ETV Bharat / state

ଅଟୋ କିଣି ଭାରତ ଭ୍ରମଣ କରୁଛନ୍ତି ଇଟାଲୀ ଦମ୍ପତି, ଆସିବେ ଓଡିଶା - ITALIAN COUPLE VISIT INDIA

ଏଥରକୁ ମିଶାଇ 5 ଥର ଭାରତ ଭ୍ରମଣରେ ଆସିଲେଣି ଇଟାଲୀ ଦମ୍ପତି ଆଡାମ ଓ ଜେନି ।

ଅଟୋରେ 6 ହଜାର କିଲୋମିଟର ବୁଲିଲେ ଇଟାଲୀ ଦମ୍ପତି
ଅଟୋରେ 6 ହଜାର କିଲୋମିଟର ବୁଲିଲେ ଇଟାଲୀ ଦମ୍ପତି (ETV Bharat)
author img

By ETV Bharat Odisha Team

Published : Feb 24, 2025, 6:17 PM IST

ବୁନ୍ଦି: ଅଧିକାଂଶ ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଭାରତ । କିନ୍ତୁ ଏହି ଇଟାଲୀ ପର୍ଯ୍ୟଟକଙ୍କ ପାଇଁ ଏକ ଭ୍ରମଣ ସ୍ଥାନ ଠୁ ଅଧିକ ଭାରତ । ଏଥରକୁ ମିଶାଇ 5 ଥର ଭାରତ ଭ୍ରମଣରେ ଆସିଲେଣି ଇଟାଲୀ ଦମ୍ପତି ଆଡାମ ଓ ଜେନି । ଏତେଥର ଭାରତ ଭ୍ରମଣ ଯଦିଓ ନୂଆ କଥା ନୁହେଁ କିନ୍ତୁ ପରିବହନର ନୂଆ ବାଟ ସେମାନଙ୍କ ପାଇଁ ଚର୍ଚ୍ଚା ଆଣିଦେଇଛି । ଟ୍ରେନ କି ଟ୍ୟାକ୍ସିରେ ନୁହେଁ ଅଟୋରେ ସେମାନେ ଅଧା ଭାରତ ବୁଲି ସାରଲେଣି । ଇଟିଭି ଭାରତ ଟିମ୍‌ ସେମାନଙ୍କ ସହ ଯୋଗାଯୋଗ କରିବା ସମୟରେ ସେମାନେ ରାଜସ୍ଥାନର ବୁନ୍ଦି ସହରରେ ପହଞ୍ଚିଥିଲେ । ଚେନ୍ନାଇର ଚେଙ୍ଗାଲପଟ୍ଟୁରୁ ଅଟୋ ରାଜାକୁ ନେଇ ସେମାନେ ଭାରତ ଭ୍ରମଣରେ ବାହାରିଛନ୍ତି । ଇଟାଲୀ ଯିବା ପୂର୍ବରୁ ସେମାନେ ଅଟୋକୁ ବିକି ଦେବେ ବୋଲି ସ୍ଥିର କରିଛନ୍ତି।

  • ଅଟୋରେ 6 ହଜାର କିଲୋମିଟର ବୁଲି ସାରିଲେଣି

ସେମାନେ ଚେନ୍ନାଇରୁ ବାହାରି ଭାରତ ମଧ୍ୟରେ 6 ହଜାର କିଲୋମିଟର ପର୍ଯ୍ୟନ୍ତ ବୁଲି ସାରିଲଣି । ପ୍ରଥମେ ଚେନ୍ନାଇରୁ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ ପରେ ଏବେ ସେମାନେ ରାଜସ୍ଥାନର ବୁନ୍ଦି ସହରରେ ପହଞ୍ଚିଛନ୍ତି । ବୁନ୍ଦିର ରାଣିଜୀ ବାୱଡି, ଗଢ ପ୍ୟାଲେସ, ଚିତ୍ରଶାଳା ବୁଲିସାରିଲେଣି । ଆହୁରି ମଧ୍ୟ ରାଜସ୍ଥାନର ଐତିହ୍ୟ ସ୍ଥାନକୁ ଯିବାପାଇଁ ସେମାନେ ଲକ୍ଷ୍ୟ ରଖିଛନ୍ତି ।

‘‘ଏଠାକାର ଲୋକେ ବହୁତ ଭଲ । ଆମେ କେବେ ନିଜକୁ ପର୍ଯ୍ୟଟକ ଭାବିନାହୁଁ । ଆମେ ଦୁଇ ବର୍ଷ ବହୁତ କାମ କଲୁ । ଏହାପରେ ଭାରତ ଭ୍ରମଣ ପାଇଁ କିଛି ସଞ୍ଚୟ କଲୁ । ଏହାପରେ ଆମେ ଆସି ଭାରତରେ ପହଞ୍ଚିଛୁ । ଆମେ ଭାରତୀୟ ସଂସ୍କୃତିକୁ ଅତି ନିକଟରୁ ଦେଖିବାକୁ ଚାହୁଁଥିଲୁ । ଏଥିପାଇଁ ଆମେ 60 ଦିନର ପର୍ଯ୍ୟଟକ ଭିସା ଆଣିଛୁ’’ ବୋଲି କହିଛନ୍ତି ଇଟାଲୀ ଦମ୍ପତି । ଜେନ କହିଛନ୍ତି ‘‘ଏଥର ଆମେ 10 ହଜାର କିଲୋମିଟର ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏବେ ଏଠାରେ ଛଅ ମାସ ଯାଏଁ ଅଛୁ। କିନ୍ତୁ ଆଗାମୀ ବର୍ଷକ ପରେ ପୁଣିଥରେ ଭାରତ ଭ୍ରମଣରେ ଆସିବୁ । ଏହି ଦେଶରେ ଅନେକ ପ୍ରକାରର ଭାଷା କୁହାଯାଉଛି । ଯେତେ ଅଧିକ ରାଜ୍ୟ ସେତେ ଅଧିକ ଭାଷା ଓ ଭିନ୍ନ ଚାଲିଚଳଣୀ । ଆମକୁ ଯଦି ସୁଯୋଗ ମିଳେ ଭାରତ ବିଷୟରେ ଆହୁରି ଅଧିକ କଥା ଜାଣିବାକୁ ଚାହିଁବୁ । ଆମେ ଏଠିକି ପ୍ରତିବର୍ଷ ଆସିବାକୁ ଚାହିଁବୁ’’ ।

  • ଅଟୋରେ ଓଡିଶା ବି ଆସିବେ

ଅଟୋ ରାଜାରେ ବସି ସେମାନେ ବୁନ୍ଦି ସହରରୁ ଜୟପୁର ଅଭିମୁଖେ ବାହାରିଛନ୍ତି । ଏହାପରେ ସେମାନେ ପଞ୍ଜାବ,ହରୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର,ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଓ ଆନ୍ଧ୍ରପ୍ରଦେଶ ଯିବେ । ଏହାପରେ ସେମାନେ ତାମିଲନାଡୁରେ ପହଞ୍ଚି ଭାରତ ଛାଡିବେ ।

ଏହା ମଧ୍ୟ ପଢନ୍ତୁ ସୁଯୋଗ ଦେଲେ ସରକାର, ମହାକୁମ୍ଭ ଜଳରେ ସ୍ନାନ କଲେ ପାଖାପାଖି 90 ହଜାର କଏଦୀ

ଏହା ମଧ୍ୟ ପଢନ୍ତୁ Apple ପରି ଭାରତରେ ଷ୍ଟୋର୍‌ ଖୋଲିବାକୁ ଯାଉଛି Google; ସବୁଠୁ ଆଗରେ ଏହି ସହର

ପେଇଂ ଗେଷ୍ଟ ଅପରେଟର ଦୀକ୍ଷା ପୁରାଭତ କହିଛନ୍ତି ଯେ ‘‘ଏଭଳି ପର୍ଯ୍ୟଟକଙ୍କୁ ପ୍ରୋତ୍ସାହନର ଆବଶ୍ୟକ ଅଛି । ସେମାନେ ଏଠାରେ ବହୁତ କମ ଦିନ କାଟିଲେ କିନ୍ତୁ ଦେଶ ବିଷୟରେ ଭଲ ବାର୍ତ୍ତା ଦେଇଛନ୍ତି । ଏଥିଯୋଗୁଁ ଅନ୍ୟମାନେ ଭାରତ ଆସିବା ପାଇଁ ମନ ବଳାଇବେ । ଯାହାକି ପର୍ଯ୍ୟଟନ ଶିଳ୍ପକୁ ଆଗକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ’’ ।

ନାରାୟଣ ମନ୍ଦୋଭରା ଟ୍ରାଭେଲ ଫଟୋଗ୍ରାଫର କହିଛନ୍ତି ‘‘ଆଡାମ ଓ ଜେନିଙ୍କ ପରି ପର୍ଯ୍ୟଟକଙ୍କ ପାଇଁ ‘‘ସୁବିଧା ଗୁଡ଼ିକୁ ଉନ୍ନତ କରାଯିବା ଉଚିତ । ଏପରି ପର୍ଯ୍ୟଟକମାନେ ଗୋଟିଏ ସହରରେ ଦୁଇରୁ ତିନି ଦିନ ରହନ୍ତି ଏବଂ ଯଦି ଆମେ ସେମାନଙ୍କୁ ସୁବିଧା ପ୍ରଦାନ କରିପାରିବା, ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସଠିକ୍ ସୁବିଧା ଯୋଗାଇ ପାରିବା, ତେବେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ନିର୍ବାହର ବିକଳ୍ପ ଉନ୍ନତ ହେବ ’’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.