ETV Bharat / technology

ଲଞ୍ଚ ହେବାକୁ ଯାଉଛି Royal Enfieldର ପ୍ରଥମ ଇଲେକଟ୍ରିକ ବାଇକ୍‌, ମିଳିବ ଦମଦାର ଡିଜାଇନ - ROYAL ENFIELD FIRST ELECTRIC BIKE

Royal Enfield ଭାରତୀୟ ବଜାରରେ ଏହାର ପ୍ରଥମ ଇଲେକଟ୍ରିକ୍‌ ବାଇକ୍‌କୁ ଲଞ୍ଚ କରିବାକୁ ଯାଉଛି । ଯାହାକି ଏକ ଆକର୍ଷଣୀୟ ଦମଦାର ଡିଜାଇନ ସହ ଆସିବ । ଅଧିକ ପଢନ୍ତୁ

Royal Enfield Flying Flea C6
Royal Enfield Flying Flea C6 (Image Credit: Royal Enfield)
author img

By ETV Bharat Tech Team

Published : Feb 24, 2025, 10:05 AM IST

ହାଇଦ୍ରାବାଦ: ରେଟ୍ରୋ-ମଡର୍ଣ୍ଣ ମୋଟରସାଇକେଲ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଭାରତରେ ଏହାର ପ୍ରଥମ ଇଲେକଟ୍ରିକ୍‌ ବାଇକ୍‌ 'Royal Enfield Flying Flea C6'କୁ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଗତବର୍ଷ EICMAରେ ଏହାକୁ ପ୍ରଦର୍ଶିତ କରିଥିଲା । ଏଯାବତ କମ୍ପାନୀ ଏହାର ଲଞ୍ଚ ତାରିଖ ସମ୍ପର୍କରେ ଖୁଲାସା କରିନଥିବାବେଳେ ଏହାର ଡିଜାଇନ ଓ ଅନ୍ୟ ତଥ୍ୟ ଜଣାପଡ଼ିଛି । ଖାସ କଥା ହେଉଛି ଏହି ବାଇକ୍ ସହିତ କମ୍ପାନୀ ଏହାର ଅଲ୍‌-ଇଲେକଟ୍ରିକ ସବ୍‌ବ୍ରାଣ୍ଡ୍‌ Flying Fleaର ଶୁଭାରମ୍ଭ ଭାରତରେ କରିଛି ।

ଚେନ୍ନାଇ ସ୍ଥିତ ଦୁଇ ଚକିଆ ନିର୍ମାତା କମ୍ପାନୀ ଏହି ମୋଟରସାଇକେଲ୍ ନିର୍ମାଣ ଲାଗି ଭାରତ ଓ ୟୁକେରେ 200ରୁ ଅଧିକ ଇଞ୍ଜିନିୟମ ସାମିଲ ଥିଲେ । Flying Flea C6 ଯାହାକୁ FF.C6 ନାମରେ ମଧ୍ୟ ଜଣାଯାଏ, ଏହା ଉଭୟ ଭିଣ୍ଟେଜ୍‌ ଷ୍ଟାଇଲିଙ୍ଗ ଓ ଆଧୁନିକ ଟେକନିକ୍‌କୁ ପ୍ରଦର୍ଶିତ କରାଏ ।

Royal Enfield Flying Flea C6: ଡିଜାଇନ

ଏହା ଏକ ଭିଣ୍ଟେଜ ଡିଜାଇନ ଓ ମଡର୍ଣ୍ଣ ଲୁକ୍‌ ସହ ଆସିଛି । ମୋଟରସାଇକେଲ ସମ୍ପୂର୍ଣ୍ଣ ଭାବରେ ଆଲୁମିନିୟମ କେଜ୍‌ ଫ୍ରେମ୍‌ ଦ୍ବାରା ନିର୍ମିତ ହୋଇଛି, ଯାହାକି ଏହାକୁ ହାଲୁକା କରିଥାଏ । C6ର ମୁଖ୍ୟ ଡିଜାଇନ୍ ହାଇଲାଇଟ୍ ହେଉଛି ଗାର୍ଡର୍ ଫ୍ରଣ୍ଟ୍ ଫଙ୍କସ୍ ବ୍ୟବହାର ଯାହାକି ଏହାକୁ ଆଧୁନିକ ଲୁକ୍‌ ଦେଇଥାଏ । ଏହି ଇଲେକଟ୍ରିକ୍‌ ମୋଟରସାଇକେଲର ମୁଖ୍ୟ VCU (ଯାନ ନିୟନ୍ତ୍ରଣ ୟୁନିଟ୍) ଆରୋହୀଙ୍କୁ ମୋଟରସାଇକେଲରେ ସମସ୍ତ ଫିଜିକାଲ୍‌ ଏବଂ ଡିଜିଟାଲ୍ ଇଣ୍ଟରଫେସ୍ ବ୍ୟବହାର କରିବାକୁ ସକ୍ଷମ କରିଥାଏ । ଏକ ମୋବାଇଲ୍ ଆପ୍ ମାଧ୍ୟମରେ ଏହି ମୋଟରସାଇକେଲର ନିୟନ୍ତ୍ରଣ କରାଯାଇପାରିବ ।

Flying Flea C6
Flying Flea C6 (Image Credit: Flying Flea/Royal Enfield)

Royal Enfield Flying Flea C6: ସ୍ପେଶିଫିକେସନ ଓ ଫିଚର

ମୋଟରସାଇକେଲ ବ୍ୟାଟେରୀ ଓ ଇଲେକଟ୍ରିକ୍‌ ମୋଟରର ସ୍ପେଶିଫିକେସନ ସମ୍ପର୍କରେ କହିଲେ ଏହା ସାମ୍ନାକୁ ଆସିନି । କିନ୍ତୁ ଏହାର ବ୍ୟାଟେରୀକୁ ମ୍ୟାଗ୍ନେସିୟମ କେସିଙ୍ଗ ଭିତରେ ରଖାଯିବ ଓ ଏଥିରେ ବେଲ୍ଟ-ଡ୍ରାଇଭ ସିଷ୍ଟମ ଦେଖିବାକୁ ମିଳିବ । କମ୍ପାନୀର କହିବାନୁସାରେ FF.C6 ମୁଖ୍ୟ ରୂପରେ ସହରୀ ବ୍ୟବହାର ପାଇଁ ଡିଜାଇନ କରାଯାଇଛି ଓ କୁହାଯାଉଛି ଏହାର ରେଞ୍ଜ 100 କିଲୋମିଟରରୁ ଅଧିକ ହେବ ।

ସେପଟେ ଏହି ମୋଟରସାଇକେଲର ଓଜନ ପ୍ରାୟ 100 କିଲୋଗ୍ରାମ ବୋଲି ଲକ୍ଷ୍ୟ କରାଯାଇଛି, ଅର୍ଥାତ୍ ଏହା ବଜାରରେ ହାଲୁକା ବୈଦ୍ୟୁତିକ ବାଇକ୍ ଭାବେ ଉପଲବ୍ଧ ହୋଇପାରେ । ଅନ୍ୟପଟେ, ନୂତନ Flying Flea C6 କମ୍ପାନୀ ଦ୍ବାରା ଉତ୍ପାଦିତ ସବୁଠାରୁ ଫିଚର-ପ୍ୟାକ୍ ହୋଇଥିବା ମୋଟରସାଇକେଲ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି |

ଫିଚରଗୁଡିକ ବିଷୟରେ କହିବାକୁ ଗଲେ, ଏଥିରେ ଭଏସ୍ କଣ୍ଟ୍ରୋଲ୍, ନାଭିଗେସନ୍ ଏବଂ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଏକ ନୂତନ ରାଉଣ୍ଡ ଟଚ୍‌ସ୍କ୍ରିନ୍ ଡିସପ୍ଲେ ରହିଛି । ଖାସ୍‌ କଥା ହେଉଛି ଏହି କନସୋଲ୍ କ୍ବାଲକମ୍‌ର ସ୍ନାପଡ୍ରାଗନ୍ ପ୍ରୋସେସର ଦ୍ବାରା ଚାଳିତ ହେବ ଏବଂ ଏହା କି-ଲେସ୍‌ ଷ୍ଟାର୍ଟ / ଷ୍ଟପ୍ ଫଙ୍କସନ୍, ଏକାଧିକ ରାଇଡ୍ ମୋଡ୍ ଏବଂ ଓଭର-ଦ-ଏୟାର୍ (OTA) ଅପଡେଟ୍‌କୁ ମଧ୍ୟ ସମର୍ଥନ କରିବ ।

ଏହା ବି ପଢନ୍ତୁ
  1. Royal Enfield ଲଭର ଜାଣିନିଅନ୍ତୁ; ଭାରତରେ ବନ୍ଦ ହେଲା Scram 411ର ବିକ୍ରି
  2. ଆସିଗଲା Royal Enfieldର ଆଉ ଏକ ନୂଆ ବାଇକ୍‌; ଦାମ କେତେ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.