ETV Bharat / entertainment

ସାତ ଜନ୍ମର ସାଥୀ ହେଲେ କୁକିଜ-ଜୟଦେବ, ସାମ୍ନାକୁ ଆସିଲା ବିବାହ ଫଟୋ - COOKIESS SWAIN JOYDEV ROUL MARRIAGE

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ତାରକା କୁକିଜ ସ୍ୱାଇଁ ଓ ଜୟଦେବ ରାଉଳ । ଉଭୟ ପାରମ୍ପରିକ ରୀତିନୀତିରେ ପଡିଲା ହାତଗଣ୍ଠି । ଦେଖନ୍ତୁ ବିବାହ ଫଟୋ,

COOKIESS SWAIN JOYDEV ROUL MARRIAGE
COOKIESS SWAIN JOYDEV ROUL MARRIAGE (ETV Bharat Odisha, Instagram)
author img

By ETV Bharat Entertainment Team

Published : Feb 24, 2025, 2:20 PM IST

ହାଇଦ୍ରାବାଦ: ସାତ ଜନ୍ମର ସାଥୀ ହେଲେ ଓଡ଼ିଆ ତାରକା କୁକିଜ ସ୍ୱାଇଁ ଓ ଅଭିନେତା ଜୟଦେବ । ଗତକାଲି (ଫେବୃଆରୀ 23ରେ)ଡେଷ୍ଟିନେସନ ବିବାଦ କରିଛନ୍ତି କୁକିଜ ଓ ଜୟଦେବ । ପରିବାର ଓ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତିରେ ଉଭୟଙ୍କ ହାତଗଣ୍ଠି ପଡିଛି । ବର୍ତ୍ତମାନ ଉଭୟ ବିବାହ ଫଟୋ ସାମ୍ନାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଏହି ନୂଆ ଯୋଡ଼ିକୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି ।

ବିବାହ କଲେ କୁକିଜ-ଜୟଦେବ

ଜାନୁଆରୀ 27 କୁକିଜ-ଜୟଦେବଙ୍କ ନିର୍ବନ୍ଧ ହୋଇଥିଲା । ଏହା ପରେ ଉଭୟ ଏହାର 26 ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଭାଇରାଲ ଭିଡିଓରେ କୁକିଜ ବିବାହ ପାଇଁ ଏକ ପିଙ୍କ, ଗୋଲ୍ଡେନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଜୟଦେବ ପିଙ୍କ ରଙ୍ଗର ଶେରୱାନିରେ ନଜର ଆସିଛନ୍ତି । ଦିନ୍ଧୁ ପାରମ୍ପରିକ ରୀତିନୀତିରେ ଉଭୟ ବିବାହ କରିଛନ୍ତି । ଏହି ସମୟରେ ଓଲିଉଡ଼ର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ସାମିଲ ହୋଇ ଉଭୟଙ୍କୁ ଆଶୀର୍ବାଦ ଦେଇଛନ୍ତି । କଣ୍ଠିଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅଭିନେତ୍ରୀ ଭୂମିକା ଦାଶ, ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସମେତ ଅନେକ ଟେଲି କଳାକାର ବିବାହ ଉତ୍ସବରେ ସାମିଲ ହୋଇ ନବଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

7 ମାସର ସମ୍ପର୍କରେ ଲଗାଇଲେ ମୋହର

ରିପୋର୍ଟ ଅନୁସାରେ, କୁକିଜଙ୍କୁ 7 ମାସ ଧରି ଡେଟିଂ କରିଆସୁଥିଲେ ଜୟଦେବ ।'କୁଞ୍ଚମରା ଶାଢ଼ୀ' ମ୍ୟୁଜିକ ଭିଡିଓରୁ ଏମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଏହି ଗୀତରେ ଦୁଇଜଣଙ୍କୁ ସାଥିରେ କାମ କରିବାର ସୁଯୋଗ ମିଳିଥିଲା । ସାଥିରେ କାମ କରିବା ସହ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରଥମେ ପ୍ରେମ ନିବେଦନ ପରେ ତାପରେ ଡେଟିଂ । ଏହା ପରେ ଘର ଲୋକଙ୍କ ମଞ୍ଜୁରୀ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି । କୁକିଜ ସ୍ୱାଇଁ ଓ ଜୟଦେବ ଉଭୟ ମ୍ୟୁଜିକ ଆଲବମରୁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଉଭୟଙ୍କ ଯୋଡିକୁ ପରଦାରେ ମଧ୍ୟ ଲୋକେ ବେଶ ପସନ୍ଦ କରୁଥିଲେ । ତେବେ ଉଭୟ ରିଲ ନୁହଁ ରିଅଲରେ ମଧ୍ୟ ପରସ୍ପରର ସାଥୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୫ ବର୍ଷ ସମ୍ପର୍କରେ ଲଗାଇଲେ ମୋହର ! ପ୍ରେମ ବିବାହ କଲେ ଏଲିନା

କୁକିଜ ସ୍ୱାଇଁ ଓ ଜୟଦେବଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ କୁକିଜ ଅନେକ ଓଡ଼ିଆ ଫିଲ୍ମ ଏବଂ ସିରିଏଲରେ କାମ କରିଛନ୍ତି । ଏଥିସହ ସେ ଅନେକ ମ୍ୟୁଜିକ ଆଲବମରେ ମଧ୍ୟ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । 'ରାଜା ବାବୁ', 'ସାୱଲି ମୁଖଡା', 'ତୋ ହୃଦୟ ତଳେ ମୁଁ କିଣିଛି ଜମି', 'ପୁଷ୍ପାବତୀ', 'ଭଲ ତତେ ମୁଁ ପାଉଛି' ଭଳି ଗୀତ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ 'ଗୁଲା ଦର୍ପନ', 'ଅଂଶୁଘାତ କରିଦେଉଛ', 'ପକେଇଦେ ହୁଳହୁଳି', 'ତୋ ମଥାରେ ଟିକିଲି 2.0' ଭଳୀ ଗୀତରେ ଏକାଠି ଅଭିନୟ କରିଛନ୍ତି କୁକିଜ ଓ ଜୟଦେବ । ଜୟଦେବ ଅନେକ ମ୍ୟୁଜିକ ଆଲବଂରେ କାମ କରି ଲୋକଙ୍କ ମନ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.