ଭୋପାଳ (ମଧ୍ୟପ୍ରଦେଶ) : ପୁଣି ମହାକୁମ୍ଭରୁ ଫେରୁଥିବା ବେଳ ଭୟାନକ ଦୁର୍ଘଟଣା । ବସ୍ ଓ ଜିପ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । 2 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ସମସ୍ତେ କର୍ଣ୍ଣାଟକର ବୋଲି ଜଣା ପଡ଼ିଛି ।
ବସ୍ ସହ ଜିପ ଧକ୍କା:
ସୂଚନା ଅନୁଯାୟୀ, କର୍ଣ୍ଣାଟକର କିଛି ଭକ୍ତ ମହାକୁମ୍ଭରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଯାଇଥିଲେ । ସେଠାରୁ ସେମାନେ ଏକ ଜିପ୍ ଯୋଗେ କର୍ଣ୍ଣାଟକ ଫେରୁଥିଲେ । ବାଟରେ ମଧ୍ୟପ୍ରଦେଶର ଜବଲପୁର ସିହୋରା ନିକଟସ୍ଥ ଖେଟୋଲାରେ ଜିପ୍ ଡ୍ରାଇଭର ଅସାବଧାନତା ବଶତଃ ଗାଡିକୁ ଭୁଲ ପାର୍ଶ୍ବକୁ ନେଇଯାଇଥିଲେ । ଫଳରେ ଦ୍ରୁତବେଗରେ ଯାଉଥିବା ଜିପ୍ଟି ଯାଇ ଏକ ବସକୁ ଶକ୍ତ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜିପ୍ଟି ଖଣ୍ଡଖଣ୍ଡ ହୋଇଯାଇଛି । ଫଳରେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 2 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜବଲପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି (ସୋମବାର) ଭୋର 5ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣାଗ୍ରସ୍ତ ଜିପ୍ଟି କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାର । ଖବର ପାଇଁ ଜବଲପୁର ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତକମାନଙ୍କୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ନିଆଯାଇଛି । ଜବଲପୁର ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ.. ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା, 7 ମୃତ ମହାକୁମ୍ଭକୁ ଯିବାବେଳେ ଅଘଟଣ, ଟ୍ରକକୁ ପିଟିଲା ସ୍କର୍ପିଓ, ୪ ମୃତ ମହାକୁମ୍ଭ ଯାଉଥିଲେ: ଟ୍ରକକୁ ପିଟିଲା କାର୍, ୨ ଛୋଟ ପିଲାଙ୍କ ସମେତ ୫ ମୃତ |
ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ :
ଜବଲପୁର ଜିଲ୍ଲାପାଳ ଦୀପକ କୁମାର ସକ୍ସେନା କହିଛନ୍ତି, "ଏହି ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 2 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଜବଲପୁର ମେଡିକାଲ କଲେଜକୁ ନିଆଯାଇଛି ।" ପ୍ରଶାସନ କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି କର୍ଣ୍ଣାଟକର ଏବଂ ସମସ୍ତ ଯାତ୍ରୀ ପ୍ରୟାଗରାଜରୁ କୁମ୍ଭ ସ୍ନାନ କରି ଫେରୁଥିଲେ । ଏହି ଘଟଣାଟି ସକାଳ ପ୍ରାୟ ୫:୦୦ ଟା ସମୟରେ ଘଟିଛି । ଆହତଙ୍କ ନାମ ସଦାଶିବ ଏବଂ ଆପଲାନି ମୁସ୍ତାଫ ବୋଲି ଜଣାପଡ଼ିଛି । ମୃତକମାନେ ହେଉଛନ୍ତି ବିରୁପାକ୍ଷ, ଗୋମତୀ, ଭାସ୍ୱରାଜ, ବାଲଚାନ୍ଦ ରାଜୁ ସୁନୀଲ ଏବଂ ବୀରେନ୍ଦ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ