ପ୍ରୟାଗରାଜ: ଆଉ ମାତ୍ର ଦୁଇ ଦିନ ପରେ ସରିବ ମହାକୁମ୍ଭ ମେଳା । ଏବେବି ବୁଡ ପକାଇ ସାରିଲାଣି ଅଧା ଭାରତ । ମହାକୁମ୍ଭରେ ଗଙ୍ଗାଜଳ ଶୁଦ୍ଧତାକୁ ନେଇ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଶ୍ନ ଉଠାଇବା ପରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି । ପଦ୍ମଶ୍ରୀ ଡାକ୍ତର ଅଜୟ ସୋନକର ଏହି ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିସାରିଛନ୍ତି । ଏବେ ସେ ନୂଆ ଦାବି କରିଛନ୍ତି । ସଙ୍ଗମ ଗଙ୍ଗାଜଳରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ଜନ୍ମ ନେଇ ପାରିବ ନାହିଁ ବୋଲି ସେ ଦାବି କରିଛନ୍ତି । ସଙ୍ଗମ ଗଙ୍ଗାଜଳର ତାପମାତ୍ରା 10 ରୁ 15 ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । 20 ଡିଗ୍ରୀ ଉପରକୁ ଏହି ତାପମାତ୍ରା ଗଲେ ବ୍ୟାକ୍ଟେରିଆ ଜନ୍ମ ନେଇଥାଏ । ସେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସାମନାରେ ଗଙ୍ଗାଜଳକୁ ପିଇକି ମଧ୍ୟ ଦେଖାଇଛନ୍ତି । ଗଙ୍ଗାଜଳରେ କୌଣସି ହାନିକାରକ ବ୍ୟାକ୍ଟେରିଆ ନ ଥିବା ସେ ଗଙ୍ଗାଜଳ ପିଇ ପ୍ରମାଣ କରିଦେଇଛନ୍ତି ।
ଗଙ୍ଗାଜଳରେ ଥିବା ତାପମାତ୍ରା ଏହି ବ୍ୟାକ୍ଟେରିଆର ବିକାଶ କରିବା ପାଇଁ ଅସମର୍ଥ । ଜଳର ତାପମାତ୍ରା 20 ଡିଗ୍ରୀରୁ କମ ରହିଲେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ନିଷ୍କ୍ରିୟ ରହିଥାଏ । କିନ୍ତୁ ମହାକୁମ୍ଭ ସମୟରେ ଗଙ୍ଗାଜଳର ତାପମାତ୍ରା 10 ରୁ 15 ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା ।
- ଶ୍ରଦ୍ଧାଲୁଙ୍କ ମଧ୍ୟରେ ମାପିଲେ ଗଙ୍ଗାଜଳର ତାପମାତ୍ରା
ସଙ୍ଗମର ବିଭିନ୍ନ ଘାଟରେ ବୈଜ୍ଞାନିକ ଅଜୟ ସୋନକର ଗଙ୍ଗାଜଳର ତାପମାତ୍ରା ଯାଞ୍ଚ କରିଥିଲେ । ଗଙ୍ଗାଜଳର ତାପମାତ୍ରା ବ୍ୟାକ୍ଟେରିଆଙ୍କ ପାଇଁ ପ୍ରତିକୂଳ ବୋଲି ଜଣାଇଥିଲେ । ବ୍ୟାକ୍ଟେରିଆ ବଢିବା ପାଇଁ ଜଳର ତାପମାତ୍ରା 35 ରୁ 40 ଡିଗ୍ରୀ ହେବା ଉଚିତ । ସେ କହିଛନ୍ତି ଗଙ୍ଗାର ଶୁଦ୍ଧତାରେ କୌଣସି ସନ୍ଦେହ କରିବା ଉଚିତ ନୁହେଁ । ନିଜର ସ୍ବତନ୍ତ୍ର ଗୁଣ କାରଣରୁ ଗଙ୍ଗାଜଳର ଶୁଦ୍ଧତା ଯୁଗ ଯୁଗରୁ ରହିଆସିଛି । ଡ. ସୋନକର କହିଛନ୍ତି ଯେ ବୈଜ୍ଞାନିକ ତଥ୍ୟ କହୁଛି ଯେ ଥଣ୍ଡା ପାଣିରେ ଫିକଲ କୋଲଫର୍ମ ଜୀବିତ ରହିବା ସମ୍ଭବ ନୁହେଁ । ଗଙ୍ଗାଜଳରେ ସ୍ନାନ କରିବା ସହ ପିଇବା ମଧ୍ୟ ଉପଯୁକ୍ତ ଅଟେ । ଗଙ୍ଗାଜଳ ଆମ ଶରୀରର ବିଭିନ୍ନ ରୋଗ ବୈରାଗ ଠିକ୍ କରିବାରେ ସାହାଯ୍ୟ କରାଥାଏ ।

- କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ
ସିପିସିବି ପକ୍ଷରୁ ଏନଜିଟିକୁ ପଠାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଗଙ୍ଗାଜଳରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ 100 ମିଲିଲିଟର ପାଣିରେ 2,500 ୟୁନିଟରୁ ଅଧିକ ରହିଚି । ଏହାପରେ ଏନଜିଟି ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଭର୍ସନା କରିଥିଲେ ।
- କୋଲିଫର୍ମ ବ୍ୟାକ୍ଟେରିଆ କଣ
ଏହି ବ୍ୟାକ୍ଟେରିଆ ମନୁ୍ଷ୍ୟଙ୍କ ବ୍ୟତୀତ ପଶୁଙ୍କ ଅନ୍ତନଳୀରେ ରହିଥାଏ । କିନ୍ତୁ ପାଣିରେ ଏହି ଜୀବାଣୁ ରହିବା ଅର୍ଥ ଏହା ଜଳ ପ୍ରଦୂଷଣର ଲକ୍ଷଣ ହୋଇଥାଏ । ପାଣିର ଗୁଣବତ୍ତା ଯାଞ୍ଚ ପାଇଁ ଫିକଲ କୋଲିଫର୍ମର ଯାଞ୍ଚ ହୋଇଥାଏ । ଏହ ବ୍ୟାକ୍ଟେରିଆ କାରଣରୁ ଝାଡାବାନ୍ତି ଭଳି ସଂକ୍ରମଣ ରୋଗର ସାମନା କରିାକୁ ପଡିଥାଏ ।
ଏହା ମଧ୍ୟ ପଢନ୍ତୁ ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଏହା ମଧ୍ୟ ପଢନ୍ତୁ ସୁଯୋଗ ଦେଲେ ସରକାର, ମହାକୁମ୍ଭ ଜଳରେ ସ୍ନାନ କଲେ ପାଖାପାଖି 90 ହଜାର କଏଦୀ
ଡ. ଅଜୟ କୁମାର ସୋନକର ନିଜ ପରୀକ୍ଷାଗାରରେ ପ୍ରମାଣ କରିଦେଇଛନ୍ତି ଯେ ଗଙ୍ଗାଜଳ କେବଳ ସ୍ନାନ ଯୋଗ୍ୟ ନୁହେଁ ବରଂ ବିଶୁଦ୍ଧ ପାଣି ଭଳି ପିଇବା ଯୋଗ୍ୟ । ଗଙ୍ଗା ଜଳର ଶୁଦ୍ଧତା ଉପରେ ପ୍ରଶ୍ନ ଉଠୁଥିବାବେଳେ ଦେଶର ଶ୍ରେଷ୍ଠ ବୈଜ୍ଞାନିକ ଏହାକୁ ନିଜ ପରୀକ୍ଷାଗାରରେ ମିଛ ପ୍ରମାଣ କରିଦେଇଛନ୍ତି । ସେ ଗଙ୍ଗାଜଳକୁ ପରୀକ୍ଷାଗାରରେ ଯାଞ୍ଚ ପାଇଁ ଖୋଲାଖୋଲି ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଦୀର୍ଘ 5 ଘଣ୍ଟାର ପରୀକ୍ଷା ପରେ ସେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି । ବ୍ୟାକ୍ଟେରିୟୋଫେଜ କାରଣର ଗଙ୍ଗାଜଳର ଅଦ୍ଭୁଦ ସ୍ବଚ୍ଛତା କ୍ଷମତା ସେହିପରି ବଜାୟ ରହିଛି ।

- 14 ଘଣ୍ଟା ପରେବି ଗଙ୍ଗାଜଳରେ ହାନିକାରକ ବ୍ୟାକ୍ଟେରିଆର ବୃଦ୍ଧି ହୋଇନାହିଁ
ଅଜୟ କୁମାର ସୋନକର କହିଛନ୍ତି ‘‘ପରୀକ୍ଷାଗାରରେ ଜଳ ନମୁନାକୁ 14 ଘଣ୍ଟା ପର୍ଯ୍ୟନ୍ତ ଇକ୍ୟୁବେଶନ ତାପମାତ୍ରାରେ ରଖାଯାଇଥିଲା । ସେଥିରେ କୌଣସି ପ୍ରକାର ହାନିକାରକ ବ୍ୟାକ୍ଟେରିଆ ବୃଦ୍ଧି ପାଇନଥିଲା । କୌଣସି ବ୍ୟକ୍ତି ମୋ ସହ ଯାଇ ଜଳର ନମୁନାକୁ ଏକତ୍ରିତ କରି ପରୀକ୍ଷାଗାରରେ ଏହା ଶୁଦ୍ଧତା ଯାଞ୍ଚ କରିପାରିବେ’’ ।
- ଏବେସୁଦ୍ଧା ବୁଡ ପକାଇଲେଣି 59 କୋଟିରୁ ଅଧିକ
40 ଦିନ ପୂରଣ କରିସାରିଲାଣି ମହାକୁମ୍ଭ ମେଳା । ବର୍ତ୍ତମାନ ସୁଦ୍ଧା କୁମ୍ଭମେଳାରେ 59 କୋଟିରୁ ଅଧିକ ଲୋକେ ବୁଡ ପକାଇ ସାରିଲେଣି । ଏହାରି ମଧ୍ୟରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ଶ୍ରଦ୍ଧାଳୁଙ୍କ ଟେନସନ ବଢାଇ ଦେଇଛି । ଶ୍ରଦ୍ଧାଳୁଙ୍କୁ ଲାଗୁଛି ଯେ ସଙ୍ଗମ ଜଳ ପିଇବା ଯୋଗ୍ୟ ନୁହେଁ । କିନ୍ତୁ ରିପୋର୍ଟ ଆସିବାର କିଛି ଘଣ୍ଟା ମଧ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।