ETV Bharat / state

କଲବଲ କରିବ ତାତି, ଶିବରାତ୍ରୀରେ ସ୍ବାଭାବିକ ପାଗ - ODISHA WEATHER UPDATE

ହଟିଲା ବର୍ଷାର ସତର୍କତା ସ୍ୱାଭାବିକ ହେଲା ପାଗ । ଆଗକୁ ବଢିବ ପାରଦ । ବୃଦ୍ଧି ହେବ ତାପମାତ୍ରା ପୁଣି ଅନୁଭବ ହେବ ଅସମ୍ଭାଳ ତାତି ।

ODISHA WEATHER UPDATE
ODISHA WEATHER UPDATE (ETV BHARAT ODISHA)
author img

By ETV Bharat Odisha Team

Published : Feb 24, 2025, 5:19 PM IST

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ହେବ ତାତି । ଡହ ଡହ ଖରା ଲୋକଙ୍କୁ କଲବଲ କରିବ । ତତଲା କଡେଇରେ ଭାଜି ହେବେ ରାଜ୍ୟବାସୀ । ଆଉ 4 ଦିନ ପରେ ରାଜ୍ୟରେ ବୃଦ୍ଧି ହେବ ତାପମାତ୍ରା । 2ରୁ 3ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ଦିନ ହେବ ରାଜ୍ୟରେ ବର୍ଷା ଯୋଗୁଁ ତାତି କମ ରହିଥିଲା । ଏବେ ବର୍ଷାର ସତର୍କତା ହଟିବା ପରେ ସ୍ୱାଭାବିକ ହୋଇଛି ପାଗ । ଆଗକୁ ବଢିବ ପାରଦ । ବୃଦ୍ଧି ହେବ ତାପମାତ୍ରା । ପୁଣି ଅନୁଭବ ହେବ ଅସମ୍ଭାଳ ତାତି ।

ODISHA WEATHER UPDATE (ETV BHARAT ODISHA)

ଜାଗରରେ ପାଗ ସ୍ବାଭାବିକ:

ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ 4 ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ପାଗ ସ୍ୱାଭାବିକ ରହିବା ନେଇ ଆକଳନ କରାଯାଇଛି । ସେହିପରି ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଥିଲା । ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକରେ ବି ବର୍ଷା ହୋଇଛି ।

ଏହାମଧ୍ୟ ପଢନ୍ତୁ...

ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ କମିବ ତାତି, 3ରୁ 5 ଡିଗ୍ରୀ ଖସିବ ତାପମାତ୍ରା

୨ ଦିନ ପରେ କମିପାରେ ତାତି, ମିଳିବ ଆଶ୍ବସ୍ତି

ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର:

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ''ଗତ 24 ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ 48.0 ମିମି ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକରେ ବି ବର୍ଷା ହୋଇଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । 4 ଦିନ ପରେ 2ରୁ 3 ଡିଗ୍ରୀ ତାପମାତ୍ରା ବଢିବ । ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡି ଠାରେ 36 ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀର ଓ ମାଲକାନଗିରିରେ 35 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଜାଗରରେ ପାଗରେ କୌଣସି ପରିବର୍ତ୍ତନ ହେବନି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.