱର: ଜଙ୍ଗଲ ସୁରକ୍ଷାକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚିତ୍ର 'ଲାଡ୍ଡୋ: ମାଟିର ମଣିଷ' ର ଶୁଭମହୁରତ ହୋଇଯାଇଛି । ସତ୍ୟଭାମା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଲାଡ୍ଡେ।-ମାଟିର ମଣିଷ'ର ମହୁରତ ପଟିଆସ୍ଥିତ ସାଇ ମନ୍ଦିର ପରିସରରେ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଖଣ୍ଡପଡା ଇ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇ ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

subha mahurat of odia film laddo
subha mahurat of odia film laddo (ETV Bharat Odisha)

'ଲାଡ୍ଡେ।' କାହାଣୀ

ଏବେ ସୁନ୍ଦର ଏକ ସାମାଜିକ ବାର୍ତ୍ତା ନେଇ 'ଲାଡ୍ଡେ।' ଚଳଚିତ୍ର ପ୍ରସ୍ତୁତି ହେଉଥିବା ବେଳେ ପ୍ରକୃତିକୁ ରକ୍ଷା ପାଇଁ ଜଣେ ପ୍ରକୃତିʻର ସନ୍ତାନ ବା ମାଟିର ମଣିଷ କେଉଁ ପର୍ଯ୍ୟାୟକୁ ଯାଇପାରେ ତାର ନଜିର ଏଥିରେ ଦେଖିବାକୁ ମିଳିବ । ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ । ବିଜୟ ରାଉଳ ସଂଳାପ ଲେଖିଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ସୋମେଶ ଶତପଥୀ । ଡ. ନିର୍ମଳ ନାୟକ ଓ ଜେପି ୱାର୍ଡସ୍ମିଥଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ, ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆ । ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ବିଦୁ ସାର ।

ଏହି ଦିନ ପରଦାକୁ ଆସିବ ଫିଲ୍ମ

ଫିଲ୍ମରେ ଅଭିନେତା ଶୁଭମ ସାଗର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଯିଏକି ଜଣେ ନାଟ୍ୟ ଅଭିନେତା ଭାବରେ ଅଭିନୟ କରୁଥିବା ବେଳେ ପ୍ରଥମ କରି ସିନେମାରେ ପାଦ ଥାପିଛନ୍ତି । ନାୟକ ଭୂମିକାରେ ରହିଁ ମଧ୍ୟ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଭମ ସାଗର । ତେବେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ବେଳେ 2025ରେ ଫିଲ୍ମ ପରଦାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ବାସ୍ତବ' ଶୁଭ ମହୁରତ, ମୁଖ୍ୟ ଭୂମିକାରେ ନଜର ଆସିବେ ଏହି 'ଆନିମଲ' ଅଭିନେତା

'ଲାଡ୍ଡେ।' ଷ୍ଟାରକାଷ୍ଟ

ଅନ୍ୟ ଭୂମିକାରେ ଶୁଭମ ସାଗର ସହ ମୁଖ୍ୟ ଖଳନାୟକ ଭୂମିକାରେ ସୁଶାନ୍ତ କୁମାର ଓ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଅର୍ଲିନ ଅଙ୍କିତା । ସେହିପରି ଅନନ୍ୟ ଅଶ୍ରୁ୍ମୋଚନ ମହାନ୍ତି, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, କେକେ, ଉଦିତ ଗୁରୁ, ରାଜଶ୍ରୀ, ଯୋଗେଶ ଜୋଜୋ ଓ ଅର୍ପଣ ମିଶ୍ର। ନିର୍ଦେଶକ ଙ୍କ ମତରେ ଏହା ଏକ ଭିନ୍ନ ଧରଣର ଛବି ବୋଲି ଜଣାପଡୁଛି, ଯାହା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.